ଗଜପତି : ଜିଲ୍ଲାସ୍ତରୀୟ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ , ୨୫ ଲକ୍ଷ ୨୦ହଜାର ୬୭୯ ଟଙ୍କା ଆଦାୟ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୩/୧୨ : ନୂଆଦିଲ୍ଲୀ ସ୍ଥିତ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ପୃଷ୍ଠପୋଷକତାରେ ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ସମେତ , ମୋହନା , ଆର. ଉଦୟଗିରି ଏବଂ କାଶୀନଗର ସ୍ଥିତ କୋର୍ଟରେ ଚଳିତ ବର୍ଷର ଶେଷ ତଥା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ , ଗଜପତି ଜିଲ୍ଲା କୋର୍ଟର ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ସମେତ ଜିଲ୍ଲା କୋର୍ଟର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ଶ୍ରୀ ବିଭୁ ପ୍ରସାଦ ପଣ୍ଡା , ମୁଖ୍ୟ-ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀ ନରୋତ୍ତମ ସେଠି , ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ) ; ସିଭିଲ୍ କୋର୍ଟର ରେଜିଷ୍ଟ୍ରାର ଶ୍ରୀ ପ୍ରସନ୍ନ କୁମାର ବେହେରା ; ଡିଏଲଏସଏ:ର ସଚିବ ଶ୍ରୀ ବିମଲ ରାଉଳ ; ମହିଳା କୋର୍ଟର ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ) ; ଶ୍ରୀମତୀ ରସ୍ମିତା ସାହୁ , ମହିଳା କୋର୍ଟ; ଶ୍ରୀମତୀ ରମଣୀ ରଞ୍ଜନ ପାତ୍ର ପ୍ରମୁଖ ନିଜ ନିଜ କୋର୍ଟ କାର୍ୟ୍ୟ ସମ୍ପାଦନ କରିଥିଲେ ।
ସେହିଭଳି ବିଷ୍ଣୁପ୍ରିୟା ସାମନ୍ତରାୟ – ଏସଡିଜେଏମ: ପାରଳାଖେମୁଣ୍ଡି; , ଶ୍ରୀ ଜଗଦୀଶ ପାଣି – ଜେଏମଏଫସି: -ପାରଳାଖେମୁଣ୍ଡି; , ଶ୍ରୀମତୀ ସୌଦାମିନୀ ବିଶ୍ୱାଲ-ସିଭିଲ ଜଜ୍ (ବରିଷ୍ଠ ବିଭାଗ) – ଆର. ଉଦୟଗିରି; ଶ୍ରୀ ତରୁଣ କୁମାର ସେଠି , ଜେଏମଏଫସି-ଆର.ଉଦୟଗିରି ; ଶ୍ରୀ ସୁଭାଜିତ ବେହେରା , ଜେଏମଏଫସି- ମୋହନା ; ଏବଂ ଶ୍ରୀମତୀ ମୋନାଲି ବେହେରା – ଗ୍ରାମ ନ୍ୟାୟାଧିକାରୀ ତଥା ଜେଏମଏଫସି: , କାଶୀନଗର ସେମାନଙ୍କ ନିଜ ନିଜ କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ।
ଏଥିରେ ବିଭିନ୍ନ କୋର୍ଟରେ ଓକିଲ ମାନେ ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
ଅନ୍ୟପକ୍ଷରେ ଏହି ରାଷ୍ଟ୍ରିୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ୍ ମାନଙ୍କ ଅଧିକାରୀଙ୍କ ସମେତ ଟିପିସୋଡିଏଲ୍: ଅଧିକାରୀ ମାନେ ଉପସ୍ଥିତ ରହି ବକେୟା ଟଙ୍କା ଆଦାୟ କରିଥିଲେ ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ , ମୋଟ ୩ , ୫୪୨ ଟି ମାମଲା ଗ୍ରହଣ କରା ଯାଇଥିଲା , ସେଥି ମଧ୍ୟରୁ ୨,୭୫୩ ଟି ମାମଲା ସମାଧାନ କରାଯାଇ ପରିଣାମ ସ୍ୱରୂପ ୨୫ ଲକ୍ଷ ୨୦ ହଜାର ୬୭୯ ଟଙ୍କା ଆଦାୟ କରା ଯାଇଥିଲା ।
ଏହିଭଳି ଲୋକ ଅଦାଲତର ଲକ୍ଷ୍ୟ ହେଉଛି – ବିବାଦର ସୌହାର୍ଦ୍ଦ-ପୂର୍ଣ୍ଣ ସମାଧାନ ଏବଂ ମାମଲା ପ୍ରତ୍ୟାବର୍ତ୍ତକଙ୍କୁ ଶୀଘ୍ର ଓ କମ ଖର୍ଚ୍ଚରେ ନ୍ୟାୟ ପ୍ରଦାନ କରିବା ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କୁହାଯାଇଛି ।




