Odisha News

ଗଜପତି: ସେଞ୍ଚୁରିଅନ ୟୁନିଭରସିଟିରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଧୂମ-ମଚାଇଲେ ଅନନ୍ୟା ଶ୍ରିତମ ନନ୍ଦ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୩ : ସେଞ୍ଚୁରିଅନ ୟୁନିଭରସିଟିର ବାର୍ଷିକ ଉତ୍ସବ ଗଜଜ୍ୟୋତି-୨୦୨୨ର ତୃତୀୟ ତଥା ଶେଷ ଦିବସର ରଙ୍ଗାରଙ୍ଗ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ଧୂମ-ମଚାଇଛନ୍ତି ପ୍ରସିଦ୍ଧ ଗାୟିକା ତଥା ଇଣ୍ଡିଆନ ଆଇଡଲ ବିଜେତା ସୁଶ୍ରୀ ଅନନ୍ୟା ଶ୍ରିତମ ନନ୍ଦ ।
ଆଜି ସନ୍ଧ୍ୟା ରେ ସେଞ୍ଚୁରିଆନ ୟୁନିଭରସିଟିର ଖେଳ ପଡିଆ ଠାରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଭାରତ ବିଖ୍ୟାତ ଇଣ୍ଡିଆନ ଆଇଡ଼ଲ ବିଜେତା ତଥା ଓଲିଉଡ ଓ ବଲିଉଡ଼ ସମେତ ମେଲୋଡି ସିଙ୍ଗର ସୁଶ୍ରୀ ଅନନ୍ୟା ଶ୍ରିତମ ନନ୍ଦଙ୍କ ସଂଗୀତରେ ଛାତ୍ରଛାତ୍ରୀ ଉତ୍ସାହିତ ହୋଇ ନାଚି ଝୁମ ହୋଇ ପଡୁଥିବା ଦେଖିବାକୁ ମିଳିଥିଲା ।
ସୁଶ୍ରୀ ଅନନ୍ୟା ଓଡ଼ିଆ , ହିନ୍ଦୀ , ଭୋଜପୁରୀ , ତେଲୁଗୁ ଭଳି ବିଭିନ୍ନ ଭାଷା ରେ ଗୀତ ଗାଇ ଛାତ୍ରଛାତ୍ରୀଙ୍କୁ ମନୋ ରଞ୍ଜନ କରାଇଥିଲେ । ମୁ ଗଜପତି ଜିଲ୍ଲା ଆସି ବହୁତ ଖୁସି ଅନୁଭବ କରୁଛି ଯେ, ମୋତେ ମୋର ସଂଗୀତ କଳାର ପ୍ରଦର୍ଶନ ଦେଖାଇବାର ସୁଯୋଗ ମିଳିଛି । ଆଜି ପ୍ରଥମ କରି ମୁଁ ଏହି ପାରାଳାଖେମୁଣ୍ଡି ସହର ଅଞ୍ଚଳକୁ ଆସିଛି ।

ମୋର ଆଶା ଓ ବିଶ୍ୱାସ ଯେ , ଆଜିର ଏହି ସାଂସ୍କୃତିକ ସନ୍ଧ୍ୟାର ମୋର ଏହି ସଂଗୀତ କଳା ପ୍ରଦର୍ଶନ ନିଶ୍ଚିତଭାବେ ଭାବେ ଏକ ସଂଗୀତ ମୟ ଓ ସ୍ମରଣୀୟ ହୋଇ ରହିବ ବୋଲି ସୁଶ୍ରୀ ଅନନ୍ୟା ଶ୍ରୀତମ ନନ୍ଦ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଜଣାଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏହି ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଭି-ପି: ପ୍ରଫେସର ଡି:ଏନ: ରାଓ , ରେଜିଷ୍ଟ୍ରାର ଡ: ଅନୀତା ପାତ୍ର , ଡ: ପ୍ରଜ୍ଞା ପାଣୀ , ଏସୋ-ପ୍ରଫେସର ଡ: ଦୁର୍ଗା ପ୍ରସାଦ ପାଢ଼ୀ , ଏଡ଼ମିନ ନିର୍ଦ୍ଦେଶକ ଡ: ଏସ ପି: ନନ୍ଦ , ଏଡମିନ-ଡିନ ଡ: ଅତନୁ ଦେବ , ଡିନ ଡ: ପ୍ରୀତା ଭଦ୍ରା , ସାଂସ୍କୃତିକ ଆବାହକ ଡ: ଦିନକାର ଗାଏକୱାଡ଼ , ସିଏସଆର: ସଂଯୋଜକ ଡ: ସମ୍ବିତ ସ୍ୱାଇଁ ଏବଂ ଯୁଗ୍ମ ସଂଯୋଜକ ଡ: ନିହାଲ ଆର ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ସମସ୍ତଙ୍କୁ ରଙ୍ଗାରଙ୍ଗ ଭାବେ ଉତ୍ସାହିତ କରିଥିଲେ ।

Related Posts

Seo wordpress plugin by www.seowizard.org.