Odisha News

ଗଜପତି: କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୧୦୯ ତମ ଜୟନ୍ତୀ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୯/୧୧ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲୌହମାନବ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଙ୍କ ୧୦୯ତମ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି।
ଏହି ଅବସରରେ ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟର ସଭା ମଣ୍ଡପରେ ନଗର କଂଗ୍ରେସ କମିଟି ସଭାପତି ବସନ୍ତ କୁମାର ପଣ୍ଡା\’ଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀମାନେ ଇନ୍ଦିରା ଗାନ୍ଧୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ସ୍ଵର୍ଗତ ଇନ୍ଦିରା ଗାନ୍ଧୀ ଙ୍କ ଜୀବନୀ ଓ ଭାରତବାସୀଙ୍କ ପ୍ରତି ତାଙ୍କ ଅତୁଳନୀୟ ଅବଦାନ ଉପରେ ସ୍ମୃତିଚାରଣ କରାଯାଇଥିଲା ।
ଏହି ଅବସରରେ ଉପସ୍ଥିତ ଥିବା ବକ୍ତାମାନେ କହିଥିଲେ ଯେ, ଭାରତର ଗଣତନ୍ତ୍ର, ଧର୍ମନିରପେକ୍ଷତା, ବୈଜ୍ଞାନିକ ଚିନ୍ତାଧାରା ତାଙ୍କର ସ୍ନେହ ତାଙ୍କୁ ଦେଶବାସୀଙ୍କ ହୃଦୟରେ ଚିରସ୍ମରଣୀୟ କରି ରଖିଛି।
ତାଙ୍କର ଦେଶରେ ଦେଖାଇଥିବା ଆଦର୍ଶ ପଥରେ ଚାଲିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
ଆଜି\’ର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓବିସି ସଭାପତି ଜନାର୍ଦ୍ଦନ ରାଓ ଉପସ୍ଥିତ ନେତା କର୍ମୀ ଙ୍କୁ ମିଷ୍ଠାନ ବଣ୍ଟନ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମକୁ, ସୂର୍ଯ୍ୟ ନାରାୟଣ ପାତ୍ର, ଜସ୍ମିନ ସେକ୍, ରଞ୍ଜିତା ପାଣିଗ୍ରାହୀ, , ଅଭିମନ୍ୟୁ ପଣ୍ଡା, ବିଷ୍ପୁ ପ୍ରସାଦ ପାଣି, ମୁନା ମହାରଣା ଓ ବାବୁଲି ସାହୁ ପ୍ରମୁଖ ବରିଷ୍ଠ ନେତା, କର୍ମକର୍ତ୍ତା ଓ କର୍ମୀ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts