Odisha News

ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳନ ଅନୁଷ୍ଠିତ

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ମୁନିଗୁଡ଼ା, ତା ୨୪/୮ : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକର ସରକାରୀ (ଏସ ଏସ ଡି) ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପୁର ଠାରେ “ଜାତୀୟ ମହାକାଶ ଦିବସ ପାଳନ ହୋଇ ଯାଇଛି ।
ଏତିରେ ମୁଖ୍ୟ ଅଥିତି ଚନ୍ଦ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ ଶବର,ବିଦ୍ୟାଳୟ ର ପ୍ର ,ଏଚ ବି ଧାନ ଶିକ୍ଷକ ଶ୍ରୀ ଭାସ୍କର ଗମାଙ୍ଗ, ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ,ଶ୍ରୀ କୁନା କୁମାର ମାଝୀ,ଶ୍ରୀ ମକର ତୁଇକା, ରୁଦ୍ରାଣାୟାନ ବାଗ ଓ ଶ୍ରୀ ଜନାର୍ଦନ ଶବର ଉପସ୍ଥିତ ଥିଲେ ।
ଶ୍ରୀ ଗଣେଶ ଶବର ଛାତ୍ର ମାନଙ୍କୁ ମହାକାଶ ବିଜ୍ଞାନ ର ଆବଶ୍ୟକ ବିଷୟରେ ଛାତ୍ର ମାନଙ୍କୁ ବୁଝାଇ ଥିଲେ.ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ଗମାଙ୍ଗ “ଚନ୍ଦ୍ର ୟାନ -୩”ବିଷୟ ରେ ଛାତ୍ର ମାନଙ୍କୁ ବୁଝାଇ ଥିଲେ,ଏହା ପରେ ଛାତ୍ର ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ଼ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା ।
ଏହି ପ୍ରତିଯୋଗିତା ରେ ପ୍ରଥମ, ଦ୍ବିତୀୟ, ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ମାନଙ୍କୁ ପୁରସ୍କାର ପ୍ରଧାନ କରାଯାଇଥିଲା । ପରିଶେଷରେ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରି ସଭା କୁ ସାଙ୍ଗ କରିଥିଲେ ।

Related Posts

Seo wordpress plugin by www.seowizard.org.