ପାକିସ୍ତାନରୁ ଆସୁଛି +୯୨ ନମ୍ବରରୁ ହ୍ୱାଟ୍ସଆପ୍ କଲ୍

ଭୁବନେଶ୍ୱର,୧୬/୫: +୯୨ ନମ୍ବରରୁ କଲ୍ ଆସିଲେ ହୋଇଯାଆନ୍ତୁ ସାବଧାନ। ନଚେତ୍ ବଡ଼ ଠକେଇର ଶିକାର ହୋଇପାରନ୍ତି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି।
ପାକିସ୍ତାନ ନମ୍ବର ହ୍ବାଟ୍ସଆପ କଲ ଆସିଲେ ସାବଧାନ ରହିବାକୁ ପରାମର୍ଶ ଦେଇଛି ପୋଲିସ। +୯୨ ନମ୍ବରରୁ କଲ୍ ଆସିଲେ ନ ଉଠାଇବାକୁ ଲୋକଙ୍କୁ ଅପିଲ କରାଯାଇଛି। ସାଇବର ଅପରାଧୀ ମାନେ ବିଭିନ୍ନ ମିଥ୍ୟା ଅଭିଯୋଗ କରି ଟଙ୍କା ଲୁଟୁଛନ୍ତି।