Odisha News

ଏସଟିଏଫ୍ ପଞ୍ଝାରେ ଚୋରା ବେପାରୀ: ଦୁଇଟି କଲରାପତରିଆ ବାଘଛାଲ ଜବତ

ଭୁବନେଶ୍ୱର, ୫/୧୧ : ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ । ବାଘ ଛାଲ ବ୍ୟବସାୟୀ ଭଗବତ ଗିରଫ ।
ତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ । ଭାଗବତ ନୟାଗଡ଼ ଓ କନ୍ଧମାଳ ଜଙ୍ଗଲରୁ ବାଘ ମାରିଥିବା ସୂଚନା । ଏନେଇ ଅଧିକ ଖୋଲତାଡ଼ କରୁଛି ଏସ୍ଟିଏଫ୍ ।
ସେହିପରି ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଦନ୍ତ ଜାରି ରଖିଛି ଏସ୍ଟିଏଫ୍ । କେବଳ ଏହି ଦୁଇଟି ସ୍ଥାନରୁ ବାଘ ଶିକାର କରିଛି ।
ନା ଆଉ କେଉଁ କେଉଁ ସ୍ଥାନରୁ ବାଘ ଶିକାର କରିଛନ୍ତି । ଭାଗବତଙ୍କୁ ଜେରା ପରେ ହିଁ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି ।

Related Posts

Seo wordpress plugin by www.seowizard.org.