Odisha News

ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୫: ବୌଦ୍ଧର ଆର୍ଟ ଅଫ ଗିଭିଙ୍ଗ ପରିବାର ପକ୍ଷରୁ ସହରର ଟାଉନହଲ ଠାରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝି ଓ କନ୍ଧମାଳ ସାଂସଦ ପ୍ରତିନିଧି ତାରେଣୀ କୁମାର ମହାପାତ୍ର ଯୋଗ ଦେଇଥିଲେ । କାଯ୍ୟକ୍ରମରେ ସ୍ଥପତି ସୁମନ ଷଢଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଥିରେ ଅତିଥି ମାନେ ଆର୍ଟ ଗିଭିଙ୍ଗ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସକାଳେ ଟ୍ରାଫିକ ପୁଲିସ , ଏନଏସି ଫସେଇ କର୍ମଚାରୀ, ଅଟୋ ଡ୍ରାଇଭର, ଅଙ୍ଗନୱାଡି କର୍ମୀ, ୧୦୮ ଆମ୍ବୂଲାନସ ଡ୍ରାଇଭର, ଅସହାୟ ବ୍ୟକ୍ତି, ଅଶାକର୍ମୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରବୀର ଦାସ, ସଂଜୟ ନାୟକ, ଚିତରଂଜନ ଦାସ ପ୍ରମୁଖ ଉପସ୍ଥିତ ରହି ସମ୍ମାନୀତ କରିଥିଲେ । ଶେଷର କାର୍ଯ୍ୟକ୍ରମରେ ମାନସ ପୁରୋହିତ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ୨୦୧୩ ମେ ୧୭ ତାରିଖ ଠାରୁ ଆର୍ନ୍ତଜାତୀକ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳନ ହୋଇଆସୁଛି । ବୌଦ୍ଧ ଜିଲ୍ଲାରେ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ଆର୍ଟ ଅଫ ଗିଭିଙ୍ଗ ସଂଯୋଜକ ଲକ୍ଷ୍ମୀଧର ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

୧୧ ଜଣ ଗ୍ରାମ ରୋଜଗାର ସେବକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ଜିଲ୍ଲାପାଳ
ବୌଦ୍ଧ,୧୮/୫: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହଠାରେ ୧୧ ଜଣ ଗ୍ରାମରୋଜଗାର ସେବକଙ୍କୁ ଜିଲ୍ଲାପାଳ ସତ୍ୟରଂଜନ ସାହୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ନବନିଯୁକ୍ତ ଗ୍ରାମରୋଜଗାର ସେବକମାନଙ୍କୁ ନିଷ୍ଠାର ସହ ଲୋକମାନଙ୍କ ପାଖରେ ପହଞ୍ଚି ଲୋକଙ୍କ ସେବା ,ସରକାରୀ ଯୋଜନା ଓ ସୁବିଧା ଗୁଡିକ ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟ ପରାୟଣତାର ସହ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଝରଣା ପ୍ରଧାନ, ଶିଶୁ ସୁରକ୍ଷା ଅଧିକାରୀ ରାହୁଳ କୁମାର ପ୍ରଧାନ,ସେକ୍ସନ ଅଫିସର ମାନସ ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୧୮/୫ : ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅଫିସର ମିଟିଙ୍ଗ କକ୍ଷ ଠାରେ କଠିନ ବସ୍ତୁ ପରିଚାଳନା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ଅଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏବଂ ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସାସ୍ୱତି ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହି ଅଧିକାରୀ ମନୋରଂଜନ ପଣ୍ଡା, ଜିଲ୍ଲା ଆଇନସେବା ପ୍ରାଧିକରଣ, ପ୍ୟାନେଲ ଓକିଲ ରାଜେନ୍ଦ୍ର କୁମାର ମେହେର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସଫେଇ କର୍ମଚାରୀ, ପର୍ଯ୍ୟବେକ୍ଷକ ଗଣ ଏବଂ ବୌଦ୍ଧ ଟାଉନର ଅଧିବାସୀ ଗଣ ବହୁ ପରିମାଣରେ ଉପସ୍ଥିତଥିଲେ ।
ଏହି କାର୍ଯ୍ୟକ୍ରମରେ ଘରୁ ବାହାରୁଥିବା ବର୍ଯ୍ୟବସ୍ତୁ ଯଥା ଓଦା ବର୍ଯ୍ୟବସ୍ତୁ ଏବଂ ଶୁଖିଲା ବର୍ଯ୍ୟବସ୍ତୁ ଇତ୍ୟାଦି ନିୟମିତ ଭାବରେ ସଫେଇ କର୍ମଚାରୀ ଙ୍କ ଦ୍ୱାରା ସଂଗ୍ରହ କରିବା ଏବଂ ଏହାର ଉଚିତ ନିଷ୍କାସନ କରିବା ଏବଂ ଆମ ସହର ଏବଂ ପରିବେଶ କୁ କିପରି ସ୍ୱଚ୍ଛ, ସୁନ୍ଦର ଓ ପ୍ଲାଷ୍ଟିକ୍ ମୁକ୍ତ ରଖିବା ଇତ୍ୟାଦି ଉପରେ ସମସ୍ତଙ୍କୁ ସଚେତନ କରାଯାଇଥିଲା ।
ବୌଦ୍ଧ ବ୍ରିଜଛକ ଡକାୟତି ଘଟଣା, ପିସ୍ତଲ ସହ ୨ ଗିରଫ
ବୌଦ୍ଧ,୧୮/୫ ବୌଦ୍ଧ ସହରର ବ୍ରିଜ ଛକ ଠାରେ ହୋଇଥିବା ଡକାୟତି ଘଟଣାରେ ବୌଦ୍ଧ ପୁଲିସ ୨ ଜଣକୁ ଗିରଫ କରିଛି । ସୂଚନା ମତେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ କୁକୁଡା ବାହାଲି ଗ୍ରାମର ଦଣ୍ଡୁଆ ପ୍ରଧାନ ଓ ତାଙ୍କର ଆଠ ଜଣ ସାଙ୍ଗ ଗତ ୧୫ ତାରିଖରେ ଚନ୍ଦାହାଣ୍ଡି ଠାରୁ ଏକ ବସ ଯୋଗେ ବୌଦ୍ଧ ଆସି ବିଳମ୍ବିତ ରାତ୍ରିରେ ବ୍ରିଜଛକ ଠାରେ ଓହ୍ଲାଇ ନିଜ ଗ୍ରାମକୁ ଯିବା ପାଇଁ ଗାଡିକୁ ଆପେକ୍ଷା କରିଥିଲେ ।
ଏହି ସମୟରେ ତିନି ଜଣ ଅଜଣା ବ୍ୟକ୍ତି ଏକ ମୋଟର ସାଇକେଲରେ ଆସି ପୁଲିସର ପରିଚୟ ଦେଇ ବ୍ୟାଗରେ କଣ ଅଛି ଚେକ କରିବୁ କହି ବ୍ରିଜଛକ ଠାରେ ଥିବା ଯାତ୍ରୀ ନିବାସ ପାଖକୁ ନେଇଯାଇଥିଲେ । ସେଠାରେ ପିସ୍ତଲ ଓ ଛୁରୀ ଦେଖାଇ ମାଡମାରି ସେମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଓ ୩୨ ଶହ ଟଙ୍କା ନେଇ ପଳାଇଥିଲେ । ଏନେଇ ଦଣ୍ଡୁଆ ପ୍ରଧାନ ଗତ ୧୬ ତାରିଖରେ ବୌଦ୍ଧ ଥାନାରେ ଅଭିଯୋଗକରିଥିଲେ ।
ଅଭିଯୋଗ ପରେ ବୌଦ୍ଧ ଥାନା ପକ୍ଷରୁ ଥାନା କେଶ ନଂ ୨୦୪/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ପୁଲିସ ବୌଦ୍ଧ ସହରର ବଗିଚା ସାହିର ପବନ ମିଶ୍ର ଓ ଅନୁଗୁଳ ସହରର ଶିମିଳପଡାର ଏସକେ ତାହିରକୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ,ଛୁରୀ, ୨ଟି ମୋବାଇଲ ଫୋନ,କିଛି ଟଙ୍କା ଜବତ କରିଥିଲେ । ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମାଧବା ନନ୍ଦ ନାୟକ ପ୍ରକାଶ କରିବା ସହ ତଦନ୍ତ ଚାଲିଥିବା ପ୍ରକାଶ କରିଥିଲେ ।

Related Posts