Odisha News

ଖେଳାଳୀଙ୍କ ପାଇଁ କେବେ ଉପଯୋଗୀ ହେବ ଜିଲ୍ଲା ଷ୍ଟାଡିୟମ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୬/୧୧: ବୌଦ୍ଧଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲା ଷ୍ଟାଡିୟମ କାର୍ଯ୍ୟ ଶେଷ ହୋଇ ପାରୁୂନାହିଁ ଫଳରେ ଖେଳାଳୀ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଛି ।
ଏହି ଜିଲ୍ଲା ଷ୍ଟାଡିୟମଟି ୨୦୦୬ ମସିହାରୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଖେଳ ଉପଯୋଗୀ ହୋଇ ପାରିନାହିଁ । ଷ୍ଟାଡିୟମର ଏବେବି ଅନେକ କାମ ବାକି ରହିଥିବା ବେଳେ ମୁଖ୍ୟତଃ ପଡିଆ କାମ ଅଧାପନ୍ତିରିଆ ଭାବରେ ପଡିରହିଛି ।
ଯାହାକୁ ନେଇ କ୍ରୀଡାବିତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ହେଲେ ଏବେ ରାଜ୍ୟରେ ନୂତନ ସରକାର ଆସିବା ପରେ ଏହି ଜିଲ୍ଲା ଷ୍ଟାଡିୟମ ଖେଳ ଉପଯୋଗୀ ହୋଇ ପାରିବ ବୋଲି କ୍ରିଡାବିତମାନେ ଆଶାବାନ୍ଧିଛନ୍ତି । ସୂଚନା ମତେ,ବୌଦ୍ଧଜିଲ୍ଲା ଷ୍ଟାଡିୟମ ପଂଚାୟତ ମହାବିଦ୍ୟାଳୟ ନିକଟରେ ୧୦ ଏଳର ୨୦ଡିସିମିଲ ଜାଗା ଉପରେ ୨୦୦୬ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ଇତି ମଧ୍ୟରେ ଦୀର୍ଘ ୧୯ ବର୍ଷ ବିତିଯାଇଥିଲେ ମଧ୍ୟ ଷ୍ଟାଡିୟମଟି ଖେଳପୋଯୋଗୀ ହୋଇପାରୁନାହିଁ ।
ଯାହାଫଳରେ ଜିଲ୍ଲାରେ କ୍ରିଡାର ଭିତିଭୂମିର ଅଭାବ ଦେଖିବାକୁ ମିଲୁଛି । ଷ୍ଟାଡିୟମଟି ଖେଳପଯୋଗୀ ହୋଇ ପାରିନଥିବା ବେଳେ ଗୋଟିଏ ପଟେ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବାକୁ ବସିଥିବା ବେଳେ ଅନ୍ୟପଟେ ଷ୍ଟାଡିୟମରେ ପାଚେରୀରେ ଫାଟଦେଖା ଦେଲାଣିତ ଆଉ କେଉଁଠି ଢଳି ପଡିବା ସ୍ଥିତରେ ରହିଛି । । ଭଙ୍ଗାଗଢାରେ ଚାଲିଛି ଜିଲ୍ଲା ଷ୍ଟାଡିୟମ କାମ ।
ଚଳିତ ବର୍ଷ ଫେବୃଆରୀ ମାସରେ ସାମାନ୍ୟ ପବନରେ ଷ୍ଟାଡିୟମର ବୌଦ୍ଧ ପଂଚାୟତ କଲେଜର ଗେଟ ସମ୍ମୁଖଭାଗର ପାଚେରୀ ଭାଙ୍ଗି ଯାଇଥିଲା । ପାଚେରୀଟି ଗତ ଦୁଇ ବର୍ଷ ଆଗରୁ ନିର୍ମାଣ କାରାଯାଇଥିଲା ବେଳେ ସାମାନ୍ୟ ପବନରେ କିପରି ପାଚେରୀ କାନ୍ଥ ଭାଙ୍ଗି ଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଓ ସେତେବେଳେ କାମର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ବର୍ତ୍ତମାନ ପଡିଆର ଅବସ୍ଥା ଖରାପ ରହିଥିବା ବେଳେ ଖେଳାଳୀମାନେ ପଡିଆର ଅଭାବ ଯୋଗୁଁ ବାଧ୍ୟ ହୋଇ ଏଠାରେ ଅଭ୍ୟାସ କରୁଥିବା ବେଳେ ବିଭିନ୍ନ ପ୍ରତି ଯୋଗୀତାମାନ ମଧ୍ୟ ଅନୁଷ୍ଠିତ ହେଉଅଛି । ଷ୍ଟାଡିୟମ ପରିସରରେ ଇନଡୋର ଷ୍ଟାଡିୟମ ଓ ଜିଲ୍ଲା ସନ୍ତରଣାଗାର ଥିବା ବେଳେ ସେଗୁଡିକ ଖେଳ ଉପଯୋଗୀ ହୋଇଛି । ହେଲେ ଷ୍ଟାଡିୟମରେ ଖେଳ ହୋଇପାରୁନାହିଁ । କେବେ ଷ୍ଟାଡିୟମ ଖେଳ ଉପଯୋଗୀ ହେବ ତାହାକୁ ନେଇ ଜିଲ୍ଲା କ୍ରିଡାପ୍ରେମୀ ଅପେକ୍ଷା କରିବସିଛନ୍ତି ।
ଗଂଜେଇ ଚାଷ ନଷ୍ଟ କଲା ବୌଦ୍ଧ ପୁଲିସ
ବୌଦ୍ଧ,୬/୧୧: ବୌଦ୍ଧଥାନା ଅନ୍ତର୍ଗତ ଆମ୍ବଝରୀ ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଡା ଓ ଗଣ୍ଡପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ବୌଦ୍ଧ ପୁଲିସ ପକ୍ଷରୁ ଚଢଉ କରାଯାଇ ବିପୁଳ ପରିମାଣର ଗଂଜେଇ ଚାଷ ସୋମବାର ଦିନ ନଷ୍ଟ କରାଯାଇଥିବା ଜଣାଯାଇଛି ।
ମିଳିଥିବା ସୂଚନା ମୁତାବକ ବୌଦ୍ଧ ଏସପି ନାଗରାଜ ଦେବରକୋଣ୍ଡାଙ୍କ ନିର୍ଦ୍ଦେଶରେ ସୋମବାର ସକାଳୁ ବୌଦ୍ଧ ପୁଲିସ ଟିମ୍ ସହିତ ବନ ବିଭାଗ ଓ ରାଜସ୍ୱ ବିଭାଗର କର୍ମଚାରୀ ଆମ୍ବଝରୀ ପଞ୍ଚାୟତର ଆଭ୍ୟନ୍ତରୀଣ ଜଙ୍ଗଲରେ ଚଢଉ କରିଥିଲେ । ଖଜୁରୀପଡା ଓ ଗଣ୍ଡପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ନାଳ କଡରେ ପ୍ରାୟ ୪୧ ଏକର ଅଞ୍ଚଳରେ ହୋଇଥିବା ଗଂଜେଇ ଚାଷକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନିଆଁରେ ପୋଡି ନଷ୍ଟ କରାଯାଇଥିଲା ।
ଏହି ଚଢଉରେ ବୌଦ୍ଧ ଆଦର୍ଶଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ,ରିଜର୍ଭ ଇନିସପେକ୍ଟର କୁଳମଣି ଗିରି,ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା, ରାଜସ୍ୱ ନୀରିକ୍ଷକ ବଘିଆପଡା ପ୍ରମୁଖ ସାମିଲ ଥିଲେ । ଏନେଇ ଏକ ମାମଲା ବୌଦ୍ଧ ଥାନା କେସନଂ ୩୯୪/୨୪ରେ ରୁଜୁ ହୋଇ ତଦନ୍ତ ଚାଲିଥିବା ବୌଦ୍ଧ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଆନ୍ତଃକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଡିଷ୍ଟ୍ରିକ୍ଟ ସ୍ପୋର୍ଟଂ ବିଜୟୀ
ବୌଦ୍ଧ,୬/୧୧: ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ବୌଦ୍ଧଜିଲ୍ଲା ଷ୍ଟାଡିୟମ ପଡିଆରେ ଚାଲିଥିବା ଆନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ତୃତୀୟ ଦିନ ମ୍ୟାଚ ଡିଷ୍ଟ୍ରିକ୍ଟ ସ୍ପୋର୍ଟଂ ବୌଦ୍ଧ ଓ ଜୟ ଭୈରବୀ କ୍ଲବ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଡିଷ୍ଟ୍ରିକ୍ଟ ସ୍ପୋର୍ଟଂ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୯.୪ ଓଭରରେ ୧୦ ୱିକେଟ ବିନିମୟରେ ୧୩୨ ରନ୍ କରିଥିଲା । ଦଳ ତରଫରୁ ସୌରଭ କନୌଜିଆ ୨୮ବଲ୍‌ରୁ ୫୦ ରନ୍‌, ଶୋଭନଦେବ ବେହେରା ୨୯ ବଲ୍‌ରୁ ୨୨ ରନ୍ ସଂଗ୍ରହ କରିଥିଲେ ।
ଜୟ ଭୈରବୀ କ୍ଲବ ତରଫରୁ ଇସାନାଙ୍ଗସୁ ନାମଦେବ ୬.୪ ଓଭରରେ ୨୦ ରନ୍ ଦେଇ ୩ ୱିକେଟ, ସୋମ୍ୟ ଆର ସାହୁ ୮ ଓଭରରେ ୩୯ ରନ୍ କରି ୩ ଟି ୱିକେଟ ହାସିଲ କରିଥିଲେ । ଦ୍ୱିତୀୟ ଇନିଂସରେ ୧୩୩ ରନ୍ ବିଜୟ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଜୟଭୈରବୀ କ୍ଲବ ମୈଦାନକୁ ଓହ୍ଲାଇଥିଲେ । କିନ୍ତୁ ୨୧.୧ ଓଭରରେ ଜୟ ଭୈରବୀ କ୍ଲବ ସମସ୍ତ ୱିକେଟ ହରାଇ ୯୭ ରନ୍ କରିପାରିଥିଲେ ।
ଦଳ ତରଫରୁ ସୌମ୍ୟ ଆର ସାହୁ ୩୧ ବଲ୍‌ରୁ ୨୮ ରନ୍‌, ଶ୍ରୀରାଜ ଭକ୍ତ ୧୭ ବଲ୍‌ରୁ ୧୫ ରନ୍ ସଂଗ୍ରହ କରିଥିଲେ । ଡିଷ୍ଟ୍ରିକ୍ଟ ସ୍ପୋର୍ଟଂ ତରଫରୁ ସୌରଭ କନୌଜିଆ ୭.୧ ଓଭରରେ ୨୫ରନ୍ ଦେଇ ୪ ୱିକେଟ , ହେମନ୍ତ ଚଂପତ୍ତି ୨ ଓଭରରେ ୩ଟି ୱିକେଟ ନେଇଥିଲେ ।
ଫଳରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟଂ ୩୫ ରନ୍‌ରେ ବିଜୟୀ ହୋଇଥିଲା । ଅଂପାୟାର ଭାବେ ଆଜିର ମ୍ୟାଚକୁ ଅମ୍ବରୀଶ ପ୍ରଧାନ ଓ ଆଶୁତୋଷ ଦାଶ ଖେଳ ପରିଚାଳନା କରିଥିବାବେଳେ ସ୍କୋରରଭାବେ ସ୍ୱାଗତ ଦେହୁରୀ ଦାୟିତ୍ୱ ତୁଲାଇଥିଲେ । ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ସୌରଭ କନୌଜିଆ ପୁରସ୍କୃତ ହୋଇଥିଲେ । ଆସନ୍ତାକାଲି ମହାନଦୀ ସ୍ପୋର୍ଟିଂ ଓ ପ୍ରଗତି କ୍ଲବ କଣ୍ଟାମାଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

Related Posts

Seo wordpress plugin by www.seowizard.org.