Odisha News

ଭଦ୍ରକରେ ବସ୍ ଚଳାଚଳ ବନ୍ଦ

ଭଦ୍ରକ,୪/୧୦: ମଙ୍ଗଳବାର ଭଦ୍ରକ ଜିଲ୍ଲାରେ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ଖବର ମିଳିଛି। ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ୍ ପକ୍ଷରୁ ଜିଲ୍ଲାରୁ ଆଜି ବସ୍ ଚଳାଚଳ ବନ୍ଦ ନିଷ୍ପତ୍ତି ହୋଇଛି।
ବସ୍ ସିଣ୍ଡିକେଟର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତାରେ କେତେକ ଅସାମାଜିକ ଲୋକ ଦୌରାତ୍ମ୍ୟ ଚଳାଇଛନ୍ତି। ସେମାନେ ନିୟମିତ ଭାବେ ବସରୁ ବଟି ଆଦାୟ କରୁଛନ୍ତି। ଏହି ଘଟଣାକୁ ନେଇ ସେମାନେ ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ଦୁର୍ବ୍ୟବହାର କରିବାକୁ ବି ପଛାଉନାହାନ୍ତି।
ଏନେଇ ପୁଲିସକୁ ଜଣାଇଲେ ବି କୌଣସି ସୁଫଳ ମିଳି ନଥିବା ଅଭିଯୋଗ ବି ଆସିଛି। ଏହାର ପ୍ରତିବାଦରେ ବସ୍ ଚଳାଚଳ ବନ୍ଦ କରାଯାଇଛି। ଭଦ୍ରକ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିଥିବା ହେତୁ ବହୁ ଯାତ୍ରୀ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇ ନପାରି ବସଷ୍ଟାଣ୍ଡରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି।

Related Posts

Seo wordpress plugin by www.seowizard.org.