Odisha News

ବୌଦ୍ଧ ଆହାର କେନ୍ଦ୍ର ଓ ବାଳିକା ଉଚ୍ଚ ବିଦ୍ୟାଳୟ, ତହସିଲ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୧୦ : ମଙ୍ଗଳବାର ଦିନ ୧୧.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଅଚାନକ ବୌଦ୍ଧ ଡାକ୍ତରଖାନା ନିକଟରେ ଥିବା ଆହାର କେନ୍ଦ୍ର ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।
ଆହାର କେନ୍ଦ୍ରରେ ପହଂଚି ଜିଲ୍ଲାପାଳ ଶ୍ରୀ ପଣ୍ଡା ଲୋକଙ୍କୁ ୫ ଟଙ୍କାରେ ଦିଆ ଯାଉଥିବା ଖାଦ୍ୟର ମାନ ପରୀକ୍ଷା କରିଥିଲେ ।
ଆବଶ୍ୟକ ସ୍ଥଳେ ଖାଦ୍ୟର ପରିମାଣ ବ୍ରୁଦ୍ଧି କରି ପ୍ରତିଦିନ ୫୦୦ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ବିଜ୍ଞା ପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଜିଲ୍ଲାପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ମଧ୍ୟ ପରିଦର୍ଶନ କରିଥିଲେ ।
ବିଭିନ୍ନ ଶ୍ରେଣୀ କକ୍ଷ , ଲାଇବ୍ରେରୀ ପରିଦର୍ଶନ କରି ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ବିଦ୍ୟାଳୟର ମଧ୍ୟାନ୍ନ ଭୋଜନର ମାନ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ ।
ସରକାର ଙ୍କ ବିଭିନ୍ନ ଯୋଜନକ୍ଷ ରେ ଛାତ୍ରୀ ମାନେ ଉପକୃତ ହୋଇ ପାରୁଛନ୍ତି କି ନାହିଁ ସେ ବିଷୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ପଚାରି ବୁଝିଥିଲେ । ପରେ ଜିଲ୍ଲାପାଳ ବୌଦ୍ଧ ତହସିଲ କାର‌୍ୟ୍ୟାଳୟ ପରିଦର୍ଶନ କରି ରାଜସ୍ୱ ବିଭାଗ ସମ୍ୱନ୍ଧୀୟ ବିଭିନ୍ନ ରେକର୍ଡ ପତ୍ର ଯାଞ୍ଚ କରିଥିଲେ ।

Related Posts

Seo wordpress plugin by www.seowizard.org.