Odisha News

“ରଳବଗଡ” ରେ “ମା ବାଉରୀ ଠାକୁରାଣୀ” ଙ୍କ ଦର୍ଶନ ଓ ଆଶ୍ରିବାଦ ଭିକ୍ଷା କଲେ ନୟାଗଡ଼ର ରାଣୀ “ପ୍ରତ୍ୟୁଷ୍ୟା ରାଜେଶ୍ୱରି ସିଂ”

ବିଶ୍ୱ ଭୂଷଣ ମହାପାତ୍ରଙ୍କ/ମମତା ମହାପାତ୍ରଙ୍କ ରିପୋର୍ଟ

ନୂଆଗାଁ,୯/୧୨:ନୟାଗଡ଼ ରାଣୀ ପ୍ରତ୍ୟୁଷ୍ୟା ରାଜେଶ୍ୱରି ସିଂ, ରାଜ ପରିବାର ର କୁଳପୁରୋହିତ ଙ୍କ ସହିତ, ମା ବାଉରୀ ଠାକୁରାଣୀ ଙ୍କ ମୂଳପିଠ ରଳବଗଡଠାରେ ବିରାଜିତ ପ୍ରତ୍ୟକ୍ଷ ଦେବୀ ମା ବାଉରୀ ଠାକୁରାଣୀ ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ଆଶ୍ରିବାଦ ଭିକ୍ଷା କରିଛନ୍ତି।
ନୟାଗଡ଼ ଜିଲ୍ଲା, ନୂଆଗାଁ ବ୍ଳକ ଅନ୍ତର୍ଗତ ସୀଙ୍ଗାରପଲ୍ଲି ପଞ୍ଚାୟତ ର ନୂଆଗାଁ ଗ୍ରାମ ନିକଟସ୍ଥ ଶୁଳିଆ ପାହାଡ଼ ପାଦଦେଶରେ ପ୍ରାକୃତିକ ବଣ ଜଙ୍ଗଲ ଘେରା, ସବୁଜ,ସୁନ୍ଦର ବନାନୀ ପରିବେଶ ମଧ୍ୟରେ , ଲୋକଲୋଚନ ଆଢୁଆଳରେ ରହି ଆସିଥିବା ରଳବଗଡ ନାମକ ସ୍ଥାନରେ ବିରାଜ ମାନ କରିଥିବା ପ୍ରତ୍ୟକ୍ଷ ଦେବୀ ମା ବାଉରୀ ଠାକୁରାଣୀ ଙ୍କ ପୀଠ।
ନୟାଗଡ଼ ରାଜ ପରିବାରର ଅଧିଷ୍ଠାତ୍ରୀ ଦେବୀ ତଥା କୁଳ ଦେବୀ ହେଉଛନ୍ତି ମା ବାଉରୀ ଠାକୁରାଣୀ।
ତା ୬/୧୨ ମଙ୍ଗଳ ବାର ଦିନ ପୂର୍ବତନ କନ୍ଧମାଳ ସାଂସଦ ତଥା ,ନୟାଗଡ଼ ରାଜକୁମାର ସ୍ୱର୍ଗତଃ ହେମେନ୍ଦ୍ର ଚନ୍ଦ୍ର ସିଂ ଙ୍କ ଧର୍ମପତ୍ନୀ , ପୂର୍ବତନ କନ୍ଧମାଳ ଏମ.ପି , ନୟାଗଡ଼ର ରାଣୀ ଞ୍ଚପ୍ରତ୍ୟୁଷା ରାଜେଶ୍ୱରି ସିଂ ରଳବ ଗଡ ଗ୍ରସ୍ତ କରି ମା ବାଉରୀ ଠାକୁରାଣୀ ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ମା ଙ୍କ ଆଶୀର୍ବାଦ ଭିକ୍ଷା କରିବାସହ ଜଗତର ମଙ୍ଗଳ କାମନା କରିଛନ୍ତି।
ନୟାଗଡ଼ ରାଜପରିବାର ର କୁଳପୁରୋହିତ ବୈଦିକ ମନ୍ତ୍ର ପାଠ କରି ବୈଦିକ ରୀତି ନୀତି ଅନୁସାରେ “ମା ବାଉରୀ ” ଙ୍କ ପୂଜାର୍ଚ୍ଚନା କରିଥିଲା ବେଳେ,ମା ବାଉରୀ ଠାକୁରାଣୀ ଙ୍କ ପୂଜକ ଚିନ୍ତାମଣି ବାହୁକ ଙ୍କ ସମେତ, ନୂଆଗାଁ ଗ୍ରାମର ସଭାପତି କୃଷ୍ଣଚନ୍ଦ୍ର ଖିଲାର,ରବୀନ୍ଦ୍ର ସାହୁ,ଜୟ ଖିଲାର,ଗଣେଶ ଦଳବେହେରା,ଜଗନ୍ନାଥ ସାହୁ,ଗୁଣ୍ଡିଚା ଧଳ ପ୍ରମୁଖ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।
ଲୋକଲୋଚନ ଆଢୁଆଳରେ ଦୀର୍ଘ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ପଡିରହିଥିବା ପ୍ରତ୍ୟକ୍ଷ ଦେବୀ ପୀଠ “ମା ବାଉରୀ ଠାକୁରାଣୀ ଙ୍କ ପୀଠ\”ର ଉନ୍ନତିକରଣ କାର୍ଯ୍ୟ ଅଞ୍ଚଳର କେତେକ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ,ସହଯୋଗରେ ହେଉଥିବା କଥା ଉପସ୍ଥିତ ଗ୍ରାମବାସୀ ପ୍ରକାଶ କରିବା ସହ,ଉପସ୍ଥିତ ଗ୍ରାମବାସୀ ମାନେ ” ମା” ଙ୍କ ପୀଠର ଉନ୍ନତି କରଣ ପାଇଁ ରାଣୀ ପ୍ରତ୍ୟୁଷା ଙ୍କୁ ଅନୁରୋଧ କରିଥିଲେ।

ରାଣୀ ପ୍ରତ୍ୟୁଷା \”ମା\” ଙ୍କ ପୀଠର ଉନ୍ନତି କରଣ କାର୍ଯ୍ୟ ନିମନ୍ତେ, ସାହାଯ୍ୟ ଓ ସହଯୋଗ ପ୍ରଦାନ ପାଇଁ ଉପସ୍ଥିତ ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।

ପ୍ରକାଶ ଥାଉକି ନୂଆଗାଁ ଗ୍ରାମବାସୀ ଙ୍କ ଉଦ୍ୟମ କ୍ରମେ କିଛି ବର୍ଷ ହେଲା ଜାନୁୟାରୀ ମାସର ପ୍ରଥମ ସପ୍ତାହରେ ତିନିଦିନ ବ୍ୟାପୀ ମା ଙ୍କ ପୀଠରେ ଯାତ୍ରା ଉତ୍ସବ ଅନୁଷ୍ଠିତ ହେବାସହ ପ୍ରସାଦ ବଣ୍ଟନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଆସୁଛି।

ଏହି ଯାତ୍ରା ଉତ୍ସବରେ ଆଖ,ପାଖ ଅଞ୍ଚଳ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର,ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ମା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିଥାନ୍ତି।

ହେଲେ ବଣ ଜଙ୍ଗଲ ପୂର୍ଣ୍ଣ ଶୁଲିଆ ପାହାଡ ପାଦଦେଶେ ଥିବା ରାଳବଗଡ ର ପ୍ରତ୍ୟକ୍ଷ ଦେବୀ ମା ବାଉରୀ ଠାକୁରାଣୀ ଙ୍କ ଦର୍ଶନ କରି ଆଶ୍ରିବାଦ ଲାଭ କରିବା, ସୌନ୍ଦର୍ଯ୍ୟ ଭରା ପ୍ରାକୃତିକ ପରିବେଶ କୁ ଉପଭୋଗ କରିବା ଓ ବଣଭୋଜି କରିବା ପାଇଁ ବର୍ଷର ବିଭିନ୍ନ ସମୟରେ ଆଖ ପାଖ ଅଞ୍ଚଳ ଓ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକ ମାନଙ୍କ ସମାଗମ ହୋଇଥାଏ।
ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନସିର ଅହମଦ ଙ୍କ ପ୍ରଚେଷ୍ଟା ଓ ତତ୍କାଲିନ କନ୍ଧମାଳ ସାଂସଦ ରାଣୀ ପ୍ରତ୍ୟୁଷା ଙ୍କ ଉଦ୍ୟମ ରେ ନଳକୂପ ଟିଏ କରାଯାଇ ପାନୀୟ ଜଳ ସମସ୍ୟା ସମାଧାନ ହୋଇଥିବା ବେଳେ , ରାସ୍ତାର ସୁବିଧା,ଆଲୋକ ବ୍ୟବସ୍ଥା ଓ ବର୍ଷା ସମୟରେ ପର୍ଯ୍ୟଟକ ଙ୍କ ରହିବା ପାଇଁ ସେପରି ବ୍ୟବସ୍ଥା ନଥିବା ଯୋଗୁଁ , ମା ବାଉରୀ ଠାକୁରାଣୀ ଙ୍କ ପୀଠକୁ ଆସୁଥିବା ପର‌୍ୟ୍ୟଟକ ମାନେ ନାହିଁନଥିବା ଦୁର୍ଦ୍ଦଶା ର ସମୁଖୀନ ହେଉଛନ୍ତି।

ମା ଙ୍କ ପୀଠକୁ ଥିବା ରାସ୍ତାଟି ସଂରକ୍ଷିତ ଜଙ୍ଗଲ ମଧ୍ୟଦେଇ ଯାଇଥିବା ରୁ, ବନବିଭାଗ ପକ୍ଷରୁ ଏହି ରାସ୍ତା ଟିର ନିର୍ମାଣ କରାଗଲେ ମା ବାଉରୀ ଠାକୁରାଣୀ ଙ୍କ ପୀଠକୁ ଦର୍ଶନ ଓ ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କ ଯାତାୟାତ ସୁଗମ ହୋଇପାରିବ।
ଆଉମଧ୍ୟ ପ୍ରଶାସନ ରଳବଗଡ ର ମା ବାଉରୀ ଠାକୁରାଣୀ ପୀଠକୁ ନୟାଗଡ଼ ଜିଲ୍ଲା ର ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ପ୍ରଦାନ ସହ, ଏହି ପୀଠର ଉନ୍ନତି ଓ ବିକାଶ କରାଗଲେ, ଏହି ଅନୁନ୍ନତ ଅଞ୍ଚଳର ବିକାଶରେ ସହାୟକ ହୋଇପାରିବ।

Related Posts

Seo wordpress plugin by www.seowizard.org.