Odisha News

ଗଜପତି: ଜିଲ୍ଲାସ୍ତରୀୟ ବିକାଶ ମେଳା- ୨୦୨୪ ଶୁଭ ଉଦ୍‌ଘାଟନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୨/୯ : ପ୍ରଗତିର ନୂତନ ସୂର୍ଯ୍ୟୋଦୟ ଯାହାକି ଆଗାମୀ ୨୦୩୬ ମସିହା ସୁଦ୍ଧା ଓଡ଼ିଶା ରାଜ୍ୟର ଅଦ୍ଭୂଦୟ ବିକଶିତ ହେବା ନିଶ୍ଚିତ ଲକ୍ଷ୍ୟ ରଖି ଏବଂ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ୩ ଦିନିଆ ବିକାଶ ମେଳା ୨୦୨୪ ର ଶୁଭ ଉଦ୍‌ଘାଟନ ହେବା ସହ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ।
ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୂଚନା-ଶିକ୍ଷା-ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନତା ସୃଷ୍ଟି ପାଇଁ ବିକାଶ ମେଳା ଆଜି ଠାରୁ ଏହି ବିକାଶ ମେଳା କାର୍ଯ୍ୟକ୍ରମ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବ ।
ଏହି ଅବସରରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟପୂର୍ଣ୍ଣ କାର‌୍ୟ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଜନସାଧାରଣଙ୍କ କଠିନ ପରିଶ୍ରମ ଦ୍ୱାରାହିଁ ଜିଲ୍ଲା , ରାଜ୍ୟ ଓ ଦେଶ ବିକଶିତ ହୋଇ ପାରିବ ଏବଂ ବିଭିନ୍ନ କ୍ଷେତ୍ରରେ ଯେଉଁ ଲୋକାଭିମୁଖୀ ବିକାଶ ଯୋଜନା କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ସେଥିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଏହି ମେଳା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି, ଓଡ଼ିଶା ଶ୍ରୀ ବିଭୂତି ଭୁଷଣ ଜେନା ଯୋଗଦେଇ ବିକଶିତ ଓଡିଶା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରି କହିଥିଲେ ଯେ ,
ରାଜ୍ୟରେ ୧୦୦ଦିନ ପୂରଣ କରିଥିବା ସରକାରଙ୍କ ସଫଳ କାହାଣି ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଓଡିଶାର ସାମଗ୍ରୀକ ବିକାଶ ଓ ସମୃଦ୍ଧି ଦିଗରେ ଅଗ୍ରସର ହୋଇ ଯେଉଁ ସବୁ ବିକାଶ ଧାରା ତଥା ଲୋକାଭିମୁଖୀ ଯୋଜନା କାର୍ଯ୍ୟକ୍ରମ ସବୁ କାର୍ଯ୍ୟକାରୀ ହେଉଛି , ସେ ସବୁ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଏଭଳି କାର୍ଯ୍ୟକ୍ରମର ମହତ୍ ଓ ମୁଖ୍ୟ ଉଦ୍ଦେଶ୍ୟ ରହିଛି ।
ସରକାର ତାଙ୍କର ନିର୍ବାଚନ ପ୍ରତିଶ୍ରୁତି ପାଳନ ପ୍ରକାରେ କେବଳ ସୁଭଦ୍ରା ଯୋଜନା କାହିଁକି , ଯେତେ ସବୁ ଯୋଜନା କାର୍ଯ୍ୟକ୍ରମ ପାଳନର ପ୍ରତିଶ୍ରୁତି ଦେଇଛନ୍ତି ତାହା ଆଗାମୀ ଦିନ ମାନଙ୍କରେ ପାଳନ କରାଯିବ । ଏମିତିକି ବିକାଶ ଧାରା ବଜାୟ ରଖିବା ସହ ରାଜ୍ୟବାସୀ ଅତି ନିକଟରେ ନୂତନ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଦେଖିବେ ବୋଲି କହି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଡବଲ ଇଞ୍ଜିନ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଅନ୍ୟପକ୍ଷରେ , ଅଳ୍ପଦିନ ମଧ୍ୟରେ ରାଜ୍ୟର ମୋହନ ସରକାର ମହିଳା ମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି କୃଷକ ଓ ମହିଳା ସଶକ୍ତିକରଣ ଓ ସମସ୍ତ ବର୍ଗର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ସମ୍ପର୍କରେ କହିବା ସହ ଏହି ସରକାର ସାଧାରଣ ଲୋକଙ୍କ ସରକାର ବୋଲି ପ୍ରକାଶ କରିଥିଲେ ।
ସେହିପରି ଜନସାଧାରଣଙ୍କ ଦକ୍ଷତାର ସଦ୍ ଉପଯୋଗ କରିବା ସହ ପ୍ରତ୍ୟେକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି ମେଳା କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାଳତୀ ପ୍ରଧାନ , ପୂର୍ବତନ ବିଧାୟକ ଶ୍ରୀ କେ: ନାରାୟଣ ରାଓ , ଏବଂ ଜିଲ୍ଲା ପରିଷଦ ସିଡ଼ିଓ: ଡ଼ଃ ଗୁଣନିଧି ନାୟକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ବିକାଶ ମେଳା କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଏହି ଅବସରରେ ସୁଭଦ୍ରା ଯୋଜନାର ପାଞ୍ଚ ଜଣ ହିତାଧିକାରୀଙ୍କୁ ୫,୦୦୦/- ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରା ଯାଇଥିବା ବେଳେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୬ ଜଣଙ୍କୁ ୫୦,୦୦୦/- ଟଙ୍କା ଲେଖାଏଁ , ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦୁଇଗୋଟି ଦମ୍ପତୀଙ୍କୁ ଭିନ୍ନକ୍ଷମଙ୍କ ନିମନ୍ତେ ବିବାହ ପ୍ରୋତ୍ସାହନ ରାଶି ପ୍ରତେକ୍ୟଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ପିଏମ ଆବାସ ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ଚେକ୍ ଓ କାର୍ଯ୍ୟାଦେଶ ବଣ୍ଟନ କରା ଯାଇଥିଲା ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଉପସ୍ଥିତ ସମସ୍ତଙ୍କୁ ସ୍ୱଚ୍ଛତା ହିଁ ସେବା ଉପରେ ନିଜ ଅଞ୍ଚଳ ଓ ପରିବେଶ ଚତୁର୍ପାର୍ଶ ସଫା ସୁତୁରା ରଖିବା ସହ ବାହ୍ୟ ମଳମୁକ୍ତ ଓ ଅଳିଆ ମୁକ୍ତ ଗ୍ରାମ ଗଠନ ଦିଗରେ ସହାୟକ ହେବାକୁ ନେଇ ଶପଥ ପାଠ କରାଇଥିଲେ ।
ଏହି ମେଳାରେ ମୋଟ ୩୦ଟି ଗୋଟି ପ୍ରଦର୍ଶନ ଷ୍ଟଲ ସ୍ଥାନ ପାଇଥିବା ବେଳେ ଏଗୁଡିକରେ ହସ୍ତଶିଳ୍ପ କାରିଗର , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଓ ମହିଳା ସଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ସହ ବିକ୍ରୟ ଶୁଭାରମ୍ଭ ହୋଇଛି ।
ସେହିପରି ଓରମାସ୍ , ପଞ୍ଚାୟତରାଜ ବିଭାଗ, ମିଶନ ଶକ୍ତି , ଶିକ୍ଷା ବିଭାଗ , ପର୍ଯ୍ୟଟନ ବିଭାଗ , ସାମାଜିକ ସୁରକ୍ଷା ବିଭାଗ , କୃଷି ବିଭାଗ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା , ଉଦ୍ୟାନ ବିଭାଗ , ଶ୍ରମ ବିଭାଗ , ଜିଲ୍ଲା ଶିଳ୍ପକେନ୍ଦ୍ର , ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ତଥା ସଚେତନତା ଷ୍ଟଲ ଖୋଲା ଯାଇଛି।
ଏ ସବୁ ପ୍ରଦର୍ଶନୀ ଷ୍ଟଲ ଗୁଡାକ ମନ୍ତ୍ରୀ ଶ୍ରୀ ଜେନା ବୁଲି ଦେଖିବା ସହ ବାର୍ତ୍ତାଳାପ କରିଥିଲେ ।
ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହାପରେ ଜିଲ୍ଲାର ସ୍ଥାନୀୟ କଳାକାର ମାନଙ୍କୁ ନେଇ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟମରେ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲା ପରିଷଦ, ଶ୍ରୀ ଅନୁପ ପଣ୍ଡା ଉପ ଜିଲ୍ଲାପାଳ- ପାରଳାଖେମୁଣ୍ଡି , ଶ୍ରୀ ଦିଲ୍ଲୀପ କୁମାର ବେହେରା ପ୍ରକଳ୍ପ ପ୍ରଶାସକ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି , ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସଂପୃକ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଅମୂଲ୍ୟ ପାଣିଗ୍ରାହୀ ଏବଂ ଶ୍ରୀମତୀ ସୁଲତା ଶୁଭଦର୍ଶନୀ ସଂଯୋଜନା କରିଥିଲେ ।

Related Posts

Seo wordpress plugin by www.seowizard.org.