Odisha News

ବୌଦ୍ଧ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଲୟର୍ସ ଡେ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୪ : ବୌଦ୍ଧ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୁକ୍ରବାର ଦିନ ଲୟର୍ସ ଡେ ପାଳିତ ହୋଇଯାଇଛି । ଜିଲ୍ଲା ଓକିଲ ସଂଘର ପୁର୍ବତନ ସଭାପତି ତାରେଣୀ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓକିଲ ସଂଘ କାର୍ଯ୍ୟଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
ସଭାରେ ବରିଷ୍ଠ ଆଇନଜୀବୀ ନବକୁମାର ମିଶ୍ର, ସୁଧିର କୁମାର କର୍ଣ୍ଣ ଓ ସଂଘର ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ଦାସ ଯୋଗଦେଇ ମଧୁବାବୁ ଥିଲେ ଜଣେ ପ୍ରକୃତ ଓଡିଆ ଦାୟଦ , ସେ ଜଣେ ସ୍ୱାଭିମାନ , ଆଜିର ଦିନରେ ତାଙ୍କର ସ୍ମୁତି ଚାରଣ କରିବା ସମସ୍ତ ଓଡିଆ ଜାତି ପାଇଁ ଗର୍ବ ବୋଲି ମତବ୍ୟକ୍ତ କରିଥିଲେ ।
ସେ ଜଣେ ପରୋପକାରୀ ବ୍ୟକ୍ତି ଥିଲେ ,ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ମତ ବ୍ୟକ୍ତ କରିଥିଲେ । ଏହାପରେ ଜିଲ୍ଲା ଓକିଲ ସଂଘର ସଦସ୍ୟ ମାନେ କୋର୍ଟ ଛକ ପରିସରରେ ଥିବା ମଧୁସୁଦନ ବାବୁଙ୍କ ପ୍ରତିମୁତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଆଇନଜୀବୀ ଅଶୋକ କୁମାର ସାହୁ, ,ଦେବରଂଜନ ବିଶି, ଶିବ ପ୍ରସାଦ ପଣ୍ଡା, ଜ୍ଞାନରଂଜନ ପଟ୍ଟନାୟକ, ଜୁଲିୟସ ସିଜର ମହାକୁଳ, ଅଙ୍କିତା ଶତପଥି , ମନୋଜ ମହାରଣା, ପ୍ରିତମ ମିଶ୍ର. ଅମ୍ରିତ ପ୍ରଧାନ, ଯୋଗେଶ ନାଏକ, ପରଦେଶୀ ବେହେରା,ସୋମେଶ ଦତ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।
ରବି ଧାନକ୍ରୟ ବୈଠକ, ମଇ୨୩ରୁ ଖୋଲିବ ମଣ୍ଡି
ବୌଦ୍ଧ,୨୯/୪: ଖରିଫ ଧାନକ୍ରୟ ସଂଗ୍ରହ ଶେଷ ହୋଇଥିବାବେଳେ ରବି ଧାନକ୍ରୟ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବୌଦ୍ଧଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ରବି ଧାନକ୍ରୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ କଂଟାମାଳ ବ୍ଳକରୁ ଆସନ୍ତା ମଇ ୨୩ ତାରିଖରୁ ରବି ଧାନକ୍ରୟ ପାଇଁ ମଣ୍ଡି ଖୋଲାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ଜିଲ୍ଲାରେ ସମୁଦାୟ ୫୪୦୦ ଜଣ ଚାଷୀ ଧାନ ବିକ୍ରୟ ପାଇଁ ନାମ ପଂଜିକୃତ କରିଛନ୍ତି । ବର୍ତ୍ତମାନ ଫଜିକୃତ ଚାଷୀଙ୍କ ତନଖି ଚାଲିଅଛି । ସମଗ୍ର ଜିଲ୍ଲାରେ ଆସନ୍ତା ୩୦ ତାରିଖରୁ ଧାନ ମଣ୍ଡି ଖୋଲାଯିବ । ଧାନ ମଣ୍ଡିରେ ଚାଷୀ ମାନେ ଯେପରି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା
ଏଥିସହିତ ଧାନମଣ୍ଡି ଗୁଡିକରେ ଚାଷୀମାନଙ୍କ ପାଇଁ ପାନୀୟଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାର ବ୍ୟବସ୍ଥା କରାଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଉପଜିଲ୍ଲପାଳ ରବିନ୍ଦ୍ରନାଥ କହଁର, ,ଜିଲ୍ଲା ଯେଗାଣ ଅଧିକାରୀ ବିଭୁ ପ୍ରଶନ୍ନ ଆଚାର୍ଯ୍ୟ , ସାଂସଦ ପ୍ରତିନିଧି ତାରେଣୀ ମହାପାତ୍ର, ନିୟନ୍ତ୍ରିତ ବଜାର କମିଟିର ସଂପାଦକ ସଂଜୟ କୁମାର ପଟ୍ଟନାୟକ, ମିଲର୍ସ, ଚାଷୀ ନେତା ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ବୌଦ୍ଧ : ଗଂଜେଇ ମାମଲା ଅଭିଯୁୂକ୍ତ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୨୯/୪ : ବୌଦ୍ଧ ଜିଲ୍ଲା ଦୌରଜଜ ତଥା ସ୍ପେଶାଲ ଜଜ ବିକ୍ରମ କୁମାର ପ୍ରଧାନ ଆଜି ଏକ ଗଂଜେଇ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦ୍ଦୋଷର ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୧୮.୧୦.୧୯ ରିଖରେ ବୌଦ୍ଧ ଅବକାରୀ କର୍ମଚାରୀ ମାନେ ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅଞ୍ଚଳରେ ପେଟ୍ରୋଲିଂ କାଯ୍ୟ କରୁଥିଲେ । ବିଶେଷ ସୁତ୍ରରୁ ଖବର ପାଇଲେଯେ ତିଲପଙ୍ଗା (ରଣାସାହିର) ଦଣ୍ଡୁଆ ରଣା ନିଜ ଘରେ ଗଂଜେଇ ରଖି ବାହାରକୁ ଚାଲାଣ କରିବାକୁ ରଖିଅଛି ।
ଅବକାରୀ କର୍ମଚାରୀ ମାନେ ଦଣ୍ଡୁଆର ଘରେ ଚଢାଉ କରି ଦୁଇଗୋଟି ବସ୍ତାରେ ଥିବା ୩୧ କେଜି ଗଂଜେଇ ଜବତ କରିବା ସହ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦଣ୍ଡୁଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପରବର୍ତ୍ତି ସମୟରେ ଉକ୍ତ ମାମଲାଟି ଜିଲ୍ଲା ଦୌରଜଜଙ୍କ ଅଦାଲତରେ ୨ଏସିସି ୧୪/୧୯ ହୋଇ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତ୍‌ିକ ରି ଅଦାଲତ ପ୍ରମାଣ ଅଭାବରୁ ଅଭିଯୁକ୍ତ ଦଣ୍ଡୁଆ ରଣାକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାକୁ ଅଭିଯୁକ୍ତ ପକ୍ଷରୁ ଆଇନଜୀବୀ ରାଜୀବ କ୍‌ୁମାର ଦଲାଲ ପରିଚାଳନା କରୁଥିଲେ ।
ବୌଦ୍ଧ ଜିଲ୍ଲା କଂଗ୍ରେସ ଆଇନ ସେଲ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ
ବୌଦ୍ଧ,୨୯/୪ : ବୌଦ୍ଧ ଜିଲ୍ଲା କଂଗ୍ରେସ ଆଇନ ସେଲ ପକ୍ଷରୁ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମ ଜୟନ୍ତୀ ଆଇନ ସେଲ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର୍‌ଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଦିନ ପାଳିତ ହୋଇଛି । କଂଗ୍ରେସ କମିଟି ପକ୍ଷରୁ ସମୁହ ମଧୁବାବୁଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । । ବରିଷ୍ଠ ଆଇନଜୀବୀ ସୁଧିର କର୍ଣ୍ଣ,ତାରେଣୀ ଜେନା, ପିସିସି ସଭ୍ୟ ଗଣେଶ ଅଗ୍ରୱାଲା,ହରଭଙ୍ଗା ବ୍ଳକ ସଭାପତି ପଙ୍କଜ କର୍ଣ୍ଣ,ପଲସ୍ତି ପ୍ରଧାନ, ଜୟନ୍ତ ପାଣିଗ୍ରାହୀ,ବେଣୁଧର ମେହେର, ସମରେଶ ମିଶ୍ର , ମୁଖପାତ୍ର ଶାନ୍ତାନୁ ମହାପାତ୍ର ପ୍ରମୁଖ ଯୋଗ ଦେଇ ମଧୁବାବୁଙ୍କ ପାଇଁ ଓଡିଆ ଜାତି ଗର୍ବିତ ହୋଇ ମତ ଦେବା ସହ ମଧୁବାବୁଙ୍କ ଜୀବନୀ ସଂପର୍କରେ ସ୍ମୁତି ଚାରଣ କରିଥିଲେ ।
ବୌଦ୍ଧ : କୃଷକ ବଜାରରେ ଆରମ୍ଭ ହେଲା ଦୈନିକ ବଜାର
ବୌଦ୍ଧ,୨୯/୪ : ବୌଦ୍ଧ ସହରର ମୁଖ୍ୟସ୍ଥଳ ମର୍ଜାକୁଦ ସେତୁ ନିକଟରେ ବୌଦ୍ଧ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାରରେ ଶୁକ୍ରବାର ଦୈନିକ ବଜାରର ଶୁଭାରମ୍ଭ ହୋଇଛି । ନିୟନ୍ତ୍ରିତ ବଜାର କମିଟି ଏଠାରେ ପ୍ରତି ରବିବାର ବୁଣାକାର ହାଟ ଚାଲିଆସିଥିବା ବେଳେ କମିଟି ପକ୍ଷରୁ ଚାଷୀଙ୍କ ସୁବିଧା ପାଇଁ ଦୈନିକ ବଜାରର ଶୁଭାରମ୍ଭ କରାଯାଇଛି ।
ଦୈନିକ ବଜାରର ପ୍ରଥମ ଦିନରେ ଅଂଚଳର ୫୪ ଜଣ ଚାଷୀ ଯୋଗଦେଇ ନିଜର ଉତ୍ପଦିତ ଦ୍ରବ୍ୟ ବିକ୍ରୟ କରିଥିଲେ । ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର, ସଂପାଦକ ସଂଜୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ଚାଷୀ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।

Related Posts

Seo wordpress plugin by www.seowizard.org.