Odisha News

କଣ୍ଡରା ଓ କାଚପାଜୁ ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସମସ୍ୟା ଅନୁଧ୍ୟାନ କଲେ ଜିଲ୍ଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୧୨: (ସୋମବାର) ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ପରେ ପରେ ଅପରାନ୍ହ ୩ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ହରଭଙ୍ଗା ବ୍ଲକର ଦୁର୍ଗମ କଣ୍ଡରା ଓ କାଚପାଜୁ ଅଞ୍ଚଳକୁ ଗସ୍ତ କରିଛନ୍ତି ।
ଏହି ଅଞ୍ଚଳରେ ନିର୍ମାଣକ୍ଷଧୀନ ରାସ୍ତା କାମ ଦେଖିବା ସହ ତୁରନ୍ତ କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଅଞ୍ଚଳର ସ୍ବାସ୍ଥ୍ୟ, ପାନୀୟ ଜଳ, ଶିକ୍ଷା ଓ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଜନ ସାଧାରଣ ମାନଙ୍କ ସହ ଆଲୋଚନା କରିଥିଲେ । ପରିଦର୍ଶନ ସମୟରେ ବିଭିନ୍ନ ବିଭାଗର ବ୍ଲକ ସ୍ତରୀୟ ଓ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related Posts