Odisha News

ସଂକଳ୍ପପତ୍ର ଆମପାଇଁ ଧର୍ମଗ୍ରନ୍ଥ: ୧୦୦ ଦିନର ହିସାବ ଦେଲେ ମୋହନ ସରକାର

ଭୁବନେଶ୍ୱର, ୧୯/୯ : ରାଜ୍ୟରେ ପ୍ରଥମ ଥର ଶାସନଭାର ସମ୍ଭାଳି ଥିବା ଭାରତୀୟ ଜନତା ପାର୍ଟି ସରକାର ଆଜି ଶହେ ଦିନ ପୂରଣ କରିଛନ୍ତି ।
ଆଉ ସେହି ସଫଳତାର ଶହେ ଦିନକୁ ନେଇ ଉତ୍ସବ ପାଳୁଛି ଦଳ । ଯେଉଁଥିପାଇଁ ଦଳର ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ତୃଣମୂଳ ସ୍ତରର କର୍ମକର୍ତ୍ତାମାନେ ବେଳ ଉତ୍ସାହିତ ।
ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଉପଲବ୍ଧି ପହଞ୍ଚାଇବାକୁ ପୁରୀରେ ବଡ଼ ଆୟୋଜନ କରିଛି ବିଜେପି । ଶହେ ଦିନ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି ।
ଏହି ଅବସରରେ ରାଜ୍ୟରେ ଗତ ୧୦୦ ଦିନରେ ସରକାର ପୂରଣ କରିଥିବା ପ୍ରତିଶ୍ରୁତିର ଚିଠା ରଖିବା ସହିତ ଆଗାମୀ ଦିନରେ ସରକାରଙ୍କ ପ୍ରତିଶ୍ରୁତି କଣ ରହିବ ତାହା ଉପରେ ଆଲୋକପାତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଲୋକଙ୍କଠାରୁ ଦୂରେଇ ଯିବା ୨୪ ବର୍ଷ ସରକାର ପତ୍ତନର ମୁଖ୍ୟ କାରଣ ଅଟେ ।
ଆମ ସଂକଳ୍ପ ପତ୍ର ଆମ ପାଇଁ ଧର୍ମ ଗ୍ରନ୍ଥ ଅଟେ । ଆମେ ଲୋକଙ୍କ ସରକାର ବୋଲି ପ୍ରତିପାଦିତ କରି ପାରିଛୁ । ସରକାର ଲୋକଙ୍କର ଅଭିଯୋଗ ଶୁଣୁଛୁ ।
ଭବିଷ୍ୟତରେ ରାଜ୍ୟର ବିଭିନ୍ନ ସ୍ଥାନର ଜନ ଶୁଣାଣି କରାଯିବ । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କଲେ ଲୋକଙ୍କ ବିଶ୍ଵାସ ଭାଜନ ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମିଛ ପ୍ରତିଶ୍ରୁତି ସମସ୍ୟାର ସମାଧାନ ନୁହେଁ । ପୂର୍ବ ସରକାର ଲୋକଙ୍କ ଅଭିଯୋଗ ଶୁଣୁ ନ ଥିଲା ବରଂ ନିଜ ଇଚ୍ଛାରେ କାର‌୍ୟ୍ୟ କରୁଥିଲା ।
୧୦୦ ଦିନରେ ଶ୍ରୀ ମନ୍ଦିରର ଚାରି ଦ୍ୱାର ଖୋଲିବାଠାରୁ ଆରମ୍ଭ କରି ରତ୍ନ ଭଣ୍ଡାର ଖୋଲିବା ଯାଏଁ ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବା କଥା ଶ୍ରୀଯୁକ୍ତ ମାଝୀ କହିଛନ୍ତି ।
ସେହିପରି ଧାନର ସର୍ବନିମ୍ନ ଦର ବୃଦ୍ଧି କରାଯିବା ସହିତ ସୁଭଦ୍ରା କିସ୍ତି ପ୍ରଦାନ କରାଯାଇଛି । ଏହି ଯୋଜନା ମହିଳାଙ୍କ ପାଇଁ ବିନା ଋଣରେ ଏକ ଉପହାର ଅଟେ । ମହିଳାଙ୍କ ସରକାରଙ୍କର ଏହା ଏକ କୃତଜ୍ଞତା ଅଟେ ।
ରାଜ୍ୟ ସରକାର ପ୍ରଧାନ ମନ୍ତ୍ରୀଙ୍କ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯିବା । ସେହିପରି ଆଗାମୀ ଦିନରେ ସମସ୍ତ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବା ସହିତ ପାରା ମେଡ଼ିକାଲ ପୋଷ୍ଟ ମଧ୍ୟ ପୂରଣ କରାଯିବ । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ପିଏମ ଉଷା ଯୋଜନା ଆରମ୍ଭ କରାଯାଇଛି ।
ଗ୍ରାମୀଣ ଭିତ୍ତି ଭୂମିର ବିକାଶ ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଗାମୀ ଦିନରେ ଦେଢ଼ ଲକ୍ଷ ସରାକାରୀ ପଦବୀ ପୂରଣ କରାଯିବ । ବିଶ୍ୱ ସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରାଯିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ସାଂସଦ ସମ୍ବିତ ପାତ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପୁରୀ ବିଧାୟକ, ଆଇନମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.