Home Archive by category Odisha News (Page 22)

Odisha News

Odisha News
କମ୍ଭୁଧର କ୍ଷତିଙ୍କ ରିପୋର୍ଟବୌଦ୍ଧ,୮/୪ : ପ୍ରାଚୀନ ଲୋକ ସଂସ୍କୃତିର ସ୍ୱାକ୍ଷର ବୌଦ୍ଧଜିଲ୍ଲାର ଦଣ୍ଡଯାତ୍ରା । ବୌଦ୍ଧଜିଲ୍ଲାର ଦଣ୍ଡଯାତ୍ରାର ଏକ ସ୍ୱତନ୍ତ୍ରତା ବଜାଇ ରଖିଛି । ଏହି ଦଣ୍ଡଯାତ୍ରା ବୌଦ୍ଧଜିଲ୍ଲାରେ କେଉଁ ଆବାହନ କାଳରୁ ଆରମ୍ଭ ହୋଇଛି କହିବା କଷ୍ଟ କର ।ଏହି ଦଣ୍ଡଯାତ୍ରା ଚୈତ୍ରମାସରେ ହୋଇଥାଏ । ଏହି ଦଣ୍ଡଯାତ୍ରାରେ ଶିବ ଓ ଶକ୍ତିଙ୍କ ଆରାଧନା ଓ ପ୍ରଭୂକୃପା ଲାଭ କରିବା । ବୌଦ୍ଧଜିଲ୍ଲାରେ ମହା ବିଷୁବ ସଂକ୍ରାନ୍ତି ବା ପାଣା ସଂକ୍ରାନ୍ତିର ୨୧ Continue Reading
Odisha News
ଭୁବନେଶ୍ବର, ୭/୪: ପ୍ରଚଣ୍ଡ ଖରା, ତତଲା ପବନ ଓ ଗୁଳୁଗୁଳିରୁ ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତି ଲାଭ କରିଛନ୍ତି।ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରାୟ ୧ ଘଣ୍ଟା ଧରି ବଜ୍ରପାତ ସହିତ ହାଲୁକା ବର୍ଷା ହୋଇଛି।କାଳବୈଶାଖୀ ବର୍ଷା ଯୋଗୁଁ ଭୁବନେଶ୍ବରର ବହୁ ସ୍ଥାନରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ଆଗାମୀ ଦୁଇ ଦିନ ଯାଏଁ ବର୍ଷା ରାଜ୍ୟର କିଛି ସ୍ଥାନରେ ହେବାର ସମ୍ଭାବନା ଅଛି। ଆଞ୍ଚଳିକ Continue Reading
Odisha News
କଟକ,୭/୪: ଜେଜେଙ୍କ ଦଶାହ କର୍ମରେ ଶୁଦ୍ଧି ହେବାକୁ ଆସି ନାତି ମହାନଦୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ରବିବାର ପୂର୍ବାହ୍ନରେ ଘଟିଛି। ମୃତକ ଜଣକ ହେଲେ ସିଡିଏ ସେକ୍ଟର-୬ ଅଞ୍ଚଳର ରଥୀନ୍ଦ୍ର ନାଥ ବାନାର୍ଜୀଙ୍କ ପୁତ୍ର ରୂପକ ବାନାର୍ଜୀ(୨୨)। ସେ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବି.ଟେକ୍ ପଢ଼ୁଥିଲେ।ସୂଚନା ଅନୁସାରେ, ରୂପକଙ୍କ ଜେଜେଙ୍କ ବିୟୋଗ ୧୦ ଦିନ ତଳେ ଘଟିଥିଲା। ତାଙ୍କ ଦଶାହ କର୍ମ ସମାପନ ନିମନ୍ତେ ପରିବାରବର୍ଗ Continue Reading
Odisha News
ଭୁବନେଶ୍ୱର,୭/୪: ଆଜି ସକାଳେ ବିଜେପିରୁ ଇସ୍ତଫା ଦେଇଥିବା ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ଯୋଗ ଦେଇଛନ୍ତି।ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ଏବଂ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଉପସ୍ଥିତିରେ ଲେଖାଶ୍ରୀ ବିଜେଡିରେ ଯୋଗ ଦେଇଥିଲେ।ବିଜେଡିରେ ଯୋଗ ଦେବା ପରେ ଲେଖାଶ୍ରୀ କହିଥିଲେ, ମୋର ଯେତିକି ଦକ୍ଷତା ଥିଲା, ସେହି ଅନୁସାରେ ମୁଁ ଦୀର୍ଘ ୧୦ ବର୍ଷ ଧରି ଭାରତୀୟ ଜନତା ପାର୍ଟି ପାଇଁ କାର‌୍ୟ୍ୟ କରିଥିଲି। ଓଡ଼ିଶା Continue Reading
Odisha News
ଭବାନୀପାଟଣା, ୭/୪: କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାର ପାଚେରୀ ଡେଇଁ ଦୁଇ କଏଦୀ ଫେରାର ହୋଇଥିବାର ଖବର ମିଳିଛି।ଦୁଇ କଏଦୀଙ୍କ ନାମ ସିକନ୍ଦର ଜାଲ ଓ ନୀଳମଣି ବିଭାର। ଉଭୟେ ପୋସ୍କୋ ଆକ୍ଟରେ କାରାଗାରରେ ଥିଲେ। ସକାଳୁ ବଗିଚା କାମ କରୁଥିବା ବେଳେ ପାଚେରୀ ଦେଇ ଚମ୍ପଟ ମାରିଥିଲେ ଦୁଇ କଏଦୀ।Continue Reading
Odisha News
ବସ୍ତା, ୭/୪: ୩୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ୍। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ରାଜଘାଟ ନିକଟରେ ଦୁର୍ଘଟଣା ହୋଇଛି। ଜଙ୍ଗଲ ବିଭାଗର ଆଣ୍ଟି ପୋଚିଂ ବାରାକର ଚେକ୍ ପୋଷ୍ଟକୁ ଭ୍ୟାନ୍ ଧକ୍କା ଦେଇଥିଲା। ଡ୍ୟୁଟିରେ ଥିବା ଆଣ୍ଟି ପୋଚିଂ ବାରାକର ୩ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି।ଘଟଣାସ୍ଥଳରେ ବସ୍ତା ପୁଲିସ ଓ ଜାତୀୟ ରାଜପଥ ପାଟ୍ରୋଲିଂ ଭ୍ୟାନ୍ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ଜଳେଶ୍ୱର Continue Reading
Odisha News
ଭୁବନେଶ୍ବର,୭/୪: ବିଜେପି ଛାଡ଼ିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତ୍ରୀ ତଥା ଦଳର ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ଲେଖାଶ୍ରୀ ଗତ ୧୦ ବର୍ଷ ଧରି ବିଜେପିରେ ସକ୍ରିୟ ଥିଲେ। ଦଳର ପ୍ରତିଟି କାର‌୍ୟ୍ୟକୁ ସେ ନିଷ୍ଠାର ସହ ସମ୍ପାଦନ କରିଆସିଛନ୍ତି।ଏତେ ଦିନ ଧରି ଦଳ ପାଇଁ କାମ କରିବା ପରେ ବି ଶୀର୍ଷ ନେତୃତ୍ୱର ବିଶ୍ୱାସଭାଜନ ହୋଇପାରିଲେ ନାହିଁ। ତେଣୁ ବିଜେପି ଛାଡ଼ିବାର ନିଷ୍ପତ୍ତି ନେଇଥିବା ନିଜର Continue Reading
Odisha News
ଭୁବନେଶ୍ୱର,୬/୪:ତତଲା କଢେଇରେ ଭାଜି ହେଉଛି ଓଡ଼ିଶା। ଗରମ ପବନ ଏପରି କଲବଲ କରୁଛି ଯେ ଘରେ ରହି ହେଉନି କି ବାହାରକୁ ଯାଇ ହେଉନି। ରାଜ୍ୟରେ ତାତି ବଢିବା ସହ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୮ ଜଣ ଅସୁସ୍ଥ ହେଲେଣି । ଚିକିତ୍ସା ନିମନ୍ତେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଅସୁସ୍ଥଙ୍କ ମଧ୍ୟରେ ଅନୁଗୁଳରୁ ୫ ଜଣ, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଅଛନ୍ତି। ଏଯାଏଁ Continue Reading
Odisha News
ଭୁବନେଶ୍ୱର, ୬/୪ : ଦୁର୍ଘଟଣାଗ୍ରସ୍ତ ହେଲା ‘ମୋ ବସ୍’। ରାସ୍ତାକଡ଼ ନାଳକୁ ଖସିପଡ଼ିଲା ମୋ ବସ୍। ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।ପିତାପଲ୍ଲୀ ପାଖରେ ଭାରସାମ୍ୟ ହରାଇ ‘ମୋ ବସ୍’ଟି ନାଳକୁ ଖସି ପଡ଼ିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିଲା।Continue Reading
Odisha News
କଣିହାଁ, ୬/୪: ଆଜି ସକାଳେ ଏନଟିପିସି କଣିହାଁ ପ୍ଲାଣ୍ଟର ଷ୍ଟେଜ (୨) ସିଏଚପି ଏରିଆରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଟିପି ୧୫ରୁ ଟିପି ୧୬ ମଧ୍ୟରେ କନଭରବେଲ୍ଟ, ଲୁହାପୁଲି, ଟେକପ ଓ ମୋଟର ସବୁ ପୋଡ଼ି ନଷ୍ଟ ହୋଇଯାଇଛି।ଖବରପାଇ ଏନଟିପିସିର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଏନଟିପିସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ଖବର ପାଇ ଏନଟିପିସି ଅଗ୍ନିଶମ ବିଭାଗ ଓ କଣିହାଁ ଅଗ୍ନିଶମ Continue Reading
Seo wordpress plugin by www.seowizard.org.