Odisha News

LOCK UPP ଶୋ’ ୱିନର ହେଲେ ମୁନୱର ଫାରୁକି, ଟ୍ରଫିର ସହ ହାତେଇଲେ ଦାମୀ କାର

ମୁମ୍ବାଇ, ୮/୫ : କଙ୍ଗନା ରଣାୱତ୍ଙ୍କ ଚର୍ଚ୍ଚିତ ତଥା କଣ୍ଟ୍ରୋଭର୍ସି ଶୋ’ର ଗ୍ରାଣ୍ଡ ଫାଇନ୍ ଗତକାଲି ସରିଛି । ‘ଲକ୍ ଅପ୍’ ଶୋ’ର ପ୍ରଥମ ସିଜିନର ବିଜେତା ମଧ୍ୟ ମିଳି ଯାଇଛନ୍ତି । ପ୍ରତିଯୋଗୀ ମୁନୱର ଫାରୁକି ଏହି ଟାଇଟଲ ହାସଲ କରିଛନ୍ତି। ଶନିବାର ରାତିରେ ଏହି ଶୋ’ର ଗ୍ରାଣ୍ଡ ଫାଇନାଲ୍ ହୋଇଥିଲା ଯେଉଁଥିରେ କଙ୍ଗନା ପ୍ରତିଯୋଗୀ ମୁନୱର ଫାରୁକିଙ୍କୁ ବିଜେତା ଘୋଷଣା କରିଥିଲେ ।
ତେବେ ଶୋ’ରେ ପାୟଲ ରୋହତଗିଙ୍କୁ ପରାସ୍ତ କରି ମୁନୱାର ଏହି ବିଜୟ ହାସଲ କରିଛନ୍ତି । ମୁନୱର ଟ୍ରଫି ସହିତ ୨୦ ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି , ମାରୁତି ଏର୍ଟିଗା କାର ଏବଂ ଇଟାଲୀ ଯାତ୍ରା କରିବା ପାଇଁ ପୁରସ୍କାର ପାଇଛନ୍ତି । ଶୋ’ର ଟପ୍- ଫାଇନାଲିଷ୍ଟମାନଙ୍କ ମଧ୍ୟରେ ପ୍ରିନ୍ସ ନରୁଲା, ଶିବମ୍ ଶର୍ମା, ଅଞ୍ଜଳୀ ଆରୋରା ଏବଂ ଆଜମା ଫାଲ୍ଲା ମଧ୍ୟ ଥିଲେ ।
ହେଲେ କିଛି ମିଡିଆ ରିପୋର୍ଟ ଅନୁଯାୟୀ ମୁନୱର ଶୋ’ର ବିଜେତା ହେବାକୁ ଯାଉଛି ବୋଲି ପୂର୍ବରୁ ଦାବି କରାଯାଇଥିଲା । ମୁନୱର୍ ଫାରୁକି ଯିଏ ଶୋ’ରେ ସବୁଠାରୁ ଶକ୍ତିଶାଳୀ ପ୍ରତିଯୋଗୀ ଥିଲେ । ସେ ପାୟଲ ରୋହତଗି ଏବଂ ପ୍ରିନ୍ସ ନାରୁଲାଙ୍କୁ ପଛରେ ପକାଇ ସର୍ବାଧିକ ସଂଖ୍ୟକ ଭୋଟ୍ ପାଇଛନ୍ତି। ଅନ୍ୟପଟେ କଙ୍ଗନା ଗ୍ରାଣ୍ଡ୍ ଫାଇନାଲ୍ ରେ ଏକ ବଡ଼ ଖୁଲାସା କରିଥିଲେ ।
ସେ କହିଥିଲେ ଯେ ଶୋ’ରେ ବନ୍ଦୀ ଭାବରେ ରହୁଥିବା ପ୍ରିନ୍ସ ନରୁଲା ପ୍ରକୃତରେ ଜଣେ ବନ୍ଦୀ ନୁହଁନ୍ତି। ପ୍ରିନ୍ସଙ୍କୁ ଏକ ବଡ ପ୍ରୋଜେକ୍ଟ ମିଳିଥିଲା । ତାଙ୍କୁ ଅନ୍ୟ କଏଦୀମାନଙ୍କଠାରୁ ରହସ୍ୟ ବାହାର କରିବା ଏବଂ ବାକି କଏଦୀଙ୍କୁ ହଇରାଣ କରିବା ପାଇଁ ତାଙ୍କୁ ଶୋ’କୁ ଅଣାଯାଇଥିଲା
-ପ୍ରମେୟ

Related Posts

Seo wordpress plugin by www.seowizard.org.