Odisha News

ଓଡିଶା ପୋଲିସର ଟରନାଡୋ ମ୍ୟାନ ଭାବେ ପରିଚିତ ଅବସରପ୍ରାପ୍ତ ଡି.ଏସ.ପି କୈଳାସଚନ୍ଦ୍ର ମହାନ୍ତିଙ୍କ ଦେହାନ୍ତ 

Odisha’s tornado man Kailash Mahanty, 88, passes away

By Shrikanta Panda

କଟକ: କଟକ ଚାଉଳିଆଗଞ୍ଜ ଅପର୍ଣ୍ଣାନଗର ବାସିନ୍ଦା ଥିଲେ କୈଳାସଚନ୍ଦ୍ର ମହାନ୍ତି  । ଗତ ୧୦ତାରିଖ ଶୁକ୍ରବାର ଧନତେରାସ ଦିନ ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି  । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା  ।

ଓଡିଶା ପୋଲିସରେ ବିଭିନ୍ନ ଜିଲ୍ଲାରେ କାମକରି ଅନେକ ସୁନାମ ଆର୍ଜନ କରିଥିଲେ  । ବିଶେଷକରି ୧୯୭୮ ମସିହାରେ  କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର  ଥାନାରେ କୈଳାସଚନ୍ଦ୍ର ମହାନ୍ତି ସବଇନସ୍ପେକ୍ଟର ଥିବା ବେଳେ ସେହି ବର୍ଷ ଏପ୍ରିଲରେ ହୋଇଥିଲା ଘୂର୍ଣ୍ଣିବାତ୍ୟା  । ସେହି ଘୂର୍ଣ୍ଣିବାତ୍ୟା ସମୟରେ କୈଳାସଚନ୍ଦ୍ର ମହାନ୍ତି ଦୁଃସାହସିକ ଦେଖାଇ ଅନେକ ଲୋକଙ୍କ ଲୋକଙ୍କ ଧନ , ଜୀବନ ଓ ଗୃହପାଳିତ ପଶୁମାନଙ୍କର ଜୀବନ ରକ୍ଷା କରିଥିଲେ । ଏଥିପାଇଁ ଓଡିଶା ସରକାର ତାଙ୍କୁ  କରି ପୁରସ୍କୃତ କରିଥିଲେ  ।  ଏହା ସହିତ କୈଳାସଚନ୍ଦ୍ର ମହାନ୍ତି ଓଡିଶା ପୋଲିସରେ ଟରନାଡୋ ମ୍ୟାନ ଭାବେ ପରିଚିତ ଥିଲେ  ।

ସେ ଜଣେ ତାଙ୍କ କର୍ମ ଜୀବନରେ ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ଭାବେ ସମଗ୍ର ରାଜ୍ୟରେ ସୁନାମ ଅର୍ଜନ କରିଥିଲେ  । ତାଙ୍କ ବିୟୋଗରେ କଟକ ସହର ଏବଂ ତାଙ୍କ ପୈତୃକ ଗ୍ରାମ ଜଗତିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ତରାସାହି ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି  । ସ୍ବର୍ଗତ କୃଷ୍ଣଚନ୍ଦ୍ର ମହାନ୍ତି ଓ ଚଞ୍ଚଳାସୁନ୍ଦରୀ ମହାନ୍ତିଙ୍କ ବଡ ପୁଅଥିଲେ କୈଳାସଚନ୍ଦ୍ର ମହାନ୍ତି  । ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ବର୍ଗଦ୍ବାର ଠାରେ ବହୁ ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ବଜନଙ୍କ ଗ୍ରହଣରେ ହୋଇଯାଇଛି  ।

କୈଳାସଚନ୍ଦ୍ରଙ୍କ ବଡପୁଅ ମନୋଜ ମହାନ୍ତି ମୂଖାଗ୍ନୀ ଦେଇଥିଲେ  ।

Related Posts

Seo wordpress plugin by www.seowizard.org.