Odisha News

ଗଜପତି : ଆଇ ଏସ ଆର ଡି ଓ କ୍ରାନ୍ତି ତରଫରୁ ମାଗଣା କର୍କଟ ରୋଗ ନିରୁପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୭/୨: ବ୍ରହ୍ମପୁର ସ୍ଥିତ ଆଇ ଏସ ଆର ଡି ଓ କ୍ରାନ୍ତି ର ମିଳିତ ସହଯୋଗରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ମାଗଣା କର୍କଟ ନିରୂପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।
ଏହି ଶିବିରକୁ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିଦ୍ର ହୋନନାଗା ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡି:ଏସ:ଡବ୍ଲ୍ୟୁ:ଓ: ଶ୍ରୀମତୀ ମିନତୀ ଦେବୀ , ଡି ସି ପି ଓ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ପୌରପାଳିକା ଚେୟାରମ୍ୟାନ ଶ୍ରୀମତୀ ନିର୍ମଳା ସେଠୀ ଓ ପ୍ରୋଟେକ୍ସନ ଅଫିସର ଶ୍ରୀମତୀ ସାରଳା ପାତ୍ର ପ୍ରମୁଖ ଅଥିତି ରୂପେ ଯୋଗ ଦେଇ ଉପସ୍ଥିତ ସମସ୍ତ ରୋଗୀ ସହ ଜନସାଧାରଣ ଙ୍କୁ ଏହି ଶିବିର ବିଷୟରେ ଅବଗତ କରିଥିଲେ।
ଏହି ସଚେତନତା ଶିବିରକୁ ଆଇ ଏସ ଆର ଡି ଭାଇସ୍ ଚେୟାରମ୍ୟାନ ଶ୍ରୀଲକ୍ଷ୍ମି ପାଣିଗ୍ରାହୀ ଓ କ୍ରାନ୍ତି ଅନୁଷ୍ଠାନ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ: ଦେବାନନ୍ଦ ଦାଶ ପରିଚାଳନା କରିଥିବା ବେଳେ ଭୁବନେଶ୍ୱର ସ୍ଥିତ ଉତ୍କଳ ହସପିଟାଲ ର କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦିଲିପ କର , ଆୟୁର୍ବେଦ ବିଶାରଦ ଡାକ୍ତର ସୁରଜିତ ପାଣିଗ୍ରାହୀ ,ପାରଳାଖେମୁଣ୍ଡି ଜିଲ୍ଲା ଡାକ୍ତରଖାନା ର ଡାକ୍ତର ଗିରିଧାରୀ ରାଉତ ଓ ଡାକ୍ତର ରୋଜାଲିନ ଶତପଥି ପ୍ରମୂଖ ଯୋଗଦେଇ ଚିକିତ୍ସା କରିବା ସହ ଉପଯୁକ୍ତ ପରାମର୍ଶ ଦେଇଥିଲେ।
ଆଜିର ସଚେତନତା ଶିବିରରେ ୩୧୧ ଜଣ ରୋଗୀଙ୍କୁ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବିତରଣ କରା ଯାଇଥିଲା।
ମୁମ୍ବାଇ ସ୍ଥିତ ଜଗନ୍ନାଥ କ୍ୟାନସର ଏଡ ଫାଉଣ୍ଡେସନ ଏହି କର୍କଟ ନିରୂପଣ ଶିବିରକୁ ସହଯୋଗର ହାତ ବଢ଼ାଇଥିଲେ। ଏହି ଅବସରରେ ଜଗନ୍ନାଥ କ୍ୟାନସର ଏଡ ଫାଉଣ୍ଡେସନ ର ସମାଜସେବୀ କବିତା ମିଶ୍ର , ଗାୟତ୍ରୀ ମହାନ୍ତି , ଚିତ୍ତ ରଂଜନ ଦାଶ , ପ୍ରୀତି ରାୟ , ସୁଚିତ୍ରା ଦାଶ , କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ ଓ ଆଇ ଏସ ଆର ଡି ର ନାଗେଶ୍ଵର ଚୌଧୁରୀ ସମେତ ସମସ୍ତ କର୍ମଚାରୀ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

Related Posts