Odisha News

୩ ହଜାର ଟଙ୍କା ଲାଞ୍ଚନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ

ବାସୁଦେବପୁର, ୧୮।୭: ବାସୁଦେବପୁର ବ୍ଲକର ସିଡିପିଓ ଜାନକୀ ଦାଶ ଲାଞ୍ଚନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛି ।
ଏକ ଠିକା ଡ୍ରାଇଭରର ପାଉଣା ପାସ କରିବା ନିମନ୍ତେ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲେ ।
ଆଇସିଡିଏସ କାର‌୍ୟ୍ୟାଳୟର ଦୈନିକ ଡ୍ରାଇଭର ଭାବେ ରାଜକିଶୋର ନାୟକ କାମ କରୁଛନ୍ତି । ୨୦୧୯ ମସିହା ଜୁଲାଇ ମାସଠାରୁ ତାଙ୍କର ବକେୟା ଦରମା ୪୦ ହଜାର ଟଙ୍କା ପାଇନଥିଲେ । ଶ୍ରୀମତୀ ଦାଶଙ୍କୁ ବାରମ୍ବାର ତାଙ୍କର ବକେୟା ଦରମା ମାଗି ଆସୁଥିଲେ । ସିଡିପିଓ ଡ୍ରାଇଭରଙ୍କ ବକେୟ ପାଉଣା ପ୍ରଦାନ ନେଇ ୩ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଡ୍ରାଇଭର ଶ୍ରୀ ନାୟକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

ଶୁକ୍ରବାର ଅପରାହ୍ନରେ ଭଦ୍ରକ ବାଲେଶ୍ୱର ଭିଜଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ଭିଜଲାନ୍ସ ଡିଏସପି ବାସୁଦେବପୁରରେ ପହଞ୍ଚି ଜଗି ରହିଥିଲେ । ଡ୍ରାଇଭର ଶ୍ରୀ ନାୟକ ଶ୍ରୀମତି ଦାଶଙ୍କୁ ଲାଞ୍ଚ ଟଙ୍କା ଦେବା ପରେ ଟିମ ମାଡ଼ି ବସିଥିଲା ।
ଶ୍ରୀମତି ଦାଶଙ୍କ ଠାରୁ ଟଙ୍କା ଜବତ କରିବା ସହ ଆଇସିଡିଏସ୍ କାର‌୍ୟ୍ୟାଳୟରେ କେତେକ ସରକାରୀ କାଗଜପତ୍ର ଯାଞ୍ଚ କରିଥିଲା । ସିଡିପିଓଙ୍କ କାରକୁ ମଧ୍ୟ ଜବତ କରାଯାଇଛି । ଶ୍ରୀମତୀ ଦାଶଙ୍କୁ ଭିଜିଲାନ୍ସ କୋର୍ଟ ବାଲେଶ୍ୱରକୁ ଅଣାଯାଇଛି । ତାଙ୍କ ସମୁଦାୟ ସମ୍ପତ୍ତି ନେଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି ।

Related Posts

Seo wordpress plugin by www.seowizard.org.