ନିଜାଳୟ ଓ ସ୍ୱକୀୟ ଉପଲବ୍ଧି ଆଧ୍ୟାତ୍ମିକତା ର ଭିତ୍ତି : ମନୋଜ ଦାସ

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ, ୨୮/୪ : ମସଜିଦ ବା ଗିର୍ଜା,ଦେବାଳୟ ବା ବିଦ୍ୟାଳୟ ଗଲେ ଆଧ୍ୟାତ୍ମିକତା ମିଳେ ନାହିଁ ଏହା ନିଜ ଘରେ ସ୍ୱକୀୟ ଉପଲବ୍ଧି ରେ ଅନୁଭବ କରିହୁଏ ।
ମନୀଷୀ ମନୋଜ ଦାସ ଙ୍କ ୫ ମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଦିଲ୍ଲୀ ଉତ୍କଳ ଅସ୍ମିତା ସହଯୋଗରେ ଥିଙ୍କର୍ସ କ୍ଲବ ର ୧୧୭ ତମ ଆଭାସୀ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।
ପ୍ରଫେସର ମଣୀନ୍ଦ୍ର କୁମାର ମେହେର ,ଅଧ୍ୟକ୍ଷ ଛାୟକ୍ଷକକ୍ଷନ୍ତ ଷଡ଼ଙ୍ଗୀ ଓ ପ୍ରାଧ୍ୟାପିକା ବିଜୟିନୀ ସିଂଦେଓ ଆଲୋଚନା କରି ବିଶ୍ଵ ସ୍ତରୀୟ ଓଡ଼ିଆ ଇଂରାଜୀ ଲେଖକ ମନୋଜ ଦାସ କିପରି ବାମପନ୍ଥୀ ରୁ ଆଧ୍ୟାତ୍ମିକତା ଓ ପଣ୍ଡିଚେରୀ ନିବାସୀ ହୋଇ ଜଣେ ସାଧକ ଓ ପ୍ରତିଷ୍ଠିତ ଲେଖକ ହୋଇପାରିଥିଲେ ସେ ସମ୍ପର୍କ ରେ କହିଥିଲେ ।
ଦିଲ୍ଲୀ ଉତ୍କଳ ଅସ୍ମିତା ର ସଭାପତି ଡାକ୍ତର ଅନିତା ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିଲେ । ଥିଙ୍କର୍ସ କ୍ଲବ ସଭାପତି ବରଦା ଦାସ ସଭା ଶୁ ସଂଯୋଜନା କରି ମନୋଜ ଦାସ କିପରି ଛାତ୍ର ରାଜନୀତି ରୁ ଇଂରାଜୀ ଅଧ୍ୟାପକ ଓ ଶ୍ରୀମା ଅରବିନ୍ଦ ଙ୍କ ପଣ୍ଡିଚେରୀ ଆଶ୍ରମ ନିବାସୀ ହୋଇ ଆନ୍ତର୍ଜାତିକ ଲେଖକ ହୋଇପାରିଥିଲେ ସେ ବିଷୟ ଉପସ୍ଥାପନ କରିଥିଲେ ।
ଅଧ୍ୟାପକ ଡ ନିବେଦିତା ଗିରି ଧନ୍ୟବାଦ୍ ଅର୍ପଣ ପରେ ମନୋଜ ଦାସ ଙ୍କ ଉପରେ କବିତା ପାଠ କରାଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ବିଭିନ୍ନ ସ୍ଥାନରୁ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।