Odisha News

‘ଓଡ଼ିଆ ପକ୍ଷ – ୨୦୨୬’ ଅବସରରେ ଜ଼ିଲ୍ଲା ସଂଗ୍ରହାଳୟ ଠାରେ ” ଆସ ବହିଟିଏ କିଣିବା ” କାର୍ଯ୍ୟକ୍ରମ ଶୁଭାରମ୍ଭ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୦/୪ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଚାଲିଥିବା ‘ଓଡ଼ିଆ ପକ୍ଷ – ୨୦୨୬’ ଅବସରରେ ଜ଼ିଲ୍ଲା ସଂଗ୍ରହାଳୟ ଠାରେ ” ଆସ ବହିଟିଏ କିଣିବା ” କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାପାଳ ନିଜେ ପୁସ୍ତକ କ୍ରୟ କରି ଏହି ଅଭିଯାନର ଶୁଭାରମ୍ଭ କରିବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କୁ ବହିଟିଏ କିଣି ଦେଇଥିଲେ । ସମସ୍ତଙ୍କୁ ବହିଟିଏ କିଣି ପଢ଼ିବା ପାଇଁ ଅନୁରୋଧ କରିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟକୁ ଋଦ୍ଧିମନ୍ତ କରିବା ପାଇଁ ପ୍ରତିଟି ଘରେ ବହି ରହିବା ଆବଶ୍ୟକ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ ।
ଓଡ଼ିଶା ପକ୍ଷ ପାଳନ ସମୟରେ ଆମେ ଆମର ମାତୃଭାଷାର ବହି ପଢ଼ିବା ସହ ଅନ୍ୟମାନଙ୍କୁ ବହି ଉପହାର ଦେବା ପାଇଁ ଅନୁରୋଧ କରିଥିଲେ ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପଧାନ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ,ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।
ଏହି ଅବସରରେ ଡେପୁଟି କଲେକ୍ଟର ତଥା ଜ଼ିଲ୍ଲା ସଂସ୍କୃତି ଅଧିକାରୀ, ବୌଦ୍ଧ ସମସ୍ତ ଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଥିଲା ନୂତନ ପିଢ଼ିର ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି କରିବା ।
ଏହି ଅବସରରେ ଉତ୍କଳ ପ୍ରସଙ୍ଗ, ଜଗନ୍ନାଥ ଜଣାଣ, ଓଡିଆ ଅଭିଧାନ ସ୍ଥାନୀୟ କବି ଓ ଲେଖକ ଙ୍କ ବିଭିନ୍ନ ବହି ବିକ୍ରୟ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଶାଖାର କନିଷ୍ଠ ସହାୟକ ଶୁଭ୍ରଜିତ ଦାନୀ, ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼, କର୍ମଚାରୀ ଜିତେନ୍ଦ୍ର ମହାନ୍ତି, ବୀର କିଶୋର କର୍ମୀ, ପିଙ୍କି ବେହେରା,ପ୍ରଧାନ ଶିକ୍ଷକ ଅନୁଭବ ପଟ୍ଟନାୟକ, ଶିକ୍ଷକ ଗୋପାଳ ଅମାତ ସହଯୋଗ କରିଥିଲେ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Related Posts