Odisha News

ଓଡ଼ିଶାର ଗର୍ବ ଏବଂ ଗୌରବ ଶିଶୁ ବିଭାଗ ଡାକ୍ତର ରଶ୍ମି ରଞ୍ଜନ ଦାଶ

ଶ୍ରୀକାନ୍ତ ରାଉତଙ୍କ ରିପୋର୍ଟ
ଭୁବନେଶ୍ୱର,୮/୧୧: ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର ବିଜ୍ଞାନ ସଂସ୍ଥାନ (AIIMS) ର ଶିଶୁ ବିଭାଗ ର ଜଣେ ସୁନାମ ଧନ୍ୟ ଡାକ୍ତର ହେଉଛନ୍ତି ଆସୋସିଏଟ ପ୍ରଫେସର ଡାକ୍ତର ରଶ୍ମି ରଞ୍ଜନ ଦାଶ । ଶିଶୁ ବିଭାଗ ରେ ରୋଗୀ ମାନଙ୍କ ସେବା କରିବାରେ କେବେ ସେ ମନକୁ ଉଣା କରିନାହାନ୍ତି । ସାରା ଓଡିଶା ରେ ଏକ ପରିଚିତ ନାଁ ଡାକ୍ତର ରଶ୍ମି ରଞ୍ଜନ ଦାଶ ।
ଭୁନେଶ୍ୱର ଇଓଓଗଝ ଡାକ୍ତରଖାନା ରେ ଆଲୋକ ବର୍ତ୍ତିକା ସାଜିଥିବା ଡାକ୍ତର ରଶ୍ମିରଂଜନ ଦାଶ ଶିଶୁ ମାନଙ୍କ ଙ୍କ ପାଇଁ ଦେବଦୁତ ପାଲଟିଛନ୍ତି ଓ ନିଜର ବ୍ରତ ଭଳି ଶିଶୁ ବିଭାଗ ରୋଗୀଙ୍କ ସେବା କରିଆସିଛନ୍ତି ଯାହାକି ଶିଶୁ ରୋଗୀ ଏକ ନୂଆ ଜୀବନ ପାଇଲା ଭଳି ଅନୁଭବ କରିଥାନ୍ତି କ୍ଷ
ଭୁବନେଶ୍ୱର ର AIIMS ହସ୍ପିଟାଲ ର ଶିଶୁ ବିଭାଗ ର ଡାକ୍ତର ରଶ୍ମି ରଞ୍ଜନ ଦାଶ ବାସ୍ତବ ରେ ଶିଶୁ ରୋଗୀଙ୍କୁ ଦେଖାସୁନା କରିବା, ରୋଗୀଙ୍କ ସହ କିଛି ସମୟ ବିତାଇବାକୁ ପ୍ରାଥମିକତା ଦିଅନ୍ତି ଏକ ସାକ୍ଷାତ କାରରେ ଆମ ପ୍ରତିନିଧି ଶ୍ରୀକାନ୍ତ କୁମାର ରାଉତ ଙ୍କ ଆଗରେ ପ୍ରକାଶ କରିଛନ୍ତି । ବହୁ ବର୍ଷ ଧରି ରୋଗୀ ସେବାରେ ବ୍ରତୀ ଥିବକ୍ଷ ଡାକ୍ତର ରଶ୍ମି ସାଧାସିଧା ଜଣା ପଡୁଥିଲେ ହେ ତାଙ୍କର କାର୍ଯ୍ୟଶୈଳୀ ଓ କାର୍ଯ୍ୟ ଦକ୍ଷତା କୁ ନେଇ ସେ ସବୁ ମହଲରେ ପ୍ରଶଂସା ର ପାତ୍ର ହୋଇ ପାରିଛନ୍ତି ।
ଶିଶୁ ରୋଗୀ ଙ୍କୁ ଅତି ସହଜରେ ବୁଝାଇ ସୁଝାଇ ସେମାନଂକୁ ସ୍ନେହ ଓ ଆଦର ଦେଇ ରୋଗର ଚିକତ୍ସା କରିବା ଡାକ୍ତର ରଶ୍ମି ବେଶ ଭଲ ଭାବେ ଜାଣନ୍ତି । ଶିଶୁ ଟିର ପିତା ମାତା ଙ୍କୁ ଅତି ଭଲ ଭାବରେ ବୁଝାଇ ଶିଶୁ ଟିର ଯତ୍ନ ନେବା ପାଇଁ କୁହନ୍ତି । ଶିଶୁ ମାନେ ବିଶେଷତ ଡାକ୍ତର ବା ଡାକ୍ତର ଖାନା କୁ ଦେଖିଲେ ଇଞ୍ଜେକ୍ସନ କଥା ମନେପକାଇ କାନ୍ଦି ଥାନ୍ତି ।
ଏ ସବୁ କ୍ଷେତ୍ରରେ ଡାକ୍ତର ରଶ୍ମି ବେଶ ଭଲ ଭାବରେ ଶିଶୁ ରୋଗୀ ଟିକୁ ବୁଝାଇ ରୋଗଟିର ଉପଚାର କରିଥାନ୍ତି । ବ୍ୟସ୍ତବହୁଳ ଜୀବନ ମଧ୍ୟରେ ରୋଗୀ ସେବାକୁ ପ୍ରାଥମିକତା ଦେବା କ୍ଷେତ୍ରରେ ଏକ ବିରଳ ଓଡ଼ିଆ ଡାକ୍ତର ଭାବେ ଜଣାଶୁଣା ଡାକ୍ତର ରଶ୍ମି ରଞ୍ଜନ ଦାଶ କେବଳ ଭୁବନେଶ୍ୱର ନୁହେଁ ଭୁବନେଶ୍ୱର ବାହାରେ ମଧ୍ୟ ତାଙ୍କର ବେଶ ଖ୍ୟାତି ରହିଛି ।
ମାତୃଭୂମି ଓଡ଼ିଶାରେ ରହିବା ଓ ଓଡିଶା ବାସୀଙ୍କର ସେବା କରିବାରେ ଅଧିକ ଆନନ୍ଦ ଲାଭ କରନ୍ତି ବୋଲି ସେ ମତ ପ୍ରକାଶ କରିଛନ୍ତି କ୍ଷ ଖାସ ସେଥିପାଇଁ ସେ ଓଡିଶା ରେ ରହିବାକୁ ମନସ୍ଥ କରିଛନ୍ତି । ନିଷ୍ଠାପର ଭାବେ ରୋଗୀ ସେବା ଯୋଗୁଁ ସେ ବହୁ ଅନୁଷ୍ଠାନ ଓ ଉଚ୍ଚପଦସ୍ଥ ଅଧିକାରୀ ଙ୍କ ଦ୍ୱାରା ବେଶ ଉଚ୍ଚ ପ୍ରସଂଶିତ ହୋଇ ପାରିଛନ୍ତି । ବହୁ ଶିଶୁ ରୋଗୀ ଏଠୁ ଭଲ ହୋଇ ଫେରନ୍ତି ବୋଲି ବେଶ ଚର୍ଚ୍ଚା ହୁଏ । କେବଳ ଡାକ୍ତରୀ ବିଦ୍ୟାନୁହେଁ ଜଣେ ଉଦାରମନକ୍ଷ, ସରଳ ଓ ନିଷ୍କପଟ ବ୍ୟକ୍ତି ଭାବେ ଜଣାଶୁଣା ଡାକ୍ତର ରଶ୍ମି ରଞ୍ଜନ ଦାଶ ଙ୍କ ସମ୍ପର୍କରେ ଯେତେ ପ୍ରଶଂସା କଲେ ବି ତାହା କମ ହେବ ଏହା ନିସନ୍ଦେହ ।

Related Posts

Seo wordpress plugin by www.seowizard.org.