ଅମରେଶ୍ୱର ବିଜେପି ମଣ୍ଡଳରେ ଦିନଦୟାଲଙ୍କ ସ୍ମୃତି ଚ।ରଣ ସଭା
![](https://odishanewsonline.com/wp-content/uploads/2025/02/barada-480x620.jpg)
ବରଦା ଦାସଙ୍କ ରିପୋର୍ଟ
କଟକ, ୧୩/୨ : ଦିନ ଦୟାଲ ଉପାଧ୍ୟାୟ ଭାରତୀୟ ଜନତା ପାର୍ଟି ର ପ୍ରମୁଖ ପୂର୍ବତନ କର୍ମକର୍ତ୍ତା । ତାଙ୍କର ଆଦର୍ଶ ଓ ଜୀବନ ଆଜି ସମସ୍ତଙ୍କ ପ୍ରେରଣାର ଉତ୍ସ । ତାଙ୍କ ସ୍ମୃତି ରେ ସମର୍ପଣ ଦିବସ ପାଳନ ହୋଇଯାଇଛି ।
ଅମରେଶ୍ୱର୍ ମଣ୍ଡଳ ତରଫରୁ ଏ ଉପଲକ୍ଷେ ଆୟୋଜିତ ସଭା ଉପେନ୍ଦ୍ର ମହାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବଶ୍ରି ବରଦା ଦାସ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ଦିନଦୟାଲଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ ।
ସର୍ବଶ୍ରୀ ଲଲାଟେନ୍ଦୁ ବଡୁ,ହରି ନାୟକ,ବିଶ୍ଵମୋହନ ମହାପାତ୍ର ଆଦି ଆଲୋଚନା କରିଥିଲେ । ଅନ୍ୟମାନେ ଅର୍ଥ ଦାନ କରି ଉଛାହିତ କରିଥିଲେ ।