ଗଜପତି : ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟା ଆରମ୍ଭ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୯/୧୧: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗଜପତି ଜିଲ୍ଲାରେ ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟା ଆଜି ପାରଳାଖେମୁଣ୍ଡି ଟାଉନ ହଲ୍ଠାରେ ଆରମ୍ଭ ହୋଇଛି। ଏହି ଚୟନ ପ୍ରକ୍ରିୟା ଆଜି ଠାରୁ ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।
ଏହି ପ୍ରକ୍ରିୟା ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ କଳାକାର ମାନଙ୍କୁ ଚୟନ କରାଯିବ। ଚୟନିତ ଅନୁଷ୍ଠାନ ଗୁଡ଼ିକ ଭବିଷ୍ୟତରେ ବିଭାଗ ପକ୍ଷରୁ ପ୍ରାୟୋଜିତ ରାଜ୍ୟ ଓ ଜାତୀୟ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର କଳା ପରିବେଷଣ କରିବାର ସୁଯୋଗ ପାଇବେ।
ଆଜି ପ୍ରଥମ ଦିନରେ ମୋଟ ୨୬ଟି ସଂକୀର୍ତ୍ତନ ମଣ୍ଡଳୀ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ।
ଚୟନ ପ୍ରକ୍ରିୟାରେ ବିଚାରକ ଭାବେ ସ୍ଥାନୀୟ ବିଶିଷ୍ଟ କଳାକାର ତଥା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଗୁରୁ ରଘୁନାଥ ପାତ୍ର, ଅଭିଜ୍ଞ ମଞ୍ଚ କଳାକାର ନୃସିଂହ ଚରଣ ପଟ୍ଟନାୟକ, ବରିଷ୍ଠ ଭାରତଲୀଳା କଳାକାର ତଥା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ହରିକୃଷ୍ଣ ବିଶ୍ୱାଳ ଏବଂ ସଂକୀର୍ତ୍ତନ ଗୁରୁ ପ୍ରଫୁଲ୍ଲ ବିଶ୍ୱାଳ ଯୋଗ ଦେଇଥିଲେ। ବିଚାରକ ମାନେ କଳାକାର ମାନଙ୍କ ପରିବେଷଣର ମୂଲ୍ୟାୟନ କରିବା ସହିତ ଚୟନ ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିଥିଲେ। ଏଥିସହ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।
ଜିଲ୍ଲାର କଳା, ସଂସ୍କୃତି ଓ ପାରମ୍ପରିକ କଳାରୂପକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପରିଚିତ କରାଇବା ଏହି ଚୟନ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ୟ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ\’ଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଛି।




