Odisha News

ଗଜପତି: ଜିଲ୍ଲାସ୍ତରୀୟ “ଶାସ୍ତ୍ରୀୟ ଓଡ଼ିଆ ଭାଷା” ଦିବସ କାର୍ଯ୍ୟକ୍ରମ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୩/୩ : ଓଡ଼ିଆ ଭାଷା ପ୍ରତିଷ୍ଠାନ , ଭୁବନେଶ୍ୱର ଓ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ,ପାରଳାଖେମୁଣ୍ଡିର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟର ଅଡିଟରିଅମ ହଲ ଠାରେ ଜିଲ୍ଲାସ୍ତରୀୟ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼: ଅଜୟ କୁମାର ତ୍ରିପାଠୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପାରଳା ମାଟିର ଜୀବନ ଓ ତାର ଭାଷା , ସାହିତ୍ୟ ଓ ସଂସ୍କୃତି କେତେ ମହାନ୍ ସେ ସମ୍ପର୍କରେ କହିଥିଲେ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ୱରର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରୋମାନନ୍ଦ ମହାପାତ୍ର ଓ ଡ:ଫଣୀନ୍ଦ୍ର ଭୂଷଣ ନନ୍ଦ ଅତିଥି ଭାବେ ଯୋଗ ଦେଇ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସ୍ଥିତି ପ୍ରଜ୍ଞା ମହାବିଦ୍ୟାଳୟ ଭୁବନେଶ୍ୱରର ବରିଷ୍ଠ ଅଧ୍ୟାପକ ଡ଼ଃ.ବୈରାଗୀ ଚରଣ ପଟ୍ଟନାୟକ ଆଲୋଚକ ଭାବେ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟକୁ ପାରଳାଖେମୁଣ୍ଡିର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ସେହିପରି ଅନ୍ୟ ତମ ଆଲୋଚକ ଭାବେ ଉପାନ୍ତ ପ୍ରହରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଶାସ୍ତ୍ରୀୟ ଭାଷା ଓ ଶାସ୍ତ୍ରୀୟ ଓଡ଼ିଆ ଭାଷା ସମ୍ପର୍କରେ କହି ଓଡ଼ିଆ ଭାଷା ବହୁ ପ୍ରାଚୀନ , ଏଠାରେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା କ୍ଷେତ୍ରରେ ଓଡ଼ିଆ ଭାଷାରେ ନାଟକ , ସଙ୍ଗୀତ ଓ ବିଭିନ୍ନ ଲୀଳା ନାଟକ ପ୍ରଦର୍ଶିତ ହେଉଥିଲା ।
ଭାଷା ହିଁ ଜାତିର ପ୍ରଗତି । ସାହିତ୍ୟ ଉପଯୋଗୀ ଭାଷା-ଶବ୍ଦର ବ୍ୟବହାର କମିଗଲାଣି । ଶିକ୍ଷିତ ସମାଜ ଦ୍ଵାରା ହିଁ ଆଜି ଓଡ଼ିଆ ଭାଷା ବିକୃତ ହେବା ଯୋଗୁଁ ଓଡ଼ିଆ ଭାଷାର ସଙ୍କଟ ମୟ ପରିସ୍ଥିତି ହେଲାଣି , ତେଣୁ ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆରେ କହିବା ଓ ଲେଖିବା ସହ ବହୁଳ ବ୍ୟବହାର ଉପରେ ଗୁରୁତ୍ବ ଦେବା ଆବଶ୍ୟକ ରହିଛି ବୋଲି କହିଥିଲେ ।
ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଓଡ଼ିଆ ଭାଷା ଓ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା କ୍ଷେତ୍ରରେ ଏ ପାରଳା ମାଟି\’ର ପୁର୍ବଜ ସନ୍ତାନ ମାନଙ୍କ ଅବଦାନ ଓ ସେମାନଙ୍କ ସାଧନା ଯୋଗୁଁ ଆଜି ଓଡ଼ିଆ ଭାଷା ତାର ଅସ୍ତିତ୍ବ ବଜାୟ ରଖି ପାରିଛି ବୋଲି କହିଥିଲେ ।
ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ଼: ଚନ୍ଦ୍ରଶେଖର ଦାସ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରି ସଭା କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ।
ଶେଷରେ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ମୁଖ୍ୟ ସହଯୋଗୀ ପ୍ରଫେସର ଡ଼ଃ ବିଘ୍ନେଶ୍ବର ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯଥା :- ସୂରାଜ ଜେନା , ସୁକାନ୍ତ ବେହେରା , ରାମହରି କାର୍ଯ୍ୟ , ଅର୍ଜୁନ ଜେନା , ରାମକୃଷ୍ଣ ପଟ୍ଟନାୟକ , କୋମଳଶିଖା ମଲ୍ଲିକ , ସୁଜାତା ଗମାଙ୍ଗ , ସୌଦାଗର ସିଆ , ପୁଜାରାଣୀ ଦାସ ପ୍ରମୁଖଙ୍କ ସମେତ ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ କରି ପରିଚାଳନାରେ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ ଅବସରରେ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଯଥା :- ପ୍ରବନ୍ଧ , ଶୁଦ୍ଧ ଲିଖନ ଓ ବକ୍ତୃତା ପ୍ରଭୃତି ପ୍ରତିଯୋଗିତାର କୃତି ପ୍ରତିଯୋଗୀତଥା ଛାତ୍ରଛାତ୍ରୀ ମାନଙ୍କୁ ଆତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ସହିତ ପୁରସ୍କାର ପ୍ରଦାନ କରା ଯାଇଥିଲା।

Related Posts

Seo wordpress plugin by www.seowizard.org.