Odisha News

ସେନା ଅଧିକାରୀ-ପୋଲିସ ମୁହାଁମୁହିଁ ଘଟଣା, ବିଚାର ବିଭାଗୀୟ ତଦନ୍ତ ଦାବି କଲେ ନବୀନ

ଭୁବନେଶ୍ୱର, ୨୦/୯ : କମିଶନରେଟ୍ ପୁଲିସ ଅଧିନରେ ଆସୁଥିବା ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯ୍ୟାତନା ଦିଆଯିବା ଘଟଣା ସାରା ରାଜ୍ୟରେ ଏବେ ଏକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
ବିଭିନ୍ନ ଆଡ଼ୁ ଏବେ ଏ ନେଇ ବିରୋଧର ସ୍ୱର ଉଠିଛି । ଏଥିରେ ଏବେ ରାଜନୀତି ମଧ୍ୟ ପ୍ରବେଶ କରିଛି । ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି ।
ଏ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାମ୍ନାକୁ ଆସିଛନ୍ତି । ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ନବୀନ । ବିରୋଧୀ ଦଳ ନେତା ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ନବୀନ ଘଟଣାକୁ ନିନ୍ଦା କରିବା ସହିତ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ।
ତେବେ ଏଠି ସାଧାରଣ ଏକ ପ୍ରଶ୍ନ ଉଠୁଛି ଯେଉଁ ନବୀନ ଘଟଣାକୁ ନିନ୍ଦା କରୁଛନ୍ତି, ତାଙ୍କରି ସରକାର ସମୟରେ ଭରତପୁର ଥାନାକୁ ଆଦର୍ଶ ଥାନା ବା ମଡେଲ ଥାନାର ମାନ୍ୟତା ପାଇଥିଲା । କିନ୍ତୁ ଏବେ ଜଣା ପଡ଼ିଛି ସେହି ଥାନାରେ ସିସିଟିଭି କ୍ୟାମେରା ନାହିଁ ।
କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ପାଇଁ ଯାଇଥିବାବେଳେ ଥାନାରେ ତାଙ୍କୁ ସେଠାରେ ସିସିଟିଭି ନ ଥିବା ଜଣାପଡ଼ିଥିଲା । ଏକ ମଡେଲ ଥାନାରେ ସିସିଟିଭି କେମିତି ରଖାଯାଇ ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Related Posts

Seo wordpress plugin by www.seowizard.org.