ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୮/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଉଦ୍ୟାନ ବିଭାଗ କାର୍ଯ୍ୟଳୟ ପକ୍ଷରୁ ଖରିଫ ଚାଷ ପାଇଁ ସରକାର ଯୋଗାଇ ଦେଉଥିିବା ମାଗଣାରେ ଆଳୁ ବିହନ ବିତରଣର ଶୁଭାରମ୍ଭ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ନିରଞ୍ଜନ ଦ୍ବିବେଦୀ, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଉପାଧ୍ୟକ୍ଷ ଧବଳେଶ୍ବର ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଅନୀତା ମଲ୍ଲିକ ଓ ସମାଜ ସେବୀ ପ୍ରମୋଦ କୁମାର ମଲ୍ଲିକ ଯୋଗ ଦେଇ ଚାଷୀମାନଙ୍କୁ ଆଳୁ ବିହନ ବିତରଣ କରିଛନ୍ତି।
ଓଡ଼ିଶା ସରକାର ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି କରିବା ପାଇଁ ଚାଷୀ ମାନଙ୍କୁ ସଚେତନ ସହିତ ତାଲିମ ପ୍ରଦାନ ପୂର୍ବକ ଏକ ହେକ୍ଟର ପାଇଁ ୧୫୦୦ କେଜି ଓ ଦୁଇ ହେକ୍ଟର କରିଥିବା ହିତାଧିକାରୀ ମାନଙ୍କୁ ୧୫୦ କେଜି ଆଳୁ ବିହନ ସବସିଡି ଜରିଆରେ ଯୋଗାଇ ଦେଇଛନ୍ତି। ଏହା ବ୍ଲକର ୧୨୫ ହେକ୍ଟରରେ କରିବା ପାଇଁ ଉଦ୍ୟାନ ବିଭାଗ ଧାର୍ଯ୍ୟ କରିଥିବା ବେଳେ ପ୍ରାୟ ଏକ ହଜାର ଆଳୁ ଚାଷୀ ସୁବିଧା ସୁଯୋଗ ନେବା ପାଇଁ ସ୍ଥିର ହୋଇଛି।
ଏହି ବ୍ଲକର ୧୪ ଟି ପଞ୍ଚାୟତର ବିଭିନ୍ନ ଦିନରେ ବଣ୍ଡଗୁଡା, ଚାଞ୍ଚେଡି, ଜିରିଡିକିଆ, ଗାନ୍ଦ୍ରିଗାଁ ଓ ମହାସିଙ୍ଗିର ପାରମ୍ପାରିକ ଆଳୁ ଚାଷୀମାନଙ୍କ ସହ କନ୍ଦିବାନ୍ଦା, ଗୁଞ୍ଜିଗାଁ, କମାଙ୍ଗି ଓ ସିର୍ତ୍ତିଗୁଡା ଭଳି ବିଭିନ୍ନ ଗ୍ରାମର ମହିଳା ସ୍ବୟଂସହାୟକ ଗୋଷ୍ଠୀ ଚାଷୀ ମାନଙ୍କୁ ସରକାର ଆଳୁ ବିହନ ପ୍ରୋତ୍ସାହନ ଦେଇ ଏବେ ସୁଦ୍ଧା ୪୫୦ କୁଇଣ୍ଟାଲ ବିତରଣ ହୋଇ ଥୂବା ଜଣାପଡିଛି।
ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ କୃଷି ଅଧୂକାରୀ ବିଭୁଦତ୍ତ ବିଶ୍ବାଳଙ୍କ ନେତୃତ୍ୱରେ ପରିଚାଳନା ହୋଇ ଥିଳବା ବେଳେ ଉଦ୍ୟାନ ଓଭରସିୟର ବାବୁଲା ନାୟକ, ମାମି ମାଝି,ପ୍ରଦାନ ସଂସ୍ଥାର ଏସଏମଏସ ତପନ କୁମାର ଦତ୍ତ,ସ୍ଥାନୀୟ ଯୁବ କୃଷକ ରାଜେନ୍ଦ୍ର ମଲ୍ଲିକ ଓ ସରୋଜ କୁମାର ମହାନନ୍ଦ ବିତରଣ କାର୍ୟ୍ୟରେ ସହଯୋଗ କରିଥିଲେ।
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ
ବାଲିଗୁଡା, ୮/୯: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୧୧ ନଂ ୱାର୍ଡର ଗଲିଆଡଙ୍ଗର ପାହାଡ଼ ଉପର ଜଙ୍ଗଲରୁ ଝୁଲନ୍ତା ମୃତଦେହ ରବିବାର ବାଲିଗୁଡା ପୋଲିସ ଠାବ କରିଥିଲା କ୍ଷ ସୋମବାର ପୋଲିସ ତଦନ୍ତ ପରେ ମୃତକଙ୍କ ପରିଚୟ ଚିହ୍ନଟ ହୋଇଛି।
ମୃତକ ହେଲେ ରବୀନ୍ଦ୍ର ବେହେରା (୪୩)। ତାଙ୍କ ଘର ଟିକାବାଲି ଥାନା ଅଧୀନ ପକାରୀ ଗ୍ରାମରେ ଏବଂ ସେ ଲୋକନାଥ ବେହେରାଙ୍କ ପୁଅ ବୋଲି ଜଣାପଡ଼ିଛି।
ପୋଲିସ ପକ୍ଷରୁ ଆବଶ୍ୟକ ଯାଞ୍ଚ ଓ ପରିଚୟ ନିଶ୍ଚିତ କରାଯିବା ପରେ ମୃତଦେହର ପୋଷ୍ଟମର୍ଟମ୍ ପରୀକ୍ଷା କରାଯାଇଥିଲା। ପୋଷ୍ଟମର୍ଟମ୍ ପରେ ଆଇନଗତ ପ୍ରକ୍ରିୟା ଅନୁସାରେ ମୃତଦେହକୁ ତାଙ୍କ ପରିବାର ସଦସ୍ୟଙ୍କ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।




