Odisha News

ଓଡିଶା ରାଜ୍ୟ ଠିକା ମହିଳା ପରିଦର୍ଷୀକାଙ୍କୁ ସ୍ଥାୟୀ କରିବା ନିମନ୍ତେ ଜରୁରୀ ବୈଠକ

ସୁରେଶ କୁମାର ଦାଶଙ୍କ ରିପୋର୍ଟ
ବରଗଡ଼,୬/୫ : ରାଜ୍ୟରେ ଥିବା ସମନ୍ୱିତ ଶିଶୁ ବିକାଶ ଯୋଜନାର ଠିକା ମହିଳା ସୁପରଭାଇଜର ମାନଙ୍କୁ ସ୍ଥାୟୀ କରିବା ନିମନ୍ତେ ଗତ ୩୦/୦୪/୨୦୨୩ ରବିବାର ଦିନ ଶ୍ରୀମତୀ ବାସନ୍ତୀ ଦାଶ, ବରଗଡ଼ ର ସୁପରଭାଇଜରଙ୍କ ସଭାପତିତ୍ବରେ ବୁଳନ ଭାଇ ସେବା ଭବନ, ଭୁବନେଶ୍ୱର ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ସମସ୍ତ ଜିଲ୍ଲାର ଆବହାକମାନେ ଉପସ୍ଥିତ ରହି ଚାକିରୀ କିପରି ସ୍ଥାୟୀ ହେବ ତା ଉପରେ ଆଲୋଚନା କରିଥିଲେ ।
କ୍ଷୋଭର ବିଷୟ ଯେ, ମହିଳା ଶିଶୁବିକଶ ବିଭାଗର ସୁପରଭାଇଜର ମାନେ ଗତ ବର୍ଷ ତା ୮.୧୧.୨୧ ରିଖ ରେ, ଝଡି ବର୍ଷା କାକର କୁ ଖାତିର ନ କରି ପ୍ରାୟ ଏକ ମାସ ଧରି ମହାତ୍ମାଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିଥିଲେ ।
ଉକ୍ତ ଆନ୍ଦୋଳନ ସମୟରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଙ୍କ ଅନୁରୋଧ ତଥା ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ତଗିତ୍ ରଖାଯାଇଥିଲା ।
ପ୍ରକାଶ ଥାଉ କି, ସରକାର ତିନି ମାସ ମଧ୍ୟରେ ମହିଳା ଶିଶୁବିକାଶ ଯୋଜନାର ଠିକା ମହିଳା ସୁପରଭାଇଜର ମାନଙ୍କୁ ସ୍ଥାୟୀ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।
ପ୍ରାୟ ଏକ ବର୍ଷ ଅତିବାହିତ ହେଲାପରେ ସୁପରଭାଇଜର ଙ୍କ ଏକ ସ୍ଵତ୍ତନ୍ତ୍ର ଦଳ ଗତ ତାରିଖ ୧୭/୧୦/୨୨ ରେ ମୁଖ୍ୟଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ମହାପାତ୍ର ଓ ବିଭାଗିୟ ସଚିବ ଶ୍ରୀମତୀ ଶୋଭା ଶର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଏବଂ ଦାବି ଅନୁଯାୟୀ ସରକାର ଏପର‌୍ୟ୍ୟନ୍ତ ସ୍ଥାୟୀ କରିବାପାଇଁ କୌଣସି ନିଷ୍ପତ୍ତି ନେଇପରିନାହାନ୍ତି ।
ଯାହାଫଲରେ ଠିକା ମହିଳା ସୁପରଭାଇଜର ମାନେ ଏକ ଜରୁରୀ ବୈଠକରେ ମିଳିତ ହେବାପାଇଁ ବଢ଼ୁହେଲେ । ସରକାରଙ୍କ ସମସ୍ତ କାର୍ଯ୍ୟଭାର ଠିକା ସୁପରଭାଇଜର ମାନେ ଦୀର୍ଘ ୧୫ ବର୍ଷ ହେଲା ସୁଚାରୁରୂପେ ତୁଲାଇ ଆସୁଛନ୍ତି ।
ସରକାର ସମସ୍ତ ବିଭାଗର ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ସତ୍ତ୍ୱେ ମହିଳା ସୁପରଭାଇଜର ଙ୍କର ସ୍ଥାୟୀ ନିଷ୍ପତ୍ତି କଣ ପାଇଁ କରିପାରିନାହାନ୍ତି ତାହା ଆଜିକାର ବୈଠକ ରେ ଉପସ୍ଥିତ ମହିଳା ସୁପରଭାଇଜର କର୍ମଚାରୀ ମାନେ କ୍ଷୋଭ ପ୍ରକାଶ କରିଥିଲେ ।ବର୍ତ୍ତମାନ ମହିଳା ଶିଶୁବିକାଶ ବିଭାଗର ମହିଳା ଠିକା ସୁପରଭାଇଜର ମାନେ ଆସନ୍ତା ତାରିଖ ୧/୫/୨୩ ଠାରୁ ପଛୁଆ ବର୍ଗ ର ସର୍ଭେରେ ନିୟୋଜିତ ହୋଇ ସୁଚାରୁରୂପେ କାର‌୍ୟ୍ୟ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି ।
ପଛୁଆ ବର୍ଗ ସର୍ଭେ ଓଡ଼ିଶା ସରକାରଙ୍କ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ, ଏଣୁ ସରକାରଙ୍କ କାର୍ଯ୍ୟରେ ଠିକା ମହିଳା କର୍ମଚାରୀ ମାନେ କୌଣସି ପ୍ରକାରର ବାଧା ସୃଷ୍ଟି ନ କରି ସୁଚାରୁ ରୂପେ କାର୍ଯ୍ୟ କରୁଛନ୍ତି ଉକ୍ତ ବୈଠକରେ ଆବାହିକା ତଥା ସାଧାରଣ ସମ୍ପାଦିକା ମିନତି ସିଂହ, ଙ୍କ ସହ ସୀତା ମେହେର, ଅଞ୍ଜନା ବାରିକ, ସୁଶ୍ରୀ ସଂଗୀତା ସାମନ୍ତରାୟ, ମିନତି ମହାନ୍ତି, ସରସ୍ଵତୀ ବିଶି, ଜୟଶ୍ରୀ ଦାସ, ପ୍ରଭାତୀ ବେହେରା, କବିତା ସାମଲ, ଲୀଳାବତୀ ମହନ୍ତ, ସୁଜାତା ସାହୁ, ସ୍ଵର୍ଣ୍ଣ ପ୍ରଭା ନାୟକ, ଶୁଭଶ୍ରୀ ମହାନ୍ତି ଆଦି ପ୍ରତ୍ୟେକ ଜିଲ୍ଲାରୁ ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

Related Posts

Seo wordpress plugin by www.seowizard.org.