Odisha News

ବୌଦ୍ଧ ମହୋତ୍ସବ ପଲ୍ଳିଶ୍ରୀ ମେଳା ଅବସରରେ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ, ପୁରୁଣାକଟକ ଓ ବୌଦ୍ଧ ବ୍ଲକ ଚମ୍ପିଆନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୧: ବୌଦ୍ଧ ମହୋତ୍ସବ ପଲ୍ଳଶ୍ରୀ ମେଳା ଅବସରରେ ଜିଲ୍ଲା ପରିଷଦ ପକ୍ଷରୁ ସହରର ଜିଲ୍ଲା ଷ୍ଟାଡିୟମ ଠାରେ ଚାଲିଥିବା ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଛି । ପ୍ରତିଯୋଗିତାର ପ୍ରଥମ ଖେଳ ପୁରୁଣାକଟକ ଓ ଗେହ୍ଳାମା କ୍ଳବ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧-୦ ଗୋଲରେ ପୁରୁଣାକଟକ ଦଳ ବିଜୟୀ ହୋଇଥିଲା । ଦ୍ୱିତୀୟ ଖେଳ ବୌଦ୍ଧ ବ୍ଳକ ଓ କଂଟାମାଳ ବ୍ଳକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇ ନପାରିବାରୁ ଟ୍ରାଇବ୍ରେକର ଜରିଆରେ ୩-୨ ଗୋଲରେ ବୌଦ୍ଧ ବ୍ଳକ ବିଜୟୀ ହୋଇଥିଲା । ଅତିଥି ଭାବେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ଜିଲ୍ଲା କ୍ରୀଡା ସଂସଦର ସଂପାଦକ ରବିନ୍ଦ୍ର କୁମାର ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର କୁମାର ରାଉତ, ପୂର୍ବତନ ଫୁଟବଲ ଖେଳାଳି ବିରେନ୍ଦ୍ର ସାହୁ, ବଦ୍ରିନାରାୟଣ ମିଶ୍ର ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
ଖେଳକୁ ରେଫରି ସାଗର ବେହେରା, ସୁରେନ ବେହେରା, ପ୍ରବୀଣ ବେହେରା, ଅମରେଶ ପ୍ରଧାନ ପରିଚାଳାନା କରିଥିବା ବେଳେ ସୁଶିଲ ପରିଡା ମ୍ୟାଚ କମିଶନର ଭାବେ ଦାୟିତ୍ୱ ତୁଳାଇଥିଲେ । ସମସ୍ତ କାର୍ଯ୍ୟକ୍ରମ ସେକସନ ଅଫିସର ମାନସ ରଂଜନ ସେଠୀ ପରିଚାଳନା କରିଥିଲେ ।
ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ ଉଦଯାପିତ
ବୌଦ୍ଧ,୧୭/୧: ବୌଦ୍ଧ ମହୋତ୍ସବ ଜିଲ୍ଲାର ସର୍ବବୃହତ ସାଂସ୍କୃତିକ ମହୋତ୍ସବ ଜିଲ୍ଲାର ଐତିହ ଓ ସାଂସ୍କୃତିକ ଗୌରବକୁ ଉଦ୍‌ଜିବିତ କରିବା ପାଇଁ ଏପରି ମହୋତ୍ସବ ସର୍ବଶ୍ରେଷ୍ଠ ମାଧ୍ୟମ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।
ବୌଦ୍ଧ ପ୍ୟାରେଡ ପଡିଆ ଠାରେ ପାଞ୍ଚଦିନ ଧରି ଚାଲିଥିବା ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ଆଜି ଉଦଯାପନି ଉତ୍ସବରେ ଅତିଥି ଭାବରେ ଯୋଗଦେଇ ପ୍ରକାଶ କରିଥିଲେ । ପୁରାଣରେ ରାଜା ଯଯାତିଙ୍କ ନାମ ସର୍ବଜନବିଦିତ ।
ବୌଦ୍ଧଜିଲ୍ଲାର ଜଗତି ସେହି ଯଯାତିଙ୍କ ରାଜଧାନୀକୁ ଏବେ ମଧ୍ୟ ସ୍ମରଣୀୟ ରଖିଛି । ସୋମବଂଶ ରାଜାମାନଙ୍କ ରାଜ୍ୟ ଶାସନ ସମୟରେ ବୌଦ୍ଧ ବେଶ ଖ୍ୟାତି ଅର୍ଜନ କରିଥିଲା ବୋଲି ପ୍ରକାଶ କରିବା ସହିତ ସ୍ୱାଧୀନତା ସଂଗ୍ରମାରେ ବୌଦ୍ଧର ଅବଦାନ ଅତୁଳନୀୟ । ସ୍ୱାଧୀନତା ସଂଗ୍ରାମୀ ପ୍ରେମଶଙ୍କର ପଟ୍ଟନାୟକ, ପ୍ରହ୍ଲାଦ ବିଶି,ଭଗବାନ ପଣ୍ଡା, ଦୁର୍ଗାଶଙ୍କର ପଣ୍ଡା, ଦଶରଥ ପ୍ରଧାନ ଆଦିଙ୍କ ନାମ ସ୍ମରଣୀୟ ବୋଲି କହିଥିଲେ ।
ଜିଲ୍ଲାର ସ୍ୱାକ୍ଷରତା ହାର ୭୨ ପ୍ରତିଶତ ଅଟେ । ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବୌଦ୍ଧଜିଲ୍ଲାର ଅବଦାନ ଅତୁଳନୀୟ । ଓଡିଶାର ପର୍ଯ୍ୟଟନକୁ ବୌଦ୍ଧଜିଲ୍ଲାର ଅବଦାନ ରହିଛି । ଭାରତରେ ବୁଦ୍ଧ ଧର୍ମ ଓ ବୁଦ୍ଧଦେବଙ୍କୁ ଆଧାର କରି ୫୦ଟି ଜିଲ୍ଲା ରହିଥିବା ବେଳେ କେବଳ ବୌଦ୍ଧଜିଲ୍ଲା ବୁଦ୍ଧଙ୍କ ନାମରେ ନାମିତ ହେବା ଭାରତରେ ପ୍ରଥମ ବୋଲି କହିଥିଲେ ।
ସମ୍ମାନୀତ ଅତିଥି ଭାବରେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ ଅଧ୍ୟକ୍ଷତା କରିଥିଲେ । ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଭୂବନେଶ୍ୱର ଉକ୍ରଳ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ଓଡିଶୀ, ବ୍ରହ୍ମପୁରର ପ୍ରିନ୍ସ ନୃତ୍ୟ ଦଳ ପକ୍ଷରୁ ମଡନ ଡେନ୍ସ,ଓଡିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ସୃଷ୍ଟି ଡେନ୍ସ ଗୃପ ବୌଦ୍ଧ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଓ ବୌଦ୍ଧ ତାଇକୁଣ୍ଡ ସଂଘ ପକ୍ଷରୁ ଶାରିରୀକ ଆତ୍ମରକ୍ଷା କଳା ପ୍ରଦର୍ଶନ କରାଯାଇଥିଲା ।
ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ମଂଚ ପରିଚାଳନା କରିଥିବା ବେଳେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଅମୀୟ ଧଳ କାର୍ଯ୍ୟକ୍ରମ ପରିଚନା କରିଥିଲେ । ଏହି ଅବସରରେ ମହୋତ୍ସବ ସ୍ମରଣୀକା ଉନ୍ମୋଚନ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.