Odisha News

ପ୍ରାଚୀନ ଲୋକ ସଂସ୍କୃତିର ସ୍ୱାକ୍ଷର ବୌଦ୍ଧଜିଲ୍ଲାର ଦଣ୍ଡଯାତ୍ରା

କମ୍ଭୁଧର କ୍ଷତିଙ୍କ ରିପୋର୍ଟ
ବୌଦ୍ଧ,୮/୪ : ପ୍ରାଚୀନ ଲୋକ ସଂସ୍କୃତିର ସ୍ୱାକ୍ଷର ବୌଦ୍ଧଜିଲ୍ଲାର ଦଣ୍ଡଯାତ୍ରା । ବୌଦ୍ଧଜିଲ୍ଲାର ଦଣ୍ଡଯାତ୍ରାର ଏକ ସ୍ୱତନ୍ତ୍ରତା ବଜାଇ ରଖିଛି । ଏହି ଦଣ୍ଡଯାତ୍ରା ବୌଦ୍ଧଜିଲ୍ଲାରେ କେଉଁ ଆବାହନ କାଳରୁ ଆରମ୍ଭ ହୋଇଛି କହିବା କଷ୍ଟ କର ।
ଏହି ଦଣ୍ଡଯାତ୍ରା ଚୈତ୍ରମାସରେ ହୋଇଥାଏ । ଏହି ଦଣ୍ଡଯାତ୍ରାରେ ଶିବ ଓ ଶକ୍ତିଙ୍କ ଆରାଧନା ଓ ପ୍ରଭୂକୃପା ଲାଭ କରିବା । ବୌଦ୍ଧଜିଲ୍ଲାରେ ମହା ବିଷୁବ ସଂକ୍ରାନ୍ତି ବା ପାଣା ସଂକ୍ରାନ୍ତିର ୨୧ ଦିନ, ୧୬ ଦିନ ଓ ୧୩ ଦିନ ପୂର୍ବରୁ ଯାତ୍ରା ଆରମ୍ଭ ହୋଇଥାଏ । ଯାତ୍ରା ଆରମ୍ଭ ଦିନ ସମାଜର ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକ ହୋଇ ଶିବ ଶାକ୍ତ ପୀଠରୁ ଅତ୍ୟନ୍ତ କାଷ୍ଠାରେ ରହି ବ୍ରତ ଧାରଣ କରି ଗୋଟିଏ ପରିବାରର ସଦସ୍ୟ ଭଳି ଏକାକାର ହୋଇଯାନ୍ତି । ଅତ୍ୟନ୍ତ ନିଷ୍ଠା ଓ କାଷ୍ଠାର ସହ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଶିବ ଶିବାଙ୍କୁ ଆରାଧନା କରିଥାନ୍ତି ।
ଏହି ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ପ୍ରଚଣ୍ଡ ଖରା ଓ ଝାଂଜି ପବନରେ ଛତର, ବାନା, ବୈରଖ ଧରି ଗ୍ରାମକୁ ଗ୍ରାମ ବୁଲିବା ସହ ମନ୍ଦିର ବେଢା କିମ୍ବା ଗଛମୂଳେ ଯେଉଁଠି ସ୍ଥାନ ମିଳିଲା ସେଠାରେ ରହି ଦିନସାରା କେବଳ ପଣାପାଣି ଗ୍ରହଣ କରିଥାନ୍ତି ଏବଂ ରାତ୍ରିରେ ଅନ୍ନଭୋଗ ଗ୍ରହଣ କରିଥାନ୍ତି ।
ଯେଉଁ ଶ୍ରଦ୍ଧାଳୁ ଭକ୍ତ କିମ୍ବା ଗ୍ରାମବାସୀ ଶିବଶିବାଙ୍କ ପୂଜା କରିବାକୁ ଚାହିଁଥାନ୍ତି ଦଣ୍ଡୁଆମାନେ ବାଜା ବଜାଇ ଠାକୁରଙ୍କୁ ଧରି ସକାଳ ସମୟରେ ଯାଉଥିବା ବେଳେ ସେମାନଙ୍କ ଆଗରେ ପୂର୍ଣ୍ଣକୁମ୍ଭ ଥୋଇ କିମ୍ବା ପାଣି ଧାର ପକାଇ ପୁଜା କରିଥାନ୍ତି । ସେହିଦିନ ଠାକୁର ସେଠାରେ ପୂଜା ପାଇଥାନ୍ତି । ସକାଳ ପୂଜା ସରିବା ପରେ ଅପରାହ୍ନରେ ପ୍ରଚଣ୍ଡ ଖରାରେ ଧୂଳିଦଣ୍ଡ କରାଯାଇଥାଏ । ଡହ ଡହ ଖରାରେ ଗ୍ରାମଦାଣ୍ଡରେ କୃଷି ସଂପର୍କିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ଧର୍ମଭାବନା ଜାଗ୍ରତ କରିବା ସହ ନିଜର ଏକାଗ୍ରତା ଭାବକୁ ମଧ୍ୟ ସିଦ୍ଧି କରିଥାନ୍ତି ।
ଧୂଳିଦଣ୍ଡ ମୁଖ୍ୟତଃ ସାମାଜିକ ନିଛକ ଗ୍ରାମୀଣ ଚଲଣି, କୃଷି ଭିତିକ ଓ ହାସ୍ୟ ବା ମନରଂଜନ ଧର୍ମୀ ଉପରେ ଆଧାରିତ ହୋଇଥାଏ । ସନ୍ଧ୍ୟାରେ ନଦୀ ହେଉ ବା ପୋଖରୀ କୂଳରେ ଦିଅଁଙ୍କୁ ପୂଜା କରାଯାଇଥାଏ । ଏହାକୁ ପାଣିଦଣ୍ଡ ବୋଲି କୁହାଯାଏ । ଠିକ ମଧ୍ୟରାତ୍ରୀରେ ଦଣ୍ଡୁଆମାନେ ଏକତ୍ରିତ ହୋଇ ଗୀତନାଚ କରି ଗ୍ରାମ ମଧ୍ୟକୁ ପ୍ରବେଶ କରିଥାନ୍ତି । ନିଶାରାତ୍ରିରେ ଦେବୀ ମହାକାଳୀଙ୍କୁ ପୂଜାଅର୍ଚ୍ଚନା କରିବା ପରେ ସୁଆଙ୍ଗ ପରିବେଷଣ କରାଯାଇଥାଏ । ବୌଦ୍ଧଜିଲ୍ଲାରେ ଆଜିବି ଷୋଳ ସୁଆଙ୍ଗ କରାଯାଇଥାଏ । ଝୁଣାଖେଳ,ଘାସି ଘାସିଆଣି,ପରଭା, ଶିବ ପାର୍ବତୀ, ଯୋଗୀଯୋଗୀଆଣି, ଚଢେୟା ଚଢେୟାଣି, କେଳା କେଳୁଣି,ସାପୁଆ, ବାଇଧନ, ଶବର ଶବରାଣୀ, ପତର ସଉରା, ବୀଣାକାର ଆଦି ମୁଖ୍ୟ । ଏହା ବ୍ୟତୀତ ହାସ୍ୟରସାତ୍ମକ ସୁଆଙ୍ଗ ଦିଅର ଭାଉଜ, ଶାଳୀ ଭେଣେଇ,ଅଜାନାତୁଣୀ ଆଦି ସ୍ଥାନ ବିଶେଷରେ ପରିବେଷଣ କରାଯାଇଥାଏ । ଏହି ସୁଆଙ୍ଗ ଗୁଡିକ ସାମାଜିକ ଚଳଣୀ, କର୍ତ୍ତବ୍ୟନିଷ୍ଠା,ନୀତିଶିକ୍ଷା, ସାମାଜିକ ସଂପର୍କ ବୋଧ ଉପରେ ଶିକ୍ଷାଦେଇଥାଏ ।
ମହାବିଷୁବ ସଂକ୍ରାନ୍ତି ଦିନ ଦଣ୍ଡୁଆମାନେ ଠାକୁରଙ୍କୁ ଧରି ଗ୍ରାମକୁ ପ୍ରବେଶ କରିଥାନ୍ତି । ମେରୁ ପଡିଆରେ ମେରୁଯାତ୍ରା କରାଯିବ ସହ ଠାକୁରଙ୍କ ବିଭିନ୍ନ ପୂଜା ଅର୍ଚ୍ଚନା କରାଯାଇଥାଏ । ମଣିଷ ଯେତେବି ଆଧୁନିକ ସଭ୍ୟତା ଓ ଚାକଚକ୍ୟ ମଧ୍ୟରେ ଯେତେବି ଆଗେଇ ଯାଉଥାଉନା କାହିଁକି ଆଜିବି ତାର ପରମ୍ପରା ଓ ସଂସ୍କୃତିକୁ ବଜାଇ ରଖିଛି । ବୌଦ୍ଧଜିଲ୍ଲାର ତିନି ବ୍ଲକର ବିଭିନ୍ନ ଗ୍ରାମ ଓ ସଦର ମହକୁମାରେ ଏହି ଦଣ୍ଡ ଉଠିଥାଏ ।
ବୌଦ୍ଧଜିଲ୍ଲାରେ ଏହି ଦଣ୍ଡଯାତ୍ରା ଆଜିବି ବୌଦ୍ଧ ଅଂଚଳର ଲୋକକଳା, ଲୋକନୃତ୍ୟ, ଲୋକଗୀତ ପ୍ରଚୀନ ଲୋକ ସଂସ୍କୃତିର ସୂର୍ଣ୍ଣଭ ସ୍ୱାକ୍ଷର ବହନ କରିଆସୁଛି । ସରକାର ଲୋକନୃତ୍ୟ, ଲୋକଗୀତକୁ ଉଦ୍ଦଜିବିତ କରାଇବା ପାଇଁ ଉଦ୍ୟମ କରୁଥିବା ବେଳେ ଲୋକମହୋତ୍ସବ କରାଇ ପ୍ରାଚୀନ ସଂସ୍କୃତି, ଲୋକକଳା, ନୃତ୍ୟଗୀତକୁ ଉଦ୍ଦଜିବିତ କରାଇ ଆସୁଥିବା ବେଲେ ଅତି ପ୍ରଚୀନ ଦଣ୍ଡଯାତ୍ରାରେ ସେ ସବୁଥାଇ ମଧ୍ୟ ସରକାରୀ ପ୍ରୋତ୍ସାହନର ଅଭାବ ଦେଖିବାକୁ ମିଳୁଛି ।

ବୌଦ୍ଧ କିଆକଟା ମହାନଦୀ ସେତୁ ଉପରେ ବାଇକକୁ ଧକ୍କା ଦେଲା କାର:ମାଁ ମୃତ ପୁଅ ଗୁରୁତର
ବୌଦ୍ଧ,୮/୪ : ବୌଦ୍ଧ- କିଆକଟା ମହାନଦୀ ସେତୁ ଉପରେ ଆଜି ଏକ କାର ବାଇକକୁ ଧକ୍କା ଦେବା ଫଳରେ ବାଇକରେ ଯାଉଥିବା ମାଁ ପୁଅଙ୍କ ମଧ୍ୟରୁ ମାଁର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଛି ।
ସୁଚନା ମତେ, ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ କାଦପଡା ଗ୍ରାମର ଅଜିତ ପ୍ରଧାନ ଓ ତାଙ୍କ ମାଁ ଗୁରୁବାରୀ ପ୍ରଧାନ ଏକ ବାଇକ ଯୋଗେ ବୌଦ୍ଧ ଆଡକୁ ଆସୁଥିବା ସମୟରେ ମହାନଦୀ ସେତୁ ଉପରେ ଏକ କାର ବାଇକକୁ ଧକ୍କା ଦେଇଥିଲା ।
ଫଳରେ ବାଇକରେ ଯାଉଥିବା ମାଁ,ପୁଅ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅଜିତଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ଖବର କିଆକଟା ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛଦ ପାଇଁ ପଠାଇ ତଦନ୍ତ ଜାରିରଖିଛି ।
ମନ୍ତ୍ରୀ ପ୍ରଦିପ ଅମାତଙ୍କ ପିତୃ ବିୟୋଗ
ବୌଦ୍ଧ, ୮/୪: ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ପିତା ଗୌରିଶଙ୍କର ଅମାତଙ୍କ ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ସରକାରୀ ବାସ ଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । କିଛିଦିନ ର୍ପୂର୍ବରୁ ଘରେ ପଡିଯିବାରୁ ତାଙ୍କର ଗୋଡ ଭାଙ୍ଗିଯାଯାଇଥିଲା । ସେ ଭୁବନେଶ୍ୱରରେ ଚିକିତ୍ସାଧିନ ଥିବାବେଳେ ବୁଧବାର ରାତ୍ରିରେ ପରଲୋକ ହୋଇଯାଇଥିଲା ।
ିତାଙ୍କ ମୃତ୍ୟୁ ସମୟରେ ମନ୍ତ୍ରୀ ଶ୍ରୀ ଅମାତ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବୌଦ୍ଧରେ ଥିଲେ । ଖବର ପାଇସଙ୍ଗେ ସଙ୍ଗେ ସଙ୍ଗେ ଭୁବନେଶ୍ୱର ଯାଇ ପିତାଙ୍କ ମରଶରୀରକୁ ଗୁରୁବାର ଦିନ ବୌଦ୍ଧ ଆଣିଥିଲେ । କଣ୍ଟାମାଳ ବିଧାୟକ ମହୀଧର ରଣା, ନଗରପାଳ ମୃତ୍ୟୁଂଜୟ ମିଶ୍ର, ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, କନ୍ଧମାଳ ସାଂସଦ ପ୍ରତିନିଧି ତାରେଣି ମହାପାତ୍ର, ଜିଲ୍ଲା ଓକିଳ ସଂଘ ସଭାପତି ଧୂରୀଣ କୁମାର ଦେହୁରୀ,ନାରାୟଣ ପ୍ରଧାନ,ସୁବୋଧ କୁମାର ପ୍ରଧାନ,ଅଶୋକ କୁମାର ସାହୁ, ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ବିଦ୍ୟାଧର ସ୍ୱାଇଁ,ସୁବାସ ଚନ୍ଦ୍ର ସାହୁ,ରବିନ୍ଦ୍ର କୁମାର ରାଉତ,ଯୋଗେଶ ପ୍ରସାଦ ନାୟକଙ୍କ ସମେତ ଶହ ଶହ ସଂଖ୍ୟାରେ ନେତା ଓ କର୍ମୀ ଓ ବନ୍ଧୁବାନ୍ଧବ, ସହରର ବୁଦ୍ଧଜିବୀମାନେ ଶ୍ରୀଅମାତଙ୍କ ବାସଭାବନରେ ପହଞ୍ଚି ତାଙ୍କର ସ୍ୱର୍ଗତ ପିତାଙ୍କ ଶେଷ ଦର୍ଶନ କରିଥିଲେ । ଅପରାହ୍ନରେ ବୌଦ୍ଧ ଶଶ୍ମାନ ଘାଟ ଠାରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।
ସକାଳୁଆ ବିଦ୍ୟାଳୟ ସମୟ ପରିବର୍ତନ ପାଇଁ ଦାବି
ବୌଦ୍ଧ, ୮/୪ : ବୌଦ୍ଧରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବା ସହିତ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀରେ ପହଞ୍ôଚଛି । ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକ ସକାଳୁଆ କରିବା ପାଇଁ ସରକାର ନିର୍ଦ୍ଦେଶ ଦେବା ସହିତ ସମୟ ନିର୍ଦ୍ଧାରଣ ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି । ବୌଦ୍ଧ ଜିଲ୍ଲାରେ ଜିଲ୍ଲାପ୍ରଶାସନ ନିର୍ଦ୍ଦେଶକ୍ରମେ ଅପ୍ରେଲ ୨ ତାରିଖ ଠାରୁ ସମସ୍ତ ବିଦ୍ୟାଳୟ ସକାଳ ୭ ଘଣ୍ଟା ଠାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ଖୋଲାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ଯୋଗୁଁ ଦିନ ୧୦ ଘଣ୍ଟା ପରେ ଦୋକାନ,ବଜାର ଓ ସରକାରୀ କାର୍ଯ୍ୟାଳୟଗୁଡିକ ଖାଁ ଖାଁ ହୋଇଯାଉଥିବାବେଳେ ଛାତ୍ରଛାତ୍ରୀମାନେ କିନ୍ତୁ ଦିନ ୧୧.୩୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ଏହାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରୁଥିବା ଜଣାଯାଇଛି । ଲଗାତାର ଦୁଇଦିନ ହେଲା ବୌଦ୍ଧଜିଲ୍ଲା ପାଇଁ ପାଣିପାଗ ବିଭାଗ ୟଲୋ ୱାର୍ଣ୍ଣି ଜାରି କରିଛନ୍ତି ।
ଏହା ସତ୍ୱେ ବିଦ୍ୟାଳୟ ଗୁଡିକର ସମୟ ପରିବର୍ତନ କରାଯାଇନାହିଁ । ଦୂର ଦୁରାନ୍ତ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ପ୍ରବଳ ଗ୍ରୀଷ୍ମରେ ଘରକୁ ଫେରିବାବେଳକୁ ମଧ୍ୟାହ୍ନ ହୋଇଯାଉଥିବାରୁ ଅଭିଯୋଗ କରୁଛନ୍ତି ।
ତେଣୁ ବିଦ୍ୟାଳୟଗୁଡିକର ସକାଳୁଆ ସମୟ ୬.୩୦ ଠାରୁ ୧୦.୩୦ କରାଯିବାକୁ ମତପ୍ରକାଶ ପାଉଅଛି । ଜିଲାପାଳମାନଙ୍କୁ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକର ସମୟ ନିର୍ଦ୍ଧାରଣ କରିବାକୁ ସରକାର କ୍ଷମତା ପ୍ରଦାନ କରିଥିବାବେଳେ ତୁରନ୍ତ ଏହି ଦାବି ସଂପର୍କରେ ବିଚାର କରି ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ମତପ୍ରକାଶ ପାଉଅଛି ।
ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡି ପାଉଁଶ
ବୌଦ୍ଧ, ୮/୪: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଧଳପୁର ବେତେରାସାହି ଠାରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ମିଳିଥିବା ସୁଚନା ମୁ୍‌ତାବକ ବେତରୋସାହିର ଦୁର୍ଯ୍ୟଧନ ନାଏକଙ୍କ ଘରେ ଗୁରୁବାର ଅପରାହ୍ନ ୫ଟା ବେଳେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଆଠମଲିକ ଦମକଳ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲା ।
ଶ୍ରୀ ନାଏକଙ୍କ ସମସ୍ତ ଖାଦ୍ୟ ପଦାର୍ଥ , ଲୁଗାପଟା ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ସେ ଜଣେ ଗରୀବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବୀ ହେଉଛି ।
ଟାଙ୍ଗିଆରେ ହାଣି ପତ୍ନୀକୁ ହତ୍ୟା ଘଟଣା ଅଭିଯୁକ୍ତ ସ୍ୱାମୀ ଗିରଫ ,କୋର୍ଟ ଚାଲାଣ
ବୌଦ୍ଧ, ୮/୪: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ଚମ୍ପାପୁର ଟିକିରାସାହି ଠାରେ ସ୍ତ୍ରୀକୁ ହାଣି ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଗୁରୁବାର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ମାମଲାରୁ ପ୍ରକାଶ ଚମ୍ପାପୁର ଟିକିରାସାହି ଠରେ ସନାତନ ନାଗ ( ୫୦) ନିଜର ଦିତୀୟ ପତ୍ନୀ ଅମୃତି ଅଦର (୪୦) ଙ୍କୁ ପାରିବାରିକ କଳହ ଯୋଗୁଁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଟାଙ୍ଗିଆରେ ନିର୍ମମ ଭାବେ ହାଣି ହତ୍ୟା କରିଥିଲା । ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ସନାତନ ଫେରାର ହୋଇଯାଇଥିଲା । ବୌଦ୍ଧ ପୁଲିସ ଗୁରୁବାର ଦିନ ଅଭିଯୁକ୍ତ ସ୍ୱାମୀକୁ ବାମଣ୍ଡା ନିକଟରୁ ସକାଳେ ଗିରଫ କରିଛି । ଏନେଇ ବୌଦ୍ଧ ଥାନା ଅଧିକାରୀ ରଂଜିତ କୁମାର ମୁନୀ ସୂଚନା ଦେଇଛନ୍ତି ।

Related Posts

Seo wordpress plugin by www.seowizard.org.