Odisha News

ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୨୮/୧ : ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ। ବାଦ୍ ପଡିଛି ଅତ୍ୟାବଶକୀୟ ସେବା। ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଧାନ ମଣ୍ଡି, ପିୟୁସିସି ଓ ସ୍ମାର୍ଟ ମିଟର ପ୍ରସଙ୍ଗରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତିନିଟି ପ୍ରସଙ୍ଗକୁ ନେଇ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ।
ଧାନ ମଣ୍ଡିରେ ଅବ୍ୟବସ୍ଥା, ପ୍ରଦୂଷଣ ନାଁରେ ଫାଇନ୍ ଆଦାୟ ଓ ଟାଟା ପାୱାରର ମନମାନି ବିରୋଧରେ କରାଯିବ ବନ୍ଦ ପାଳନ। ସକାଳ ୬ ଟାରୁ ଦିନ ୨ଟା, ୮ ଘଣ୍ଟା ବନ୍ଦ ପାଳନ କରାଯିବ। ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ପାଳନକୁ ସମର୍ଥନ ଜଣାଇଛି କଂଗ୍ରେସ। ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ କମିଟି ଏହାକୁ ସମର୍ଥନ ଜଣାଇବାକୁ ପିସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ବିଜେଡି ମଧ୍ୟ ଏହାକୁ ପରୋକ୍ଷରେ ସମର୍ଥନ ଜଣାଇଛି। ବନ୍ଦ ପାଳନ ବେଳେ ଦୋକାନ ବଜାର ସହ ସ୍କୁଲ କଲେଜ ବନ୍ଦ କରିବା ପାଇଁ ଆହ୍ୱାନ ଦେଇଛି ନବ ନିର୍ମାଣ କୃଷକ ସଂଠଗନ।
ତେବେ ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ସେହିଭଳି ସୁବର୍ଣ୍ଣପୁର ବିନିକାରେ କଂଗ୍ରେସ କର୍ମୀଙ୍କ ତରଫରୁ ପିକେଟିଂ କରାଯାଇଛି। ଏହାସହ ବିନିକା ବରପାଲି ଏନ୍ଏଚ୍ କଲେଜ ଛକରେ ଆନ୍ଦୋଳନ କରାଯାଉଛି ।

Related Posts