ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା, ପୂର୍ବପରି ସାମ୍ବାଦିକଙ୍କୁ ମିଳିବ ସୁବିଧା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୧/୯: ରାଜ୍ୟ ସାମ୍ବାଦିକମାନଙ୍କ ପାଇଁ ଆସିଛି ଖୁସି ଖବର । ଆୟୁଷ୍ମାନ ଭାରତ ଯୋଜନାରେ ମିଶିବ ନାହିଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା। ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାର ଲାଭ ଉଠାଇ ପାରିବେ । ରାଜ୍ୟ ସରକାର ଏ ନେଇ ନିଷ୍ପତ୍ତି ନେଇଛନ୍ତି ।
ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନା ସହ ମିଶାଇବା ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଥିଲା । କିନ୍ତୁ ସାମ୍ବାଦିକ ମହଲରେ ଏ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ବୀମାକୁ କେନ୍ଦ୍ର ବୀମାରେ ଅନ୍ତର୍ଭୁକ୍ତ ନ କରିବାକୁ ନିବେଦନ କରାଯାଇଥିଲା । ଫଳରେ ସରକାର ପୂର୍ବ ପରି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ କାଏମ ରଖିଛନ୍ତି । ସେଥିପାଇଁ ଓଡ଼ିଶା ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟସ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଛି।




