‘ଦାନା’ ଯୋଗୁ ଓସିଏସ୍ ପ୍ରିଲିମ ପରୀକ୍ଷା ସ୍ଥଗିତ ରଖିଲା ଓପିଏସ୍ସି
ଭୁବନେଶ୍ୱର,୨୩/୧୦ : ରାଜ୍ୟରେ ୨୦୨୩ ବର୍ଷ ପାଇଁ ଓସିଏସ୍ ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର ଆସିଛି ।
ବାତ୍ୟା ଦାନାକୁ ନେଇ ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ୨୭ ତାରିଖ ରବିବାର ହେବାକୁ ଥିବା ଓସିଏସ୍ ପ୍ରିଲିମ୍ସ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆଗାମୀ ୭ ଦିନ ପରେ ପରବର୍ତ୍ତୀ ତାରିଖ ନେଇ ନିଷ୍ପତି ଗ୍ରହଣ କରାଯିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି ।