ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୪/୧୨ : ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଅଫିସ ଦ୍ୱାରା ନାରାୟଣପୁର, ବୌଦ୍ଧ ଠାରେ ଥିବା ଅନ୍ଧ, ମୂକ ଏବଂ ବଧିର ଙ୍କ ସ୍କୁଲ ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ ଉପଲକ୍ଷେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି ।
ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ଅଧକ୍ଷ ଶ୍ରୀ ପ୍ରତାପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀମତି ଶ୍ରଧାଞଳି ରାୟ ପରିଚାଳନା କରିଥିଲେ । ଏଥିରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଶ୍ରୀ ଦିଓ ହେମରମ୍ ଏବଂ ଅନ୍ଧ, ମୂକ ଏବଂ ବଧିର ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ କିଶୋର କୁମାର ପରିଡା ଉପସ୍ଥିତ ଥିଲେ । ଏହା ସହ ଜିଲ୍ଲା ଆଇନସେବା ପ୍ରାଧିକରଣର ପାରା ଲିଗାଲ ଭଲ୍୍ୟୁଂଟିୟର ମାନେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ଏହି ସ୍କୁଲର ପିଲାମାନେ ଉପସ୍ଥିତ ଥିଲେ । ସେମାନଙ୍କୁ ଦିବ୍ୟାଙ୍ଗ ମାନଙ୍କ ସୁରକ୍ଷା ଏବଂ ଉନ୍ନତି ପାଇଁ ଆମ୍ଭ ଦେଶରେ ଥିବା ବିଭିନ୍ନ ଆଇନ ଉପରେ ବୁଝାଇଥିଲେ ।
ଏହା ସହ ସେମାନେ କିପରି ସମ୍ମାନର ସହ ବଂଚିବେ, ସୁରକ୍ଷିତ ଭାବରେ ଉଚିତ ଶିକ୍ଷା ଗ୍ରହଣ କରିପାରିବେ ସେ ଉପରେ ମଧ୍ୟ ବୁଝାଇଥିଲେ ।
ତା ପରେ ଏହି ସ୍କୁଲର ବିଭିନ୍ନ ଛାତ୍ରଛାତ୍ରୀ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ବହୁ ସୁନ୍ଦର ଭାବରେ ବିଭିନ୍ନ ସଙ୍ଗିତ ଏବଂ ନୃତ୍ୟର ପରିବେଶଣ କଲେ । ସର୍ବଶେଷରେ ସେମାନଙ୍କୁ ଉତ୍ସାହିତ କରାଯାଇ ସଭାକୁ ସାଙ୍ଗ କରାଗଲା ।




