Odisha News

ଗଜପତି: ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୭/୧୦: ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ୧୭ ବର୍ରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍ , ପାରଳାଖେମୁଣ୍ଡି ପରିସରରେ ଉଦଯାପିତ ହୋଇ ଯାଇଛି ।
ଆଜିର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ଉତ୍ସବରେ ଶ୍ରୀ ଜୟରାମ ଶତପଥି , ଆରକ୍ଷୀ ଅଧିକକ୍ଷ , ଗଜପତି ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ , ଗଜପତି , ଶ୍ରୀ ପ୍ରଦୀପ କୁମାର ନାୟକ , ଅତିରିକ୍ତ ଜିଲ୍ଲାପାଳ , ରାଜସ୍ବ , ଗଜପତି , ଶ୍ରୀମତୀ ନିର୍ମଳା ସେଠୀ , ଅଧକ୍ଷା, ପାରଳାଖେମୁଣ୍ଡି ପୌର ପରିଷଦ , ଶ୍ରୀ ନଟବର ଗରଡ଼ା , ଭାରପ୍ରାପ୍ତ କ୍ରୀଡା ଅଧିକାରୀ , ଗଜପତି, ଶ୍ରୀ ମନୋଜ ରଞ୍ଜନ ଦଳାଇ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ , ଗଜପତି , ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଜିଲ୍ଲାର ସାତ ଗୋଟି ବ୍ଲକ୍ ର ସମସ୍ତ ମେଧାବୀ ଫୁଟବଲ୍ ଖେଳାଳି ବାଳକ ବାଳିକା ଓ ପାରଳାଖେମୁଣ୍ଡି ପୌର ପାଳିକା ର ଟିମ ମୋଟ ୧୩ ଟିମ ଅଂଶ ଗ୍ରହଣ କରିଥିଲେ ।
ସେମାନଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଗୋଶାଣୀ ଓ ଆର. ଉଦୟଗିରି ବାଳିକା ଟିମ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା , ଗୋଶାଣୀ ବାଳିକା ଟିମ ୧/୦ ରେ ବିଜୟୀ ହୋଇଥିଲେ ।
ସେହିଭଳି ଫାଇନାଲ ଖେଳ ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ପୌର ପାଳିକା ଓ ମୋହନା ବାଳକ ଟିମ ଖେଳିବା ପାଇଁ ବିବେଚିତ ହୋଇ ଥିଲେ ଏବଂ ଶେଷରେ ପାରଳାଖେମୁଣ୍ଡି ପୌର ପାଳିକା ବାଳକ ଟିମ ୨/୦ରେ ବିଜୟୀ ହୋଇଥିଲେ ।
ତୃତୀୟ ପୋଜିସନ ମୋହନା ବାଳିକା ଟିମ ଓ କାଶୀନଗର ବାଳକ ଟିମ , ଦ୍ୱତୀୟ ପୋଜିସନ ମୋହନା ବାଳକ ଟିମ , ରନର୍ସ-ଅପ , ଆର. ଉଦୟଗିରି ବାଳିକା ଟିମ , ବାଳିକା ଚମ୍ପିୟାନ ଗୋଶାଣୀ ଟିମ ଓ ବାଳକ ଚମ୍ପିୟାନ ପାରଳାଖେମୁଣ୍ଡି ପୌର ପାଳିକା ଟିମ ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ତବରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ , ଶାରୀରିକ ଶିକ୍ଷା ନିରୀକ୍ଷକ , ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର , ପିଇଟି ଶ୍ରୀ ପ୍ରିୟଦର୍ଶି ମିଶ୍ର , ତାଇକଣ୍ଡୋ ମାଷ୍ଟର ଶ୍ରୀ କାର୍ତ୍ତିକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ସଭା ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀ ଅମୂଲ୍ୟ କୁମାର ପାଣଗ୍ରାହୀ ।
ଉପସ୍ଥିତ ଥିବା ମଞ୍ଚାସିନ ଅତିଥି ମାନେ ଖେଳାଳି ମାନଙ୍କୁ ନିଷ୍ଠାର ଓ ଶୃଙ୍ଖଳିତ ଭାବେ ଖେଳ ଅଭ୍ୟାସ କରିବା ଏବଂ ଆଗକୁ ଜଣେ ଭଲ ପ୍ରତିଷ୍ଠିତ ଖେଳାଳୀ ହୋଇ ଜିଲ୍ଲାର ଗୌରବ ବଜାୟ ରଖିବା ପାଇଁ ଶୁଭକାମନା କରିଥିଲେ ଓ ଖେଳୁଆଡ଼ ମନୋଭାବ ବଜାୟ ରଖିବା ପାଇଁ କହିଥିଲେ ।
ଏହି ଖେଳ ପ୍ରତିଯୋଗିତାରେ ଜିଲ୍ଲାର ୧୯୫ ଜଣ ଛାତ୍ରୀ-ଛାତ୍ର ସହିତ ୮୫ ଜଣ ଖେଳ ଶିକ୍ଷକ ଉପସ୍ଥିତ ରହି ସମସ୍ତ ଖେଳ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।

Related Posts

Seo wordpress plugin by www.seowizard.org.