Odisha News

୩୦ ଏକର ସ୍ଥାନରେ ବ୍ୟୟ ହେବ ୪୫ କୋଟି :କଳିଙ୍ଗ ନଗର ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ଶିଶୁ ଯତ୍ନ ପ୍ରତିଷ୍ଠାନର ଶିଳାନ୍ୟାସ

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୧୭।୧: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯଖପୁରା ଠାରେ ନିର୍ମାଣ ହେଉଛି ଅତ୍ୟାଧୁନିକ କଳିଙ୍ଗ ନଗର ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଶିଶୁ ଯତ୍ନ ପ୍ରତିଷ୍ଠାନ । ଆଜି ଏହାର ଶିଳାନ୍ୟାସ କରିଛନ୍ତି ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।
ଯଖପୁରା ଠାରେ ପ୍ରତିଷ୍ଠା ହେଉଥିବା ଏହି କ୍ରୀଡ଼ା ବିକାଶ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି ଏହି ପ୍ରତିଷ୍ଠାନ କେବଳ ସୁକିନ୍ଦା ଓ ଆମ ଜିଲ୍ଲାର ନୁହେଁ ସାରା ରାଜ୍ୟର କ୍ରୀଡ଼ାବିତ ମାନଙ୍କୁ ଅତ୍ୟାଧୁନିକ ପ୍ରଶିକ୍ଷଣ ଯୋଗାଇବାରେ ସକ୍ଷମ ହେବ ।
ସୁକିନ୍ଦା-ଦାନଗଦୀ ସହ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ରହୁଥିବା ଖେଳାଳିଙ୍କ ପ୍ରତିଭା ବିକାଶରେ ଏହି ସ୍ପୋର୍ଟସ କଂପ୍ଲେକ୍ସ,ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଏଠାରେ ଫୁଟବଲ, କ୍ରିକେଟ୍ ଏବଂ ବିଭିନ୍ନ ପ୍ରକାର ଇଣ୍ଡୋର ଗେମ ଖେଳା ଯିବା ସହିତ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହା ଦ୍ୱାରା ବହୁ ଯୁବ କ୍ରୀଡ଼ାବିତ ବିଶେଷ ଭାବେ ଉପକୃତ ହୋଇ ପାରିବେ ।
ଅନ୍ୟମାନଙ୍କ ମଧ୍ୟରେ ଦାନଗଦି ବ୍ଲକ ଅଧକ୍ଷା ଅର୍ଚନା ଦାସ, ଯୁବନେତା ପ୍ରଦୀପ ମହାନ୍ତି ,ସରସଞ୍ଚ, ସମିତି ସଭ୍ୟ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.