Odisha News

ବୌଦ୍ଧ: ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ; ୧୧୫ଟି ଅଭିଯୋଗ ସମାଧାନ

Boudh: Collector and SP hold joint grievance hearing, solve 115 cases

By Kambhuduar Kheti

ବୌଦ୍ଧ, ତା ୧୩/୧୨: ସୋମବାର ଦିନ ହରଭଙ୍ଗା ଠାରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଶୁଣାଣୀ କାର୍ଯ୍ୟକ୍ରମରେ ସମୁଦାୟ ୧୧୫ ଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୧୦୬ ଟି ବ୍ୟକ୍ତିଗତ ମାମଲା,୯ ଟି ବିଭିନ୍ନ ଗ୍ରାମ ର ସାମୂହିକ ମାମଲା ରହିଥିଲା ।


ଅଭିଯୋଗ ଗୁଡିକ ମଧ୍ୟରୁ ୫୬ ଟି ଅଭିଯୋଗ ର ତତ୍କାଳ ସମାଧାନ କରାଯାଇ ସେଥି ମଧ୍ୟରୁ ୧୫ ଟି ଅଭିଯୋଗ ସମ୍ପର୍କ ରେ ଅନୁଧ୍ୟାନ କରାଯାଇ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ରୁ ୫୯,୫୦୦ ଟଙ୍କା ଏବଂ ଜ଼ିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୩ଜଣଙ୍କୁ ୧୧,୦୦୦ ଟଙ୍କା ର ସହାୟତା ଯୋଗାଇ ଦିଆଯାଇଥିଲା ।
ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପ ଜ଼ିଲ୍ଲାପାଳ ସନତ କୁମାର ନାୟକ, ସହକାରୀ ଜ଼ିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା, ଟି. ଆର. ଓ. ମହାପାତ୍ର କୁଲଦୀପ ମହାନ୍ତି ଓ ସମସ୍ତ ଜ଼ିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ଏହି ଜନ ଶୁଣାଣୀ କାର୍ଯକ୍ରମ ବି ଡ଼ିଓ ରବୀନ୍ଦ୍ର ନାଥ କଁଅର ଓ ତହସିଲଦାର ଶମ୍ଭୁ ପ୍ରସାଦ ମିଶ୍ର, ଏବିଡ଼ି ଓ ସୁବାଷ ଚନ୍ଦ୍ର ଯାନୀ ଏବଂ ଜ଼ିଲ୍ଲା କାର୍ଯ୍ୟଳାୟର କନିଷ୍ଠ ରାଜସ୍ୱ ସହାୟକ ସୁନୀଲ ବେହେରା ଏବଂ ହରଭଙ୍ଗା ବ୍ଲକ ଏବଂ ତହସିଲ ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଏହି ଅବସରରେ ୭୭ବର୍ଷୀୟା ସୌଦାମିନୀ କଁ ଅର, ଗ୍ରାମ -ରାଜିଙ୍ଗଙ୍କୁ ତିନି ଚାକିଆ ସାଇକେଲ ସହ ରେଡ଼କ୍ରସ ପାଣ୍ଠି ରୁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.