Odisha News

ଦୀପାବଳିରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା; ଯବାନଙ୍କ ସହିତ ପର୍ବ ପାଳିଲେ ମୋଦି

ହିମାଚଳ ପ୍ରଦେଶ, ୧୨/୧୧ : ଏଥର ବି ଯବାନମାନଙ୍କ ସହ ଦୀପାବଳି ମନାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦୀପାବଳି ଉତ୍ସବରେ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛନ୍ତି। ଏଠାରେ ହିଁ ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ମନାଇବେ ପ୍ରଧାନମନ୍ତ୍ରୀ।
ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍(ବର୍ତ୍ତମାନର ଏକ୍ସ)ରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, \”ଆମର ସାହସୀ ଯୋଦ୍ଧାଙ୍କ ସହ ଦୀପାବଳି ମନାଇବାକୁ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଲି।\”
ଚୀନ୍ ସୀମା ନିକଟ ଲେପଚାରେ ଇଣ୍ଡୋ-ତିବ୍ଦତୀୟ ସୀମାବର୍ତ୍ତୀ ଅଞ୍ଚଳରେ ପୁଲିସ୍ ଏବଂ ଭାରତୀୟ ସେନା ମୁତୟନ ରହିଥାନ୍ତି। ହିମାଚଳ ପ୍ରଦେଶ ଚୀନ୍ ସହିତ ୨୬୦ କିଲୋମିଟର ଲମ୍ବା ସୀମା ଶେଆର୍ କରିଛି। ଏଥିମଧ୍ୟରୁ ୧୪୦ କିଲୋମିଟର କିନ୍ନଉର ଜିଲ୍ଲାରେ ଥିବାବେଳେ ୮୦ କିଲୋମିଟର ଲହଉଲ ଏବଂ ସ୍ପିଟି ଜିଲ୍ଲାରେ ଅଛି। ଚୀନ୍ର ସୀମା ରକ୍ଷା ପାଇଁ ୨୦ଟି ପୋଷ୍ଟରେ ପାଞ୍ଚଟି ବାଟାଲିୟନ ଆଇଟିବିପି ନିୟୋଜିତ ହୋଇଛନ୍ତି।
ନିଜ ଜୀବନକୁ ବାଜି ଲଗାଇ ସେନା କର୍ମଚାରୀମାନେ ଆମକୁ ସୁରକ୍ଷା ଯୋଗାଇଥାନ୍ତି। କି ବର୍ଷା, କି ଖରା କି ଶୀତ… ଜାନି-ଯାତ, ପୂଜା-ପର୍ବରେ ବି ଘର କଥା ନଭାବି ସୁରକ୍ଷା ଦାୟିତ୍ୱରେ ରହନ୍ତି। ଆମର ଏହି ସାହସୀ ଯୋଦ୍ଧାଙ୍କ ନିକଟରେ ଆମେ ଚୀର କୃତଜ୍ଞ। ଏଥିପାଇଁ ପ୍ରତିବର୍ଷ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା କର୍ମଚାରୀଙ୍କ ସହ ଦୀପାବଳି ମନାଇଥାନ୍ତି।
ପ୍ରଧାନମନ୍ତ୍ରୀ ଲେପଚାରେ ପହଞ୍ଚିବା ପୂର୍ବରୁ ଦୀପାବଳି ଉତ୍ସବରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି, \”ଦେଶର ସମସ୍ତ ପରିବାରଜନଙ୍କୁ ଦୀପାବଳିରେ ଅଶେଷ ଅଶେଷ ଶୁଭକାମନା! ଏହି ବିଶେଷ ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଆଣିଦେଉ।\” ଏଥିସହ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ।

Related Posts

Seo wordpress plugin by www.seowizard.org.