Top Stories

ଆଜି ବିଶ୍ୱକପ୍ ହକିର ଗ୍ରାଣ୍ଡ୍ ଫିନାଲେ

ଭୁବନେଶ୍ୱର, ୨୯ ।୧: ଆଜି ବିଶ୍ୱକପ୍ ହକିର ଗ୍ରାଣ୍ଡ୍ ଫିନାଲେ ମ୍ୟାଚ୍ । ବିଶ୍ୱକପ ତାଜ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ସାମ୍ନାସାମ୍ନି ହେବେ ଜର୍ମାନୀ ଓ ବେଲଜିୟମ । ସେହିପରି ତୃତୀୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ । ୨୦୧୮ ମସିହାର ବିଶ୍ୱ ଚମ୍ପିଆନ୍ ବେଲଜିୟମ ଲଗାତର ଦିତୀୟ ଥର ପାଇଁ ବିଶ୍ୱକପ୍ ଫାଇନାଲ ଖେଳିବ । ସେପଟେ ଜର୍ମାନୀ ବିଶ୍ୱକପ୍ ପଞ୍ଚମ ଥର ପାଇଁ ଫାଇନାଲ୍ ଖେଳିବ । ୨୦୦୨ ଓ ୨୦୦୬ର ବିଶ୍ୱ ଚାମ୍ପିଆନ୍ ଜର୍ମାନୀ ୨୦୧୦ରେ ରନରଅପ୍ ରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଜର୍ମାନୀକୁ ପୁଣି ଆଉ ଏକ ଫାଇନାଲ୍ ଖେଳିବାକୁ ୧୨ ବର୍ଷ ଲାଗିଗଲା । ତେଣୁ ଆଜିର ସୁଯୋଗକୁ ଜର୍ମାନୀ ହାତେଇବା ପାଇଁ ନୂଆ ରଣନୀତି କରି ପଡିଆକୁ ଓହ୍ଲାଇ ପାରନ୍ତି ।

Related Posts

Seo wordpress plugin by www.seowizard.org.