Odisha News

ଗଜପତି : ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୂର୍ବତନ୍ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କ୍ଷୟକ୍ଷତି ଅନୁଧ୍ୟାନ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୦/୧୧ :
ସାମୁଦ୍ରିକ ବାତ୍ୟା ଅର୍ଣ୍ଣବ ଓ ଅକ୍ବାନର ପ୍ରଭାବରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି କୃଷି କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି।
ଏଭଳି ସଙ୍କଟ ସମୟରେ କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଲୋକଙ୍କ ଦୁଃଖଦୁର୍ଦ୍ଦଶା ଅନୁଧ୍ୟାନ କରିବା ସହ ସରକାର\’ଙ୍କ ନିକଟରେ ବାସ୍ତବ ସ୍ଥିତି ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ବାଚସ୍ପତି ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି।
ଏହି ଗସ୍ତ ଅବସରରେ ସେ ଜିଲ୍ଲାର ଗୋଷାଣୀ ବ୍ଲକର ଅଧିକ କ୍ଷତିଗ୍ରସ୍ତ ଗ୍ରାମାଞ୍ଚଳ ସୋବୋରା, ନୂଆ ଗୋଷାଣୀ, ବାଘଶାଳା ଓ ସରଧାପୁର ପଞ୍ଚାୟତର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ କ୍ଷତିଗ୍ରସ୍ତ ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ ହୋଇଥିଲେ।
ପରିଦର୍ଶନ ସମୟରେ ବନ୍ୟାଜଳରେ ବୁଡ଼ି ନଷ୍ଟ ହୋଇଥିବା ଧାନ ଫସଲର ସ୍ଥିତି ଦେଖି ସେ ଉଦ୍‌ବେଗ ପ୍ରକାଶ କରିଥିଲେ।
ଶହ ଶହ ଏକର ଜମିରେ ଧାନ ଫସଲ ପାଣିରେ ବୁଡ଼ି ନଷ୍ଟ ହେବା ସହ ଅଗାଡ଼ି ପାଲଟି ଯାଇଥିବା ଦେଖି ଚାଷୀଙ୍କ ଦୁରବସ୍ଥାକୁ ଗୁରୁତ୍ୱର ସହ ନେଇଥିଲେ।
ଏହି କ୍ଷୟକ୍ଷତିର ବାସ୍ତବ ଚିତ୍ର ବିଧାନସଭାରେ ଉପସ୍ଥାପନ କରିବା ସହ ଚାଷୀଙ୍କୁ ଉପଯୁକ୍ତ ଓ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି ଉଠାଯିବ ବୋଲି ଦଳୀୟ ପ୍ରତିନିଧିମଣ୍ଡଳୀ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲୁଥିବା ସମୟରେ ଏହି ଅନୁଧ୍ୟାନ ଗସ୍ତରେ ସ୍ଥାନୀୟ ପାରଳା ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ମଧ୍ୟ ସାମିଲ ହୋଇଥିଲେ।
ଚାଷୀଙ୍କ କ୍ଷୟକ୍ଷତି ଅନୁସାରେ କ୍ଷତିପୂରଣ ପ୍ରଦାନ କରିବାରେ ସରକାରଙ୍କ ତତ୍ପରତାକୁ ନେଇ ସେ କଟାକ୍ଷ କରିବା ସହ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି କରିଥିଲେ।
ବର୍ତ୍ତମାନର ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଶ୍ୱାସନା ନୁହେଁ, ବରଂ ତ୍ୱରିତ ଆର୍ଥିକ ସହାୟତା ଓ ନ୍ୟାୟସଙ୍ଗତ କ୍ଷତିପୂରଣର ଆବଶ୍ୟକତା ରହିଛି।
ତେଣୁ କ୍ଷୟକ୍ଷତିର ସଠିକ୍ ଆକଳନ କରି ବିଳମ୍ବ ନକରି ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ଜୋରଦାର ହୋଇଛି।

Related Posts