Odisha News

ଗଜପତି: ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୧୦: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା କାଯ୍ୟକ୍ରମର ଏକ ସମୀକ୍ଷା ବୈଠକ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ , ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟରତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା ହେଲ୍ପ ଏ ଚାଇଲଡ଼ ଅଫ୍ ଇଣ୍ଡିଆ , ଜନ କଲ୍ୟାଣ ପ୍ରତିଷ୍ଠାନ , ଆକ୍ସନ-ଏଡ଼୍ , ୟୁଏନ୍ଏଫ୍ପିଏ , ଚାଇଲଡ଼ଲାଇନ୍ ଯଥା: ଆଇଏସ୍ଆରଡ଼ି: , “ପ୍ରଭା” ଏବଂ ସିସିଡ଼ବ୍ଲ୍ୟୁଡ଼ି: , ୱାନ୍ ଷ୍ଟପ୍ ସେଣ୍ଟର , ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟର ଜିଲ୍ଲା ସଂଯୋଜିକା ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।
ଆସନ୍ତା ଡ଼ିସେମ୍ବର ମାସ ସୁଦ୍ଧା ଜିଲ୍ଲାକୁ କିପରି ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯିବ ସେଥିପ୍ରତି ଧ୍ୟାନ ଦେବା ଲାଗି ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ବାନ ଦେବା ସହ ଏଥିପ୍ରତି ଥିବା ନିର୍ଦ୍ଦେଶାବଳିକୁ ସମସ୍ତେ ଗୁରୁତର ସହ ନେଇ ତାଙ୍କ ଅଞ୍ଚଳକୁ ବାଲ୍ୟ ବିବାହ ଘୋଷଣା କରିବାରେ ସହାୟକ ହେବେ ବୋଲି ମତବ୍ୟକ୍ତ କରିଥିଲେ ।
ରାଜ୍ୟ ସରକାରଙ୍କ ତରଫରୁ ଆସିଥିବା ନୂତନ ନିର୍ଦ୍ଦେଶାବଳିକୁ ଆକ୍ସନ-ଏଡ଼” ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହର ସମସ୍ତଙ୍କ ଆଗରେ ଆଲୋଚନା କରିଥିଲେ ।
ଏଥିରେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା , ସେରଙ୍ଗର ସ୍ବତନ୍ତ୍ର ଅଧିକାରୀ ଶ୍ରୀ ଜ୍ୟୋତି କୃଷ୍ଣ ବେହେରା ଯୋଗଦେଇ ପିଭିଟିଜି: ଅଞ୍ଚଳରେ ଆସୁଥିବା ତିନିଗୋଟି ପଞ୍ଚାୟତ କିପରି ଏହି ମାସ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ସେଥିପ୍ରତି ଧ୍ୟାନ ଦିଆଯିବା ସହ ବିଳମ୍ବ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନକୁ ତ୍ବରାନ୍ବିତ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।
ସଉରା ଉନ୍ନୟନ ସଂସ୍ଥା , ଚନ୍ଦ୍ରଗିରିର ସଂଯୋଜକ ଶ୍ରୀ ସଚିତ୍ର କୁମାର ବେହେରା ଯୋଗଦେଇ ମୋହନାରେ ଥିବା ପିଭିଟିଜି: ଅଞ୍ଚଳ\’କୁ ବାଲ୍ୟବିବାହରୁ କିପରି ମୁକ୍ତ କରାଯିବ ତାହାରି ଦାୟିତ୍ବ ନେଇଥିଲେ ।
ଏହି ଅବସରରେ ଜିଲ୍ଲାରେ ଥିବା ୧୬୧୯ ଗ୍ରାମରୁ ଆଜିସୁଦ୍ଧା ୫୦୨ ଗ୍ରାମ ବାଲ୍ୟବିବାହ ମୁକ୍ତ ହୋଇ ସାରିଥିବା ବେଳେ ଅନ୍ୟ ୧୧୧୭ ଗୋଟି ଗ୍ରାମକୁ ଆସନ୍ତା ଡ଼ିସେମ୍ବର ସୁଦ୍ଧା କିପରି ବାଲ୍ୟବିବାହ ମୁକ୍ତ କରାଯିବ ତାହାରି ଯୋଜନା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଉପସ୍ଥାପନ କରିଥିଲେ ।
ଜିଲ୍ଲା ସ୍ତରରେ ପରିଚାଳନା ଗ୍ରୁପ୍ ପ୍ରସ୍ତୁତ କରି ଏହାକୁ ନିୟମିତ ଭାବେ ତଦାରଖ କରିବାର ନିଷ୍ପତ୍ତି ନିଆ ଯାଇଥିଲା ବେଳେ ସିଡ଼ିପିଓ: ଏବଂ ବିଇଓଙ୍କ ସ୍ତରରେ ମଧ୍ୟ ବିଭିନ୍ନ ୱାଟସ ଏପ୍ ଗ୍ରୁପ କରି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା।
ଜିଲ୍ଲାରେ ଥିବା ଅନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସଂପୃକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯିବା ସହ ଆଗାମୀ ଦିନରେ ହେବାକୁ ଥିବା ସମୀକ୍ଷା ବୈଠକରେ ମିଶନ୍ ଶକ୍ତି , ଓଡ଼ିଶା ଜିବୀକା ମିଶନ୍ ଏବଂ ଅର୍ବାନ୍ ଲୋକାଲ୍ ବଡ଼ିକୁ ଏହି ଅଭିଯାନରେ ସଂପୃକ୍ତ କରିବା ଲାଗି ନିଷ୍ପତ୍ତି ନିଆ ଯାଇଥିଲା ।
ରାଜ୍ୟ ସରକାରଙ୍କ ଦ୍ବାରା ଗାଁ କଲ୍ୟାଣ ସମିତିକୁ ଗ୍ରାମ ଶିଶୁ ସୁରକ୍ଷା ଏବଂ କଲ୍ୟାଣ ସମିତି ଭାବେ ଘୋଷିତ ହୋଇଥିବା ବିଷୟକୁ ଚିଠି ମାଧ୍ୟମରେ ସମସ୍ତଙ୍କୁ ଜଣାଇ ଦିଆ ଯାଇଥିଲା । ଗାଁ କଲ୍ୟାଣ ସମିତିର ପାଣ୍ଠିକୁ କିଛି ମାତ୍ରାରେ ବାଲ୍ୟବିବାହ ମୁକ୍ତ ଗ୍ରାମ କରିବାରେ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହେଲା , ଯାହାକି ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଦ୍ବାରା ଅନୁମୋଦିତ ହେଲାପରେ ସମସ୍ତ କାର୍ଯ୍ୟାଳୟକୁ ଜଣାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଏହି ସମୀକ୍ଷା ବୈଠକରେ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ କେ.ସୁନିତା , ୟୁଏନ୍ଏଫ୍ପିଏ ର ଜିଲ୍ଲା ପ୍ରତିନିଧି ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ , ଅରୁଣାର ଜିଲ୍ଲା ପ୍ରତିନିଧି ସୁ୍ଶ୍ରୀ ସୁଶ୍ମିତା ଭୋଇ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଚାଇଲଡ଼ ଲାଇନ୍ , ଏକ୍ସନ ଏଡ୍ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।

Related Posts

Seo wordpress plugin by www.seowizard.org.