Odisha News

ଗଜପତି: କଲେଜ ଓ ସ୍କୁଲ ସ୍ତରରେ ୭୪ତମ ଏନସିସି, ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୭/୧୧: ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ସମ୍ମୁଖ ପଡିଆ ଠାରେ ସ୍ଥାନୀୟ କଲେଜ ଓ ସ୍କୁଲ ସ୍ତରରେ ମିଳିତ ଭାବେ ୭୪ତମ ଏନସିସି ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଗଜପତି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ଭୂୟାଁ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏନସିସି: ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ଦଳ ପରିଦର୍ଶନ କରି ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ।
ଉପସ୍ଥିତ ଏନସିସି କେଡେଟ ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଅଧ୍ୟକ୍ଷ ଡଃ ଭୂୟାଁ କହିଥିଲେ ଯେ , ଏନସିସି କେଡେଟ ମାନେ ନିଜକୁ ଶୃଙ୍ଖଳିତ ଓ ଉତ୍ସର୍ଗୀକୃତ ମନୋଭାବ ନେଇ ଦେଶ ମାତୃକାର ସେବା କରିବା ଦିଗରେ ବ୍ରତୀ ହେବା ଆବଶ୍ୟକ । ଏକତା ଓ ଶୃଙ୍ଖଳାର ସହ ନିଜ କର୍ତ୍ତବ୍ୟ ଓ ଭୂମିକା ସମ୍ଭବ ହୋଇ ପାରିବା ସହ ସବୁ ଓ ସମସ୍ତ କ୍ଷେତ୍ରରେ ସହାୟକ ହୋଇ ପାରିଥାଏ ବୋଲି କହିଥିଲେ ।
ଏହି ଅବସରରେ ନିୟମ ମାନି ଚାଲିବା ସହ ଦେଶପ୍ରିତି ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ଏମଆରବି: ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଠାକୁର ପ୍ରସାଦ ସିଂହ ଶପଥ ପାଠ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଏନସିସି: ଅଫିସର ଶ୍ରୀ ଜଗନ୍ନାଥ ପଟନାୟକ , ମହିଳା ମହାବିଦ୍ୟାଳୟର ଏନସିସି: କେପଟେନ ଶ୍ରୀମତୀ ଅନିତା କୁମାରୀ ପାଢ଼ୀ , ଏସକେସିଜି: ସ୍ଵୟଶାସିତ ମହାବିଦ୍ୟାଳୟର ଏନସିସି ଅଫିସର ଅଧ୍ୟାପକ ଶ୍ରୀ ସୁମନ୍ତ କୁମାର ବେହେରା , ଅଧ୍ୟାପକ ଶ୍ରୀ ସୋମନାଥ ଦାସ ଏବଂ ଡଃ ଅଜୟ କୁମାର ତ୍ରିପାଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।
ପରେ ଏସୟୁଓ: ଶ୍ରୀ ପୂଣ୍ଣ ଚନ୍ଦ୍ର ମଲ୍ଲିକ ଓ ଜେୟୁଓ: ଶ୍ରୀ ବିଜୟ କୁମାର ବାରିକଙ୍କ ନେତୃତ୍ୱ ଓ ପରିଚାଳନାରେ ଅନୁଷ୍ଠିତ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ ମୁଖ୍ୟଅତିଥି ଅଧ୍ୟକ୍ଷ ଡଃ ଭୂୟାଁ ।
ବାଳକ ଉଚ୍ଚ ବିଦ୍ୟାଳୟର ଏନସିସି (ଆର୍ମି) ଟ୍ରୁପ ଲିଡର ଶ୍ରୀ ଅଭିନୟ ଭୂୟାଁ , ନେଭାଲ ଟ୍ରୁପ ଲିଡର ଶ୍ରୀ ପାୟନ୍ ଭୂୟାଁ , ଓମେନ୍ସ କଲେଜ ଏନସିସି ଟ୍ରୁପ ଲିଡର ତାନୁପ୍ରୀୟା ପାଇକ ଏବଂ ଏ: ରୋଶନୀ ପ୍ରମୁଖ ସେମାନଙ୍କ ଦଳର ନେତୃତ୍ୱ ନେଇଥିଲେ ।
ଏହି ଅବସରରେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ସଡ଼କ ସୁରକ୍ଷା ଉପରେ ଏନସିସି କେଡେଟ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ଥିଲା ।
ଏହାକୁ ବିଦ୍ୟାଳୟର ପ୍ରଧାନଶିକକ୍ଷ ଶ୍ରୀ ଠାକୁର ପ୍ରସାଦ ସିଂହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
କେଡେଟ ମାନେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ମୁଳକ ପ୍ଳା-କାର୍ଡ ସବୁ ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।

Related Posts