Home Posts tagged Baripada (Page 3)
Top Stories
Bhubaneswar, April 17: Mercury is on the rise at many places in Odisha and IMD has warned of a ‘heat wave’ in the State. Twenty-one places witnessed day temperatures above 40 Degrees Celsius today. Baripada recorded the highest day temperature at 44.2 Degrees Celsius, followed by Boudh (43.5), Nuapada (43.5), Jharsuguda (43.4), Talcher (43.2), Sambalpur […]Continue Reading
Odisha News
କରଞ୍ଜିଆ/ବାରିପଦା,୮/୪: ଘର ଅଗଣାରେ ଗଛ ତଳେ ବସିଥିଲା ବେଳେ ବଜ୍ରପାତ ହୋଇଛି। ଏଥିରେ ଜଣେ ଗର୍ଭବତୀଙ୍କ ସମେତ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଅଘଟଣର ଶିକାର ହୋଇଥିବା ଜଣେ ଶିଶୁଙ୍କ ସମେତ ୫ ଜଣଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ମୟୂରଭଂଜ ଜିଲ୍ଲା କରଞ୍ଜିଆ ସହରର ୧୪ ନମ୍ବର ୱାର୍ଡରେ ଆଜି ଅପରାହ୍ଣ ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ସ୍ୱର୍ଗତ ବୃନ୍ଦାବନ ଦାସଙ୍କ ସ୍ତ୍ରୀ ସୁବାସିନୀ ଦାସ(୭୦), ଲକ୍ଷ୍ମଣ Continue Reading
Odisha News
ବାରିପଦା,୨୩/୩ : ନିଜକୁ ଡେଲିଭରି ବୟ ବୋଲି ପରିଚୟ ଦେଇ ଘରେ ପଶିଲେ। ଏହାପରେ ମୁଣ୍ଡରେ ବନ୍ଧୁକ ରଖି ଆଖି ପିଛୁଳାକେ ସୁନା, ଅଳଙ୍କାର ସବୁ ଲୁଟି ନେଇ ବାଇକ୍ରେ ଫେରାର ହୋଇଗଲେ।ଏପରି ଅଭିନବ ଉପାୟରେ ଲୁଟ୍ ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ହୋଇଛି। ଲୁଟ୍ର ଶିକାର ହୋଇଥିବା ମହିଳାଜଣକ ହେଲେ ପ୍ରିୟଙ୍କା ଦାସ ।ପ୍ରିୟଙ୍କା ଦାସ ଗତକାଲି ସନ୍ଧ୍ୟାରେ ଘରେ ଏକୁଟିଆ ଥିଲେ। ସେ ନିଜ ପୁଅ ସହ ଫୋନରେ କଥା ହେଉଥିବା […]Continue Reading
Odisha News
ବାରିପଦା,୨୧/୩: କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆଜି ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ କୁଡୁମୀସେନା ପକ୍ଷରୁ ୬ ଘଣ୍ଟିଆ ହରତାଳ କରାଯାଉଛି।ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ କୁଡୁମୀସେନା ପକ୍ଷରୁ ମୟୂରଭଞ୍ଜ ବନ୍ଦ ପାଳନ କରାଯାଉଛି। କୁଡୁମୀସେନାର କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିକେଟିଂ କରି ଜାତୀୟ ରାଜପଥ ଅବରୋଧ କରିଥିବା ପରିଲକ୍ଷିତ ହେଉଛି। ଏହି ବନ୍ଦର ପ୍ରଭାବରେ ଜାତୀୟ ରାଜପଥରେ ଶହଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିବା Continue Reading
Odisha News
ବାରିପଦା,୧୩/୩: ବାରିପଦା-ବେତନଟୀ ରାସ୍ତାରେ ବସ୍ ଓଲଟି ପଡିବାରୁ ୨୫ ଜଣ ଆହତ ହୋଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି।ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲାର ବାରିପଦା-ବେତନଟୀ ରାସ୍ତାରେ ଗତକାଲି ରାତିରେ ବସ୍ ଦୁର୍ଘଟଣା ଘଟିବାରୁ ୨୫ ଜଣ ଆହତ ହୋଇଛନ୍ତି। ବସ୍ଟି ରାଇରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।ଜାତୀୟ ରାଜପଥ-୧୮ର କୃଷ୍ଣଚନ୍ଦ୍ରପୁର ନିକଟରେ ବସ୍ଟି Continue Reading
Odisha News
ବାରିପଦା,୧/୨: ପୁଣି ଏକ ବାଘଛାଲ ଜବତ କରିଛି ପୁଲିସ। ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଞ୍ଚଳର କତରା ଠାରେ ୪୯ ନମ୍ବର ଜାତୀୟ ରାଜପଥ କଡ଼ର ଟାୱାର ଢ଼ାବାରୁ ବାଘ ଛାଲ ଡିଲ୍ ବେଳେ ଜବତ ହୋଇଛି।ସୂଚନା ଅନୁଯାୟୀ, ଉକ୍ତ ଢ଼ାବାରେ ବାଘ ଛାଲ ଡିଲ୍ ନେଇ ପୁଲିସ ବିଭାଗ ଖବର ଥିଲା। ଢ଼ାବାରେ ବୁଧବାର ଏକ କଲରାପତାରିଆ ବାଘଛାଲ ଡିଲ ହେଉଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ପୁଲିସ ଟିମ ଛପି ରହିଥିଲା।ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ […]Continue Reading
Odisha News
ବାରିପଦା,୯/୧: ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ପ୍ରାପ୍ତ ସୂଚନା ଅନୁଯାୟୀ, ବାରିପଦା-ଦେଉଳି ରାସ୍ତାର ସିନାଧୁଆ ଛକରେ ଏକ ଅଟୋ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ହୋଇଥିଲା।୩ ମୃତକ ଅଟୋରେ ଯାଉଥିଲେ। ଏହାଛଡ଼ା ଅଟୋ ଓ ପିକ୍ଅପ୍ ଭ୍ୟାନର ଡ୍ରାଇଭର Continue Reading
Odisha News
ବାରିପଦା,୨୦/୧୨: ଆଦିବାସୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ମୟୂରଭଞ୍ଜ ଜିଲ୍ଲାରେ ଥିବା ଅନେକ ଆଦିବାସୀ ସଙ୍ଗଠନ ମିଳିତ ଭାବେ ଏହି ବନ୍ଦ ଡାକରା ଦେଇଛନ୍ତି। ଫଳରେ ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଛି। ବାରିପଦା ସମେତ ରାଇରଙ୍ଗପୁର, କରଞ୍ଜିଆ ଉପଖଣ୍ଡର ବିଶୋଇ, ଜଶିପୁର,ବହଳଦା ସମେତ ଅନେକ ଅଞ୍ଚଳରେ ଆଜି ସକାଳୁ Continue Reading
Odisha News
କରଞ୍ଜିଆରୁ ବାରିପଦା ଯାଉଥିବା ବେଳେ ଓଲଟିଲା ଯାତ୍ରୀବାହୀ ବସ୍, ୪୦ ଜଣ ଆହତବାରିପଦା,୧୬/୧୨: ରାସ୍ତାର ୨୦ ଫୁଟ୍ ତଳକୁ ଖସି ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଜାତୀୟ ରାଜପଥ ୧୮ର କୁଳିଅଣା ବାଲିମୁଣ୍ଡୁଳି ଛକରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।ଆଜି ସକାଳେ ଗୌରି ନାମକ ଯାତ୍ରୀବାହୀ ବସ୍ଟି ଯାତ୍ରୀମାନଙ୍କୁ ନେଇ କରଞ୍ଜିଆରୁ ବାରିପଦା Continue Reading
Odisha News
ବାରିପଦା,୧୪/୧୨: ଶିକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ। ଶିକାରୀମାନେ ଶିମିଳିପାଳରେ ଦନ୍ତା ଶିକାର ପରେ ପ୍ରମାଣ ନଷ୍ଟ ପାଇଁ ଏହାକୁ ପୋଡ଼ି ଦେଇଥିଲେ ବନ କର୍ମଚାରୀ। ଏପରି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏବେ ଆଉ ଏକ ସାଂଘାତିକ ଘଟଣା ସାମନାକୁ ଆସିଛି। ଏଥର ଶିମିଳିପାଳରୁ ଏକ ମହାବଳ ବାଘର ଚମଡ଼ା ଜବତ ହୋଇଛି।ମହାବଳ ବାଘ ଶିକାର ପରେ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଆଜି ସକାଳେ ଧରା […]Continue Reading