ଆଖିବୁଜିଲେ ଆଲବମ୍ କୁଇନ୍ ଦୀପା ସାହୁ
ଭୁବନେଶ୍ବର୨୭/୭: ଚିକିତ୍ସାଧୀନ ଅବସ୍ଥାରେ ଓଲିଉଡ୍ ଅଭିନେତ୍ରୀ ଦୀପା ସାହୁଙ୍କ ମୃତ୍ୟୁ ହୋଇଛି। ସେ କର୍କଟ ରୋଗରେ ଚିକିତ୍ସିତ ହେଉଥିଲେ। ଦୀର୍ଘଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୋମବାର ଦୀପା ଆଖି ବୁଜି ଦେଇଛନ୍ତି। ଆଲବମ୍ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଦୀପା ସାହୁ ଫିଲ୍ମ ଏବଂ ଓଡ଼ିଆ ଧାରା ବାହିକରେ ମଧ୍ୟ ଅଭିନୟ କରିଛନ୍ତି।

ତାଙ୍କ ଅଭିନିତ ବହୁ ସୁପରହିଟ୍ ଓଡ଼ିଆ ଆଲବମ୍କୁ ଦର୍ଶକ ବର୍ତ୍ତମାନ ବି ମନେ ରଖିଛନ୍ତି। ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। କିଛିଦିନ ଆଲବମ୍ ଜଗତରେ ଚହଳ ପକାଇଥିବା ଦୀପା ସାହୁ ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜି ଦେଇଛନ୍ତି। ହିଟ୍ ଆଲବମରେ ଅଭିନୟ କରିଥିଲେ ଦୀପା । ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ତୋର ଲମ୍ବା ବେଣୀ, କୃଷ୍ଣ ଚୂଡା ରଙ୍ଗର ନାଲି ଓଢଣୀ ଭଳି ହିଟ୍ ଆଲବମରେ ଅଭିନୟ କରି ମନ ଜିଣିଥିଲେ ଦୀପା ।
-News7