Odisha News

ଆସିଲା ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଭିସେରା ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ବର,୮/୮: ଶୁଭସ୍ମିତାଙ୍କ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପର‌୍ୟ୍ୟନ୍ତ ପୋଷ୍ଟ ମର୍ଟମ୍ ରିପୋର୍ଟ ହସ୍ତଗତ ହୋଇନି କି ପୁଲିସକୁ ଦିଆ ଯାଇନାହିଁ। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନି। ଆଜି ସନ୍ଧ୍ୟା ସୁଦ୍ଧା ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିବାର ସମ୍ଭାବନା ରହିଛି। ଏଣୁ ଶୁଭଲକ୍ଷ୍ମୀ ମଦ୍ୟପାନ କରିଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ଏପର୍ଯ୍ୟନ୍ତ କିଛି ଜଣା ପଡ଼ିନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଶୁଭସ୍ମିତା ମଦ୍ୟପାନ କରିଥିଲେ କି ନା ତାହା ସ୍ପଷ୍ଟ ହେବ। କିଏ ହତ୍ୟା କରି ଟାଙ୍ଗିଛି କି ନିଜେ ଆତ୍ମହତ୍ୟା କରିଛନ୍ତି ଶୁଭଲକ୍ଷ୍ମୀ, ତାହା ଏଯାଏଁ ସ୍ପଷ୍ଟ ହୋଇନି।
ଋ ରାଜଧାନୀ ଭୁବନେଶ୍ବରର କଟକ ରୋଡରେ ଥିବା ଦୀପାଳି ବାରରୁ ଭଦ୍ରକ କୁଆ ବାଘସାହିର ଶୁଭଲକ୍ଷ୍ମୀ ସାହୁ (୧୮ଙ୍କ ମୃତଦେହ ମିଳିବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ତାଙ୍କ ବାପା ଓ ଭାଇ କହିଛନ୍ତି, କେହି ଶୁଭଲକ୍ଷ୍ମୀଙ୍କୁ ହତ୍ୟା କରି ଝୁଲାଇ ଦେଇଛନ୍ତି।
ତାଙ୍କ ଝୁଲନ୍ତା ଶବକୁ ପୁଲିସ ଜବତ କରିଛି।
ହୋଟେଲର ଏକ ରୁମରେ ଶୁଭଲକ୍ଷ୍ମୀଙ୍କ ଶବ ଓଢ଼ଣିରେ ଝୁଲିବା ଅବସ୍ଥାରେ ମିଳିଥିବାରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ପୁଲିସ ତାଙ୍କ ପରିବାର ଲୋକଙ୍କୁ ଏ ନେଇ ଖବର ଦେବା ସହ ଦୀପାଳି ହୋଟେଲରେ ଛାନଭିନ୍ କରୁଛି। ହୋଟେଲ ଓ ବାର୍ ମ୍ୟାନେଜର ଭାସ୍କର ପଟ୍ଟନାୟକଙ୍କୁ ପଚରାଉଚରା କରାଯାଇଛି। ଏ ସଂକ୍ରାନ୍ତରେ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ମିଳିଥିବା ରୁମରୁ ଏକ ମୋବାଇଲ ଫୋନ ଜବତ କରାଯାଇଛି।

Related Posts

Seo wordpress plugin by www.seowizard.org.