କୋରାପୁଟ,୪/୮: କୋରାପୁଟ ଜିଲା ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ଏକ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଯୋଗୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ତାଙ୍କୁ ନିଲମ୍ବନ କରିଛନ୍ତି।ଚନ୍ଦ୍ରଭାନୁ ମହାନ୍ତି ଗତ ମାସ ଜୁଲାଇ ୨୮ ତାରିଖରେ ଗିରଫ ହୋଇଥିବା ବେଳେ ଏହି ନିଲମ୍ବନ ଆଦେଶ ସେହିଦିନ ଠାରୁ କାର୍ୟ୍ୟକାରୀ ହେବ ବୋଲି ଡିଜିପି ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।ଏକ ମାମଲାରେ ଜଣେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା Continue Reading
କୋରାପୁଟ,୧୦/୭ : ରାଜ୍ୟର ପୃଥକ ପୃଥକ ସ୍ଥାନରେ ଆଜି ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୋଟିଏ ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟଟି କୋରାପୁଟ ଜିଲ୍ଲାରେ ଘଟିଛି। ୪ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।ଅନୁଗୋଳ ଜିଲ୍ଲାରେ ବଜ୍ରପାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ମହିଳା ଦ୍ୱୟ ହେଉଛନ୍ତି ସୁଷମା ବେହେରା […]Continue Reading
କୋରାପୁଟ,୧୯/୫: ନନ୍ଦପୁର ବ୍ଲକ ପାଡୁଆ ପୁଲିସ ଗୁରୁବାର ରାତିରେ ପେଟ୍ରୋଲିଙ୍ଗ ସମୟରେ ଏକ ଗାଡ଼ି ସହିତ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଥିବା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ରାତିରେ ପାଡୁଆ ପୁଲିସ ଦଳ ଏଜ ଏକ୍ସୟୁଦ୍ଭି ୫୦୦ (ଏମଏଚ୨୦ସିଏସ୍୪୮୦୦)କୁ ପାଡୁଆ ବଡ଼ଦେବତା ଛକରେ ଅଟକାଇ ଯାଞ୍ଚ କରିଥିଲେ।ଏହି ସମୟରେ ଦୁଇ ଜଣ ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ। […]Continue Reading
କୋରାପୁଟ,୧୩/୫ : ନକ୍ସଲ ଦମନ ଅଭିଯାନ ଆହୁରି ଜୋରଦାର ହେବ। ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନର ସହାୟତା ନିଆଯିବ। ସେଥିପାଇଁ ପୁଲିସ୍ ବିଭାଗରେ ସାମିଲ ହେବ ୬ଟି ଉଚ୍ଚ ଧରଣର ଡ୍ରୋନ୍। କୋରାପୁଟରେ ମାଓ ସମୀକ୍ଷା ପରେ ପୁଲିସ୍ ଡିଜି ସୁନୀଲ ବଂଶଲ ଆଜି ଏହି ସୂଚନା ଦେଇଛନ୍ତି।ଆଜି ନକ୍ସଲ ପ୍ରବଣ କୋରାପୁଟ ଗସ୍ତରେ ଯାଇଥିଲେ ରାଜ୍ୟ ପୁଲିସ୍ ଡିଜି ସୁନୀଲ ବଂଶଲ୍। ସୁନାବେଡା ହାଲ୍ ହ୍ୟାଲିପେଡ୍ରେ ଡିଜିଙ୍କ ହେଲିକପ୍ଟର ଅବତରଣ କରିବା […]Continue Reading
କୋରାପୁଟ,୨/୫ : ନିଶାବେପାରୀମାନେ ପୁଲିସକୁ ଚକମା ଦେବାପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ ଆଉ କେତେବେଳେ ମାଛ ଗାଡ଼ିରେ ଚାଲାଣ କରୁଛନ୍ତି। ଏପରି ସମାନ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ।ମାଛକୁଣ୍ଡ ଥାନା ନୂଆପୁଟ ନଦୀଘାଟ ପାର୍ଶ୍ୱରୁ ଗତକାଲି ପୁଲିସ ଏକ ସିମେଣ୍ଟ ବୋଝେଇ ଟ୍ରକ୍ରୁ ୫୦୨ କେଜି ଗଞ୍ଜେଇ ଜବତ କରିଛି। ଯାହାରୁ ଅନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ।ସୂଚନାଅନୁସାରେ, Continue Reading
ସେମିଳିଗୁଡା/କୋରାପୁଟ,୧୩/୪: କୋଲାବ ଜଳଭଣ୍ଡାରରେ ଆଜି ଅପରାହ୍ଣରେ ଅଘଟଣ ଘଟିଛି। କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ପୋଡ଼ଗଡ଼ ଘାଟରେ ଦେଶୀଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯାଇଛି। ଏଠାରେ ତେନ୍ତୁଳିପଡ଼ାରୁ ପୋଡ଼ଗଡକୁ ଦେଶୀଡଙ୍ଗାରେ ଯାଉଥିବା ୮ ଜଣ ଏହି ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ବେଳେ ୩ଜଣ ମହିଳା ଓ ଜଣେ ଶିଶୁଙ୍କ ସମେତ ମୋଟ ୪ ଜଣ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ନିଖୋଜ Continue Reading
କୋରାପୁଟ,୧୮/୩: ନନ୍ଦପୁର ପୁଲିସ ୩୫ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ଏହି ମାମଲାରେ ୮ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ସଦାନନ୍ଦ ଗୁଣ୍ଠଙ୍କ ନେତୃତ୍ୱରେ ପାଞ୍ଚ ଜଣ କଲେଜ ଛାତ୍ର ଭୀଷ୍ମ ଗୁଣ୍ଠ, ଯୋଗେଶ ଖାଡା, ଡମ୍ବରୁଧର ଖାଡା ଓ ଦାମୋଦର ଗୁଣ୍ଠ ୩୫ କିଲୋଗ୍ରାମ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ।ଲକ୍ଷ୍ମୀଧର ଖିଲାଙ୍କ ଠାରୁ ଚମ୍ପାରନ(ବିହାର)ର ରାହୁଲ କୁମାର ଏବଂ ସଦାମ ହୁସେନଙ୍କୁ ଗଞ୍ଜେଇ ନେବା ପାଇଁ ଦାମନଯୋଡ଼ି ରେଳ ଷ୍ଟେସନରେ Continue Reading
କୋରାପୁଟ,୮/୩: ପୁଲିସ୍ ଜବତ କରିଥିଲା ଗାଡ଼ି। ମାତ୍ର ସେଥରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ଫଳରେ ହୁତୁହୁତୁ ହୋଇ ଜଳିଗଲା ୬ଟି ଗାଡ଼ି। ସେଥି ମଧ୍ୟରେ ୪ଟି କାର୍ ଓ ୨ ଟି ଅଟୋ ଥିବା ଜଣାଯାଇଛି। କୋରାପୁଟ ସହର ଭିତରେ ଥିବା ବସ୍ଷ୍ଟାଣ୍ଡ ଓ ଟାଉନ ଥାନା ନିକଟରେ ଥିବା ପୁରୁଣା ହକି ପଡ଼ିଆ ଭିତରେ ଥିବା ଆଜି ସକାଳୁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି।କୋରାପୁଟ ଟାଉନ ଥାନା ପୁଲିସ୍ ଜତବ କରୁଥିବା ଗାଡ଼ିକୁ ହକି […]Continue Reading
କୋରାପୁଟ,୭/ପ୍ରମୋସନ ପାଇ ଖୁସିଥିଲେ ଏସିଏଫ୍। ହେଲେ ତାଙ୍କର ସେହି ଖୁସି ବେଶୀ ସମୟ ରହିନଥିଲା। ପ୍ରମୋସନ ଲେଟର ନେଇ ଫେରୁଥିବା ବେଳେ ବାଟରେ ମାଡ଼ିବସିଲା ଭିଜିଲାନ୍ସ।ଲମତାପୁଟ ଏସିଏଫ୍ ସୁରଜିତ ସାହୁ ଗତକାଲି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କ ଗାଡ଼ିରୁ ବିପୁଳ ଟଙ୍କା ଜବତ କରିବା ସହ ତାଙ୍କ ଘର ଓ ଅଫିସରେ ଚଢ଼ାଉ କରିଛି।ମିଳିଥିବା ସୂଚନା ଅନୁସାରେ, ସୁରଜିତ ୩ ଦିନ ତଳେ ପ୍ରମୋସନ ପାଇଥିଲେ। ସେ ରେଞ୍ଜରରୁ ଏସିଏଫ୍କୁ ପ୍ରମୋସନ ପାଇଥିଲେ। Continue Reading
ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ରିପୋର୍ଟକୋରାପୁଟ, ୨୭ ।୨: କୋରାପୁଟ ସବୁବେଳେ ଆକୃଷ୍ଟ କରିଛି ଜନମାନସ କୁ । କେତେବେଳେ ନୈସର୍ଗିକ ଶୋଭା ପାଇଁ ତ କେତେବେଳେ ନିଜର ମହନୀୟତା ପାଇଁ । ପ୍ରକୃତି କୋଳରେ ବଢ଼ି ଆସିଥିବା କୋରାପୁଟିଆ ର ହୃଦୟ ବି ବହୁତ ସରଳ । ଦେବାରେ କାର୍ପଣ୍ୟ ନାହିଁ, ସେବାରେ ବି ନିଃସ୍ୱାର୍ଥ ଭାବ । ବନୌଷଧି ରେ ଭରପୁର କୋରାପୁଟ ମାଟିର ନିର୍ୟ୍ୟାସ ରେ କେତେଯେ ଉପଚାର ର କଥା ଅଛି ସେସବୁ ଗୋଟିଗୋଟି […]Continue Reading