Odisha News

ଆଗକୁ ବଢୁନି ମୌସୁମୀ, ଆସନ୍ତା ସପ୍ତାହେ ଯାଏଁ ନାହିଁ ବର୍ଷା, କଲବଲ କରିବ ଗରମ ଏବଂ ଗୁଳୁଗୁଳି

ଭୁବନେଶ୍ୱର, ୩/୬: ମୌସୁମୀ ପରେ ରାଜ୍ୟରେ ତାତି ରେକର୍ଡ ଭାଙ୍ଗୁଛି । କିଛି ଦିନର ବର୍ଷା ଓ କୋହଲା ପାଗ ପରେ ରାଜ୍ୟକୁ ଅସହ୍ୟ ତାତି ଓ ଗୁଳୁଗୁଳି ଫେରିଛି । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ସୂର୍ଯ୍ୟଙ୍କର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଗତକାଲି ଭୁବନେଶ୍ୱରରେ ୩୯.୬ ତାପମାତ୍ରା ରେକର୍ଡ ହୋଇଛି।
ଆଗାମୀ ଦିନରେ ତାପମାତ୍ରା ଅସହ୍ୟ ହେବାର ସମ୍ଭାବନା ରହିଛି । ୭ ଦିନ ପର‌୍ୟ୍ୟନ୍ତ ରାଜ୍ୟରେ ବର୍ଷା ହେବାର କୌଣସି ସୂଚନା ନାହିଁ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟର ବହୁ କମ ସ୍ଥାନରେ ବର୍ଷା ହେଉଛି କିନ୍ତୁ ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ଲାଗି ରହିଛି । ଟ୍ୱିନ ସିଟି ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ତାତି ଅନୁଭୂତ ହେଉଛି । ଆସନ୍ତା ୪ ତାରିଖରୁ ଉପକୂଳ ଅଞ୍ଚଳରେ ଆହୁରି ତାତି ବଢିବ । ଫଳରେ ଜନଜୀବନ ହନ୍ତସନ୍ତ ହେବେ ।
ଆସନ୍ତା ୧୧ କିମ୍ବା ୧୨ ତାରିଖ ସମୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବା ସହ ଓଡ଼ିଶାର ଉପକୂଳ ଦେଇ ସ୍ଥଳଭାଗ ଛୁଇଁବ । ଫଳରେ ରାଜ୍ୟରେ ଲଘୁଚାପ ପ୍ରଭାବରେ ରଜ ସମୟରେ ବର୍ଷା ହୋଇପାରେ ।

Related Posts