Odisha News

ଓଡିଶା ସରକାରଙ୍କ ଜଙ୍ଗଲଓ ପରିବେଶ ବିଭାଗ ତରଫରୁ ଛାତ୍ରଛାତ୍ରୀମାନଙ୍କର ପ୍ରକୃତି ପରିବେଶକୁ ଅତି ନିକଟରୁ ଜାଣିବା ପାଇଁ ଏକ ନେଚର କ୍ୟାମ୍ପ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୯/୨: ବୌଦ୍ଧ ଜଙ୍ଗଲ ବିଭାଗ ତରଫରୁ ନେଚର କ୍ୟାମ୍ପ- ଓଡିଶା ସରକାରଙ୍କ ଜଙ୍ଗଲଓ ପରିବେଶ ବିଭାଗ ସହାୟତାରେ ବୌଦ୍ଧ ଜଙ୍ଗଲ ବିଭାଗ ତରଫରୁ ଛାତ୍ରଛାତ୍ରୀମାନଙ୍କ ର ପ୍ରକୃତି ପରିବେଶ କୁ ଅତି ନିକଟରୁ ଜାଣିବା ପାଇଁ ଏକ ନେଚର କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ୧୧ ଜଣ , କେନ୍ଦ୍ରୀୟ ବିଦ୍ୟାଳୟର ୨୦ ଜଣ ଏବଂ ପୁରୁଣା କଟକ ସରସ୍ଵତୀ ଶିଶୁ ମନ୍ଦିରର ୩୦ ଜଣ ଇକୋ କ୍ଲବ ଛାତ୍ରଛାତ୍ରୀ ସେମାନଙ୍କର ଜଣେ ଲେଖାଏଁ ଗାଇଡ୍ ଶିକ୍ଷକ ଙ୍କ ସହ ଯୋଗଦାନ କରିଥିଲେ ।
ପ୍ରଥମେ ସେମାନେ ପୁରୁଣା କଟକ ବନାଞ୍ଚଳ ର ବାରକ୍ଷବଣୀ ଗ୍ରାମ ଠାରେ ଏକତ୍ରୀତ ହୋଇ ଯାଜପୁର ସଂରକ୍ଷିତ ଜଙ୍ଗଲ ଭିତରେ ପଶି ତା ମଧ୍ୟରେ ଥିବା ସମସ୍ତ ଗଚ୍ଛ, ଔଷଧ ବୃକ୍ଷ, ଜୈବ ବିବିଧତା, ଜୀବ ଜନ୍ତୁ ଓ ସେମାନଙ୍କର ପାଦ ଚିହ୍ନ ସବୁ ଅନୁଧ୍ୟାନ କରିବା ସହ ଜଙ୍ଗଲ ପରିସଂସ୍ଥା ବିଷୟ ରେ ଜ୍ଞାନ ଆହରଣ କରିଥିଲେ ।
ପରିବେଶ ଓ ପ୍ରକୃତି ବିଶାରଦ ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ମୁଖ୍ୟ ତଥା ବିଶିଷ୍ଟ ପରିବେଶବିତ୍ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଏହି ଶିବିର ରେ ଛାତ୍ରଛାତ୍ରୀ ମାନଙ୍କ ସହ ଯାଇ ସେମାନଂକୁ ସବୁ ଗଚ୍ଛ ଚିହ୍ନିବା ସହ ଔଷଧ ବୃକ୍ଷ ର ଉପକାରିତା ଓ ବ୍ୟବହାର ସମ୍ଵନ୍ଧରେ ବୁଝାଇଥିଲେ କ୍ଷ ସହକାରୀ ବନ ସଂରକ୍ଷକ, ଆଶିଷ କୁମାର କଅଁର, କ୍ଷୀରାବ୍ଧି ପ୍ରଧାନ, ବିମଳ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜଙ୍ଗଲ ସୁରକ୍ଷା ବିଷୟରେ ଅବଗତ କରାଇଥିଲେ ।
ସମସ୍ତେ ପାହାଡ ଉପରେ ଚଡ଼ି ଯାଜପୁର ଜଳ ଭଣ୍ଡାର ନିକଟରେ ପହଞ୍ଚିଥିଲେ କ୍ଷ ସେଠାରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କ୍ୟାମ୍ପ ସମସ୍ତଙ୍କୁ ସ୍ଵାଗତ କରିଥିଲେ ।
ସେହି ଜଙ୍ଗଲ ଭିତରେ ସାପକାମୁଡ଼ା ଓ ତାର ପ୍ରତିକାର ଉପରେ ଏକ ତାଲିମ୍ ପ୍ରଦାନ କରାଯାଇଥିଲା ଏଥିରେ ଅନୁଗୁଳ ର ପିପୁଲ ଫର୍ ଏନିମଲ ସଂଗଠନ ର ମୁଖ୍ୟ ବିପ୍ଳବ ମହାପାତ୍ର ଯୋଗଦେଇ ତାଲିମ୍ ପ୍ରଦାନ କରିଥିଲେ । ବନଖଣ୍ଡ ଅଧିକାରୀ ମଧ୍ୟ ସମସ୍ତଙ୍କୁ ଜଙ୍ଗଲ ର ଉପକାରିତା, ଜଙ୍ଗଲ ନିଆଁ, ବନ୍ୟଜୀବ ଉପରେ ସଚେତନ କରିଥିଲେ ।
ଶେଷରେ ସେଠାରେ ସଙ୍ଗୀତ, ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା କରି ବିଜୟୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସହକାରୀ ବନ ସରଂକ୍ଷକ, ମିନାକ୍ଷୀ କୁମୁରକ୍ଷ ଏବଂ ତାଙ୍କ ସହ ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀ ।
ପୁରୁଣା କଟକ ବନାଞ୍ଚଳ ଅଧିକାରୀ ଜୟନ୍ତ ଦାସ ତାଙ୍କ ସହକର୍ମୀ ମାନେ ଏଥିରେ ବହୁ ସହଯୋଗ କରି ଶିବିରକୁ ସଫଳ କରିଥିଲେ ।

Related Posts

Seo wordpress plugin by www.seowizard.org.