Odisha News

ପୂର୍ବଶତ୍ରୁତାରୁ ହତ୍ୟାକାଣ୍ଡ, ପଥରରେ ଛେଚି ହତ୍ୟା ପରେ ଗଛରେ ଟାଙ୍ଗିଦେଲା ଅଭିଯୁକ୍ତ

ରାଉରକେଲା,୧୯/୨ : ସୁନ୍ଦରଗଡ ଜିଲ୍ଲା ବଣାଇର ମହୁଲପଦା ଥାନା ଅନ୍ତର୍ଗତ ମରଚିଢିହି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତୋଳା ନାଏକକୁ ପଥରରେ ଛେଚି ହତ୍ୟା କରାଯାଇଛି। ପରେ ପ୍ରାୟ ଏକ କିଲୋମିଟର ଦୂରର ଜଙ୍ଗଲରେ ଟାଙ୍ଗି ଦେଇଛି ଅଭିଯୁକ୍ତ ବାବୁଲୁ ଗିରି।
ଘଟଣାରୁ ପ୍ରକାଶ ଯେ ଗତକାଲି ଦୁଇ ଜଣ ତୋଳା ନାଏକ ଓ ବାବୁଲୁ ଗିରି ମିଶିକି ଜଙ୍ଗଲ ଆଡ଼କୁ ଯାଇଥିଲେ। ସନ୍ଧ୍ୟାରେ ଅଭିଯୁକ୍ତ ବାବୁଲୁ ଗିରି ଗ୍ରାମରେ ଆସିକି କହିଲା ମୁଁ ବୁଲିବାକୁ ଯାଇଥିଲି ଦେଖିଲି ତୋଳା ଜଙ୍ଗଲରେ ଏକ ଗଛରେ ଝୁଲୁଛି।
କିନ୍ତୁ ଗ୍ରାମବାସୀ ସନ୍ଦେହ କରିଥିଲେ ସାଙ୍ଗରେ ଯାଇଥିଲେ। କେମିତି ହେଲା ଘଟଣା ଏନେଇ ପୋଲିସକୁ ଜଣାଇଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ପରେ ସନ୍ଦେହ ହେବାରୁ ବାବୁଲୁ ଗିରି ନିଜେ ହତ୍ୟା କରି ଟାଙ୍ଗି ଦେଇଛି। ପୁଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି।

Related Posts

Seo wordpress plugin by www.seowizard.org.